ବେଆଇନ ଗୋ-ଚାଲାଣ ବେଳେ ଟ୍ରକ୍ ଜବତ, ଗୋଟିଏ ଗୋରୁ ମୃତ
6/07/2022 at 11:15 AM

ଆନନ୍ଦପୁର ୬।୭: ବେଆଇନ ଗୋ-ଚାଲାଣ ବେଳେ ଟ୍ରକ୍କୁ ଜବତ କଲା ଆନନ୍ଦପୁର ପୋଲିସ । ଭଦ୍ରକ ଅଞ୍ଚଳରୁ ଏକ ଟ୍ରକ୍ ଯୋଗେ ଅତି ଅମାନୁଷିକ ଭାବେ ୪୦ରୁ ଉର୍ଦ୍ଧ୍ବ ଗୋରୁଙ୍କୁ ପଶ୍ଚିମବଙ୍ଗ ଚାଲାଣ ସମୟରେ ଶାଳବଣୀ ଛକ ନିକଟରେ ଟାୟାର ଫାଟିଯିବାରୁ ପୋଲିସ ହାବୁଡରେ ଧରାପଡିଥିଲା । ପୋଲିସକୁ ଦେଖି ଟ୍ରକର ଡ୍ରାଇଭର ସହ ଅନ୍ୟମାନେ ଫେରାର ହୋଇଯାଇଛନ୍ତି ।

ଜବତ ଗୋରୁଙ୍କୁ ଫକିରପୁର ହାଟପଡିଆରେ ଗାଡିରୁ ଓହ୍ଲାଇବା ପରେ ସେମାନଙ୍କ ମଧ୍ୟରୁ ଗୋଟିଏ ଗୋରୁର ମୃତ୍ୟୁ ଘଟିଥିବା ଜଣାପଡିଥିଲା । ତେବେ ସ୍ବାସ୍ଥ୍ୟ ପରୀକ୍ଷା ପରେ ସମସ୍ତ ଗୋରୁଙ୍କୁ ବାଲେଶ୍ବର ଗୋଶାଳାରେ ଛଡାଯିବାକୁ ଥିବା ପୋଲିସ ସୂଚନା ଦେଇଛି । ଅନ୍ୟପଟେ ସଂପୃକ୍ତ ଟ୍ରକ୍ ମାଲିକଙ୍କ ନାମରେ ମାମଲା ରୁଜୁ କରିଛି ଆନନ୍ଦପୁର ପୋଲିସ ।
Related Posts
କଳିଙ୍ଗା ଡିଏଭି ସ୍କୁଲ ନିକଟରେ ଓଲଟିଲା ସ୍ୱିଫ୍ଟ୍ କାର, ୩ ଆହତ
9 August 2022
ମଦ ବେପାରକୁ ବିରୋଧ କରିବାରୁ ଅପହରଣ ଅଭିଯୋଗ, ଥାନା ଘେରିଲେ ଲୋକେ
9 August 2022