ଭାରସାମ୍ୟ ହରାଇ ଗଛରେ ପିଟିହେଲା ଗୋରୁ ବୋଝେଇ ପିକଅପ୍ ଭ୍ୟାନ୍, ଏକାଧିକ ଗୋରୁ ଆହତ

Published By : Prameya-News7 Bureau | June 29, 2022 IST

କେନ୍ଦୁଝର ୨୯।୬: କେନ୍ଦୁଝରର ନୁନ୍ଦୁରପଡା ନିକଟରେ ଏକ ଗୋରୁ ବୋଝେଇ ପିକଅପ୍ ଭ୍ୟାନ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସି ଗଛରେ ପିଟିହେଲା ଗୋରୁ ବୋଝେଇ ପିକ୍ଅପ ଭ୍ୟାନ୍ । ଏହି ଦୁର୍ଘଟଣାରେ ଦୁଇଟି ଗୋରୁ ଗୁରୁତର ହୋଇଥିବା ବେଳେ ଆଉ କିଛି ଗୋରୁ ଆହତ ହୋଇଛନ୍ତି । ଗାଡି ଡ୍ରାଇଭର ଓ ଗୋରୁ ମାଫିଆ ଫେରାର ହୋଇଯାଇଛନ୍ତି । ପିକ୍‌ଅପ୍‌ ଭ୍ୟାନ୍‌ଟିରେ ବେଆଇନ୍‌ ଭାବେ ଗୋରୁଚାଲାଣ ହେଉଥିବା ଜଣାଯାଇଛି ।

{"id":648957,"width":839,"height":461,"sizeSlug":"full","linkDestination":"none"}

ବୁଧବାର ଭୋର ସମୟରେ ନରଣପୁର ଡ଼ୁବୁରୀ ରାସ୍ତାରେ ଦୁର୍ଘଟଣାଗ୍ରସ୍ତ ଏହି ପିକ୍ଅପ୍ ଭ୍ୟାନରେ ୧୦ରୁ ଅଧିକ ଗୋରୁ ବୋଝେଇ ହୋଇ ଚୋରା ଚାଲାଣ ହେଉଥିଲା । ଏହା ଯିବାବାଟରେ ନୁନ୍ଦୁରପଡା ନିକଟରେ ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଥିବା ଗଛରେ ପିଟି ହୋଇଯାଇଥିଲା । ଆହତ ଗୋରୁଙ୍କୁ ଉଦ୍ଧାର ସହ ଚିକିତ୍ସା ଉଦ୍ୟମ ଜାରି ରହିଛି । ସେପଟେ ଦୁର୍ଘଟଣା ପରେ ଗାଡି ଛାଡି ଡ୍ରାଇଭର ଓ ଗୋରୁ ମାଫିଆ ଫେରାର ହୋଇଯାଇଥିବାରୁ ଗାଡିଟି କେଉଁଠୁ ଏବଂ କୁଆଡେ ଯାଉଥିଲା , ଏନେଇ କିଛି ସ୍ପଷ୍ଟ ସୂଚନା ମିଳିନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.