ଭାରସାମ୍ୟ ହରାଇ ଗୋରୁ ବୋଝେଇ ପିକ୍ଅପ୍ ଭ୍ୟାନ୍ ଦୁର୍ଘଟଣାଗ୍ରସ୍ତ
18/07/2019 at 8:27 AM

କାମାକ୍ଷାନଗର ୧୮|୭: ଢେଙ୍କାନାଳ ଜିଲ୍ଲା ୫୩ ନଂ ଜାତୀୟ ରାଜପଥର ବଡ଼ ମୁକ୍ତାପଶି ଛକ ନିକଟରେ ଗୋରୁ ବୋଝେଇ ପିକ୍ ଅପ୍ ଭ୍ୟାନ୍ ଦୁର୍ଘଟଣା ଗ୍ରସ୍ତ ହୋଇଛି । ଗାଡ଼ିରେ ୧୦ରୁ ଉର୍ଦ୍ଧ୍ବ ଗୋରୁ ଥିବା ଜଣାପଡ଼ିଛି ।

ଭୋର ୪ଟା ବେଳେ ଗୋରୁ ବୋଝେଇ ଗାଡିଟି ତାଳଚେର ଆଡୁ ଯାଜପୁର ଯାଉଥିବା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଛି । ଗାଡି ଛାଡି ଗୋରୁ ମାଫିଆ ଓ ଚାଳକ ଫେରାର । ଗାଡିରେ ଗୋରୁ ଗୁଡିକ ଯେପରି ଅମାନୁଷିକ ଭାବେ ବନ୍ଧା ହୋଇ ଚୋରା ଚାଲାଣ ହେଉଛି ତାହା ହୃଦୟ ବିଦାରକ । ସ୍ଥାନୀୟ ଲୋକ ଗୋରୁକୁ ଏପରି ଦୟନୀୟ ଅବସ୍ଥାରେ ଦେଖି ଖୋଲି ଦେଇଥିଲେ । ପ୍ରତି ଦିନ ଏହି ରାସ୍ତାରେ ଅନେକ ଗୋରୁ ବୋଝେଇ ଗାଡ଼ି ଯାଉଥିବା ବେଳେ ପୋଲିସ ପ୍ରଶାସନ ନୀରବଦ୍ରଷ୍ଟା ପାଲଟିଛି ।