ଗୋ-ଚାଲାଣ ବେଳେ ଦୁଇଟି କଣ୍ଟେନର ଜବତ, ନବରଙ୍ଗପୁରରୁ ହାଇଦ୍ରାବାଦକୁ ହେଉଥିଲା ଚାଲାଣ
21/08/2023 at 12:25 PM

କାଲିମେଳା ୨୧।୮: ମାଲକାନଗିରି ଏମ୍.ଭି.-୭୯ ଥାନା ସମ୍ମୁଖରୁ ଦୁଇଟି ଗୋରୁ ଚାଲାଣ କଣ୍ଟେନର ଜବତ ହୋଇଛି । ନବରଙ୍ଗପୁରରୁ ହାଇଦ୍ରାବାଦକୁ ଚାଲାଣ ହେଉଥିଲା ଗୋରୁ ବୋଝେଇ କଣ୍ଟେନର ।
ସୂଚନାଯୋଗ୍ୟ ଯେ, ମାଲକାନଗିରି ଜିଲ୍ଲା ଏମ୍. ଭି.-୭୯ ଥାନା ସମ୍ମୁଖରେ ଚେକିଂ କରିବା ସମୟରେ ବିଳମ୍ବିତ ରାତିରେ ଦୁଇଟି ଗୋରୁ ଚାଲାଣ କଣ୍ଟେନର ଜବତ କରିଥିଲା ପୋଲିସ । ଉକ୍ତ କଣ୍ଟେନରରେ ୧୦୦ ରୁ ଉର୍ଦ୍ଧ୍ବ ଗୋରୁ ରହିଥିବା ଏମ୍.ଭି.-୭୯ ଥାନା ଅଧିକାରୀ ସୂଚନା ଦେଇଛନ୍ତି । କଣ୍ଟେନର ଜବତ କରିବା ସହ ଅଧିକ ପଚରା ଉଚରା କରୁଛି ଏମ୍. ଭି-୭୯ ଥାନା ପୋଲିସ l

ସେପଟେ ଆଠଗଡରୁ ଗୋମାଂସ ଚାଲାଣ ବେଳେ ଜବତ ହୋଇଛି । ୫୫ ନମ୍ୱର ଜାତୀୟ ରାଜପଥରେ ଟ୍ରକ୍ ଯୋଗେ କଲିକତା ଚାଲାଣ ହେଉଥିଲା ଗୋ-ମାଂସ । ଚାଲାଣ ବେଳେ ମାଡି ବସିଲା ପୋଲିସ । ଡ୍ରାଇଭର ସହ ଜଣଙ୍କୁ ଖୁଣ୍ଟୁଣୀ ପୋଲିସ ଅଟକ ରଖିଛି । କଟକ ଜିଲ୍ଲା ତିଗିରିଆ ଅଞ୍ଚଳରୁ ଗୋମାଂସ କଟାଯାଇ ଟ୍ରକ୍ ଯୋଗେ କଲିକତା ଚାଲାଣ ବେଳେ ୫୫ ନମ୍ବର ଜାତୀୟ ରାଜପଥରେ ଗାଡିକୁ ଖୁଣ୍ଟୁଣୀ ପୋଲିସ ଜବତ କରିଛି । ଗାଡିରେ ଆନୁମାନିକ ୧୫ ଟନ୍ରୁ ଉର୍ଦ୍ଧ୍ବ ମାଂସ ଚାଲାଣ ହେଉଥିବା ନେଇ ପୋଲିସ କହିଛି । ଏହାସହ ଘଟଣା ତଦନ୍ତ ଚଳାଇଥିବା ଖୁଣ୍ଟୁଣୀ ଥାନା ଅଧିକାରୀ ଭବାନୀଶଙ୍କର ଖୁଣ୍ଟିଆ କହିଛନ୍ତି ।
You Can Read :