ମହାନଦୀ ମଝିରେ ଫସିଲେ ଗୋରୁ ପଲ, ଉଦ୍ଧାର କଲା ଅଗ୍ନିଶମ ବାହିନୀ
27/07/2023 at 5:36 PM

ବୌଦ୍ଧ ୨୭।୭: ଆଜି ପୁଣି ମହାନଦୀରେ ଭାସିଗଲେ ଗୋରୁ ପଲ । ଭାସି ଆସି ନଦୀ ମଝିରେ ଥିବା ବାଲିରେ ଫସିଗଲେ ୧୦ଟିକିଆ ଗୋରୁ ପୋଲ । ଉଭୟ ପାର୍ଶ୍ଵରେ ପାଣି ଭର୍ତ୍ତି ଥିବାରୁ ବାହାରକୁ ବାହାରି ନପାରି ମଝି ନଦୀରେ ଫଶିଲେ । ହରଭଙ୍ଗା ବ୍ଲକ୍ ଧଳପୁର ସାକୁସୀଙ୍ଗ ଅଞ୍ଚଳର ଘଟଣା । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ଗୋରୁ ପୋଲକୁ ଉଦ୍ଧାର କରିଥିବା ସୂଚନା ।
ସୂଚନାଯୋଗ୍ୟ ଯେ, ସକୁସୀଙ୍ଗା ଗ୍ରାମର କିଛି ଗୋରୁ ଗୁରୁବାର ପୁଣି ଧଳପୁର ନଦୀ ପଠାକୁ ଚରିବାକୁ ଯାଇଥିବା ବେଳେ ନଦୀ ମଝିରେ ବାଲିଥିବା ଦେଖି ସେଠାକୁ ପଳାଇଥିଲେ । ୧୦ ଟିକିଆ ଗୋରୁ ପଲ ଥିବାବେଳେ ସେପଟୁ ମାଡି ଆସିଥିଲା ମହାନଦର ପାଣି । ତେବେ ମହାନଦୀ ପାଣି ଅଚାନକ ମାଡ଼ି ଯାଇଥିବା ବେଳେ ଗୋରୁ ପଲ ନଦୀରେ ଭାସି ଯାଇଥିବା ବେଳେ ମଝି ନଦୀରେ କିଛି ସ୍ଥାନରେ ବାଲି ଥିବାରୁ ସେଠାରେ ଯାଇ ଫସି ଯାଇଥିଲେ ଏହି ଗୋରୁ ପଲ । ଉଭୟ ପାର୍ଶ୍ଵରେ ପର୍ଯ୍ୟାପ୍ତ ପରିମାଣର ପାଣି ଥିବାରୁ ଗୋରୁ ପଲ ବାହାରକୁ ବାହାରି ଆସିବାକୁ ବାଟ ପାଇନଥିଲେ । ଏହିପରି ବହୁ ସମୟ ମଝି ନଦୀରେ ଫସି ରହିଥିବା ବେଳେ ଗ୍ରାମବାସୀ ପହଞ୍ଚି ଗୋରୁଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ ହେଁ ଉଦ୍ଧାର କରିପାରି ନଥିଲେ । ପରେ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ସମସ୍ତ ଗୋରୁଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିବା ସୂଚନା ମିଳିଛି।
You Can Read :