ମୂଷା ବାହନ କିନ୍ତୁ ଭକ୍ତ ବିରାଡ଼ି,ପ୍ରତି ଦିନ ଗଣେଶଙ୍କ ଆଳତୀରେ ସେହି ଭକ୍ତଙ୍କ ଭିଡିଓ ଦେଖିଲେ ଆଶ୍ଚର୍ଯ୍ୟ ହେବେ ନିଶ୍ଚୟ
31/08/2020 at 2:48 PM

ନୂଆଦିଲ୍ଲୀ ୩୧/୮: ସୋସିଆଲ୍ ମିଡିଆରେ ଏବେ ଭଗବାନ ଗଣେଶଙ୍କ ନିଆରା ଭକ୍ତ ସାମନାକୁ ଆସିଛି,ଯାହାର ଭକ୍ତି ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ସେହି ଭକ୍ତ ଆଉ କେହି ନୁହେଁ ବରଂ ଜଣେ ବିଲେଇ।
ଭିଡିଓରେ ଆପଣ ଦେଖି ପାରୁଥିବେ ଯେ ଲୋକେ ଆରତୀ ଗାଉଛନ୍ତି,ବିଲେଇ ପଛରେ ଛିଡ଼ା ହୋଇ ତାଳି ବଜାଇ ଭକ୍ତିରେ ଲୀନ ହୋଇଯାଇଛି। ଏଥିରେ ଗଣେଶଙ୍କ ମୂର୍ତ୍ତି ଦେଖାଯାଉ ନାହିଁ। ଏପରି ମଧ୍ୟ ହୋଇପାରେ ଯେ ଗଣେଶଙ୍କ ନକଲ କରି ବିଲେଇ ଏମିତି କରୁଥାଇପାରେ। ଏହି ଭିଡିଓ ଭାଇରାଲ୍ ହେବା ପରେ କିଛି ୟୁଜର୍ସ ପ୍ରଶ୍ନ କରୁଛନ୍ତି ତ କିଛି ପ୍ରଶଂସା କରୁଛନ୍ତି। ୟୁଜର୍ସ କହୁଛନ୍ତି ଯେ ପଛରୁ ଆଳତୀକୁ ଯୋଡ଼ା ଯାଇଛି ଯେଉଁଥିରୁ ଲାଗୁଛି ଯେ ବିଲେଇ ଆଳତୀରେ ତାଳି ବଜାଉଛି। କେତେକ ଲୋକ କହୁଛନ୍ତି ଯେ ଏହା ଦ୍ବାରା ପ୍ରମାଣିତ ହେଉଛି ଯେ ଭଗବାନ ସର୍ବତ୍ର ବିଦ୍ୟମାନ। ଏହି ଭିଡିଓ କେବେ ଏବଂ କେଉଁଠିକାର ତାହା ଏଯାଏଁ ଜଣା ପଡ଼ିନାହିଁ। ବର୍ତ୍ତମାନ ସୋସିଆଲ୍ ମିଡିଆରେ ଏହି ଭିଡିଓ ଜୋରସୋରରେ ଭାଇରାଲ୍ ହୋଇଛି।