ଚେନ୍ନାଇରୁ ଧରା ପଡିଲା ଚୀନରୁ ଆସିଥିବା ବିଲେଇ, କରୋନା ସଂକ୍ରମିତ ହୋଇଥିବା ସନ୍ଦେହ

Published By : Prameya-News7 Bureau | March 04, 2020 IST

ଚେନ୍ନାଇ ୦୪।୦୩- ଚୀନରୁ ଏକ କଣ୍ଟେନରରେ ୨୦ ଦିନ ପୂର୍ବେ ଚେନ୍ନାଇରେ ପହଞ୍ଚିଥିବା ଏକ ବିଲେଇକୁ ଚେନ୍ନାଇ ବିମାନ ବନ୍ଦରରେ ଧରା ଯାଇଛି।  ବିଲେଇଟି ମାରାତ୍ମକ କରୋନା ଭୂତାଣୁରେ ସଂକ୍ରମିତ ହୋଇଥିବା ସନ୍ଦେହ କରାଯାଉଛି। ତେଣୁ ଏହାକୁ କଣ୍ଟେନର ଜରିଆରେ ବାହାରକୁ ପଠାଯାଇଥାଇପାରେ ବୋଲି ସନ୍ଦେହ କରାଯାଉଛି।

ଏହି ବିଲେଇଟି ଏବେ ବିବାଦର କେନ୍ଦ୍ର ବିନ୍ଦୁ ପାଲଟିଛି କାରଣ ପିପୁଲ ଫର ଏଥିକାଲ ଟ୍ରିଟମେଣ୍ଟ ଅଫ ଏନିମଲ୍ସ(PETA) ଏହି ପଶୁକୁ ମୁକ୍ତ କରିବାକୁ ଦାବି କରିଛି। କରୋନା ଭାଇରସର ପ୍ରକୋପ ମଧ୍ୟରେ ଚେନ୍ନାଇ ସଂଗରୋଧ ଫେସିଲିଟି ନିଜ ଦେଶକୁ ଏହି ପଶୁକୁ ପଠାଇ ଦେବାକୁ ସୁପାରିଶ କରିଛି।

PETA ର ଭାରତୀୟ ମ୍ୟାନେଜର ରଶ୍ମୀ ଗୋଖଲେ ଚେନ୍ନାଇ ବିମାନ ପ୍ରାଧିକରଣକୁ ଚିଠି ଲେଖିଛି ଯେ, ବିଜ୍ଞାନ ଅନୁଯାୟୀ ବିଲେଇ କରୋନା ଭାଇରସରେ ପ୍ରଭାବିତ ହୁଏ ନାହିଁ କି ଏହା ବାହକ ମଧ୍ୟ ହୁଏ ନାହିଁ।

ଆମେରିକନ ଭେଟନାରୀ ମେଡିକାଲ ଆସୋସିଏସନ ନିଜର ଓ୍ଵେବସାଇଟରେ ଲେଖିଛି ଯେ, ଅନେକ ଅନ୍ତରାଷ୍ଟ୍ରୀୟ ସ୍ଵାସ୍ଥ୍ୟ ସଂଗଠନ ସଙ୍କେତ ଦେଇଛନ୍ତି ଯେ, କରୋନା ଭୂତାଣୁ ପାଇଁ ଅନୁବନ୍ଧିତ ପଶୁ ଏବଂ ଅନ୍ୟ ଗୃହ ପାଳିତ ପଶୁକୁ ବିପଦ ବୋଲି କୁହାଯାଇ ପାରିବ ନାହିଁ।

ପେଟା ବିଲେଇ ବାସ୍ତବରେ କେଉଁ ଦେଶର ତାର ନିଶ୍ଚିତତାକୁ ନେଇ ମଧ୍ୟ ଚିନ୍ତା ପ୍ରକାଶ କରିଛି। ସିଙ୍ଗାପୁର, କଲୋମ୍ବୋ ଓ ଅନ୍ୟ ସ୍ଥାନରୁ ଚୀନର ଜାହାଜରେ ଚେନ୍ନାଇକୁ ଆସିଥିବା ଜାହାଜରେ ମାଲ୍ ଓହ୍ଲାଇବା ପାଇଁ କଣ୍ଟେନର ଖୋଲାଯାଏ। ହୋଇପାରେ ବିଲେଇଟି ଜାହାଜରେ ପ୍ରବେଶ କରିଥାଇପାରେ ବୋଲି ପେଟା କହିଛି।

ପେଟା କହିଛି ଯେ, ଚୀନରେ ବିଲେଇକୁ ସର୍ବଦା ମାଂସ କିମ୍ବା ଲୋମ ପାଇଁ ମାରି ଦିଆଯାଏ ଏବଂ ଏହା ସମ୍ଭାବନା ଯେ ସେଠାରେ ପଶୁଙ୍କ ସହିତ କ୍ରୁରତା ପରି ବ୍ୟବହାର  କରାଯାଏ। ଏହାର ସମ୍ଭାବନା ବହୁତ କମ ଯୈ ବିଲେଇଟି ବିନା ଭୋଜନ ଏବଂ ପାଣିରେ ୨୦ ଦିନର ଯାତ୍ରା କରି ଚୀନରୁ ଚେନ୍ନାଇ ପହଞ୍ଚିଗଲା।

ପେଟା ଇଣ୍ଡିଆ ବିଲେଇକୁ ଭାରତରେ ଏକ ସୁନ୍ଦର ଘର ଖୋଜିବାରେ ସାହାଯ୍ୟ ମଧ୍ୟ କରିଛି, ଯେମିତି ବିଲେଇକୁ ଟୀକାକରଣ ସୁବିଧା ମଧ୍ୟ ଦିଆଯାଇପାରିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.