କୂଅରେ ପଡି ଛଟପଟ ହେଉଥିଲା ବିଲେଇ, ଉଦ୍ଧାର କରି ଜୀବନ ବଞ୍ଚାଇଲେ ଅଗ୍ନିଶମ କର୍ମଚାରୀ

Published By : Prameya-News7 Bureau | July 05, 2022 IST

ସାନଖେମୁଣ୍ଡି ୫।୭: ଆଜି ବି ବଞ୍ଚିଛି ମାନବିକତା । ପଶୁ ପାଇଁ ଆଜି ବି ଏ ମଣିଷ ମନରେ ରହିଛି ଭଲପାଇବା । ଯାହାର ଏକ ଉଦାହରଣ ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ୍ ପାଟପୁର ଗାଁ ରେଡ୍ଡୀସାହିରେ ।

ସୂଚନାଯୋଗ୍ୟ ଯେ, ଗାଁର ରେଡ୍ଡୀସାହିର ରବୀନ୍ଦ୍ର ଜେନା ଏବଂ ଜିତେନ୍ଦ୍ର ଜେନାଙ୍କ ବାରି ପଟ ଏକ ପରିତ୍ୟକ୍ତ କୂଅରେ ବହୁ ସମୟ ଧରି ଗୋଟିଏଓ ବିଲେଇ ଫସି ରହିଥିଲା । ଦୁଇଟି ବିଲେଇ ମଧ୍ୟରେ କଳି ବେଳେ ଗୋଟିଏ ବିଲେଇ କୂଅ ଭିତରେ ଖସିପଡିଥିଲା । ଏହି ଘଟଣା ଘର ମାଲିକ ଜାଣିବା ପରେ  ଉଭୟେ ମିଶି ବିଲେଇଟିର ଜୀବନ ବଞ୍ଚାଇବାକୁ ଚେଷ୍ଟା କରିଥିଲେ । କିନ୍ତୁ ସେମାନେ ବିଲେଟିକୁ ଉଦ୍ଧାର କରିପାରିନଥିଲେ । ଫଳରେ ସାହାଯ୍ୟ ପାଇଁ ସରକାରଙ୍କ ଜରୁରୀକାଳୀନ ସେବା ୧୧୨କୁ ଯୋଗାଯୋଗ କରିଥିଲେ । ଏହାପରେ ଘଟଣାସ୍ଥଳରେ ସଙ୍ଗେ ସଙ୍ଗେ ପହଞ୍ଚି ଯାଇଥିଲା ଦିଗପହଣ୍ଡି ଅଗ୍ନିଶମ ବିଭାଗ ।ତାପରେ ଆରମ୍ଭ ହୋଇଥିଲା ଉଦ୍ଧାର କାର୍ଯ୍ୟ । ଅନେକ ଘଣ୍ଟା ପରିଶ୍ରମ କରିବା ପରେ ବିଲେଇଟିକୁ କୂଅ ଭିତରୁ ଉଦ୍ଧାର କରିଥିଲେ ଅଗ୍ନିଶମ ବିଭାଗ କର୍ମଚାରୀ । ବିଲେଇଟି ଭୟରେ ସେଠାରୁ ଦୌଡି ଚାଲିଯାଇଥିଲା ।

ତେବେ ବିଲେଇଟି ଉଦ୍ଧାର ପରେ ସରକାରଙ୍କ ୧୧୨ ଜରୁରୀକାଳୀନ ସେବା ସହ ଅଗ୍ନିଶମ ବିଭାଗକୁ ଲୋକେ ପ୍ରଶଂସା କରିଛନ୍ତି । ପ୍ରାୟତଃ ଦେଖିବାକୁ ମିଳେ ଯେ ଲୋକଙ୍କୁ ବିପଦରୁ ରକ୍ଷା କରିଥାନ୍ତି ଅଗ୍ନିଶମ ବିଭାଗ । କିନ୍ତୁ ଏଠି ଗୋଟିଏ ବିଲେଇର ଜୀବନ ପାଇଁ ମାନବିକତାର ପରିଚୟ ଦେଇଛନ୍ତି ଅଗ୍ନିଶମ ବିଭାଗ କର୍ମଚାରୀ । ପ୍ରକୃତରେ ଏହି ଦେୟ ମୁକ୍ତ ସେବା ପାଇଁ ଗୋଟିଏ ନିରୀହ ଜୀବନ ବଞ୍ଚିଗଲା ।

wp:html /wp:html

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.