ପ୍ରସିଦ୍ଧ କାଷ୍ଟିଂ ନିର୍ଦ୍ଦେଶକ ସେହର ଅଲି ଲତିଫଙ୍କ ହୃଦଘାତରେ ଦେହାନ୍ତ: ସୋସିଆଲ ମିଡିଆରେ ଷ୍ଟାରମାନଙ୍କ ଭାବପ୍ରବଣ ଶ୍ରଦ୍ଧାଞ୍ଜଳୀ

Published By : Prameya-News7 Bureau | June 08, 2021 IST

ମୁମ୍ବାଇ ୦୮/୦୬: ପ୍ରସିଦ୍ଧ କାଷ୍ଟିଂ ନିର୍ଦ୍ଦେଶକ ସେହର ଅଲି ଲତିଫଙ୍କ ହୃଦଘାତ ଯୋଗୁଁ ସୋମବାର ଦିନ ଦେହାନ୍ତ ହୋଇଛି। କିଡ୍ନୀ ଚିକିତ୍ସା ପାଇଁ ତାଙ୍କୁ ମୁମ୍ବାଇର ଲିଲାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଧୀରେ ଧୀରେ ତାଙ୍କ ଅବସ୍ଥା ଖରାପ ହେବାକୁ ଲାଗିଥିଲା। ଶେଷରେ ସେହର ଦୁନିଆକୁ ବିଦାୟ ଦେଇଛନ୍ତି।

{"width":635,"height":423}
Casting Director-producer Seher Aly Latif, Known for 'The Lunchbox', Dies

ସେହର ମ୍ୟୁଟାଣ୍ଟ ମୁଭିଜର ସହ-ପ୍ରତିଷ୍ଠାତା ଥିଲେ। ସେ 'ଲଞ୍ଚ ବକ୍ସ', 'ଶକୁନ୍ତଳା ଦେବୀ' ଏବଂ 'ମସ୍କା' ଭଳି ଅନେକ ଫିଲ୍ମର କାଷ୍ଟିଂ ନିର୍ଦ୍ଦେଶକ ଥିଲେ। ତାଙ୍କ ସହକର୍ମୀ ତଥା ନିର୍ଦ୍ଦେଶକ ନୀରଜ ଉଦୱାନୀ ନ୍ୟୁଜ୍ ଏଜେନ୍ସି ପିଟିଆଇକୁ କହିଥିଲେ ଯେ ସେହରଙ୍କ କିଡ୍ନୀ କାମ ବନ୍ଦ କରିଦେଇଛି। ତାଙ୍କୁ ଆଠ ଦିନ ପୂର୍ବରୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେ ଆଣ୍ଟିବାୟୋଟିକ୍ ନେଉଥିଲେ ଆଉ ସୁସ୍ଥ ହେଉଥିଲେ କିନ୍ତୁ ତାଙ୍କର ହୃଦଘାତ ହେବା ଯୋଗୁଁ  ସବୁ ଶେଷ ହୋଇଗଲା ।

ବଲିଉଡ ଷ୍ଟାରମାନେ ସେହରଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରିଛନ୍ତି। ଅନୁରାଗ କଶ୍ୟପ, ହୁମା କ୍ୟୁରେଶି, ରାଜକୁମାର ରାଓ, ଶିବାନୀ ଦାଣ୍ଡେକର, ମିଥୀଲା ପାଲକର, ସାନିଆ ମଲହୋତ୍ରା, ନୋରା ଫତେହି, ମସାବା ଗୁପ୍ତାଙ୍କ ସହିତ ଅନ୍ୟମାନେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।

wp:html /wp:html

'ଲଞ୍ଚ ବକ୍ସ' ନିର୍ଦ୍ଦେଶକ ରିତେଶ ବତ୍ରା ଲେଖିଛନ୍ତି, ‘ମୁଁ ଏହାକୁ ବିଶ୍ୱାସ କରିପାରୁ ନାହିଁ। ଏକ ଦୟାଳୁ ଏବଂ ପ୍ରକୃତ ବନ୍ଧୁ ପ୍ରତି ଅନ୍ୟାୟ । ବିଦାୟ ସେହର, ମୁଁ ଆଶା କରୁଛି ଏହାର ଆଉ ଏକ ପାର୍ଶ୍ୱ ଅଛି। '

wp:html /wp:html

ଅଭିନେତ୍ରୀ ସ୍ୱରା ଭାସ୍କର ସାହାରଙ୍କ ସହ ଏକ ଭିଡିଓ ପୋଷ୍ଟ କରି କହିଛନ୍ତି, ‘ମୁଁ ଆପଣଙ୍କୁ ହଇରାଣ କରୁଥିଲି କାରଣ ମୁଁ ଆପଣଙ୍କୁ କହିପାରେ ନାହିଁ ଯେ ମୁଁ ଆପଣଙ୍କୁ କେତେ ପସନ୍ଦ କରେ।‘

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.