ଭୁବନେଶ୍ବର ୬।୬: ରାଜ୍ୟରେ BSKY ଯୋଜନା ଚାଲୁ ରହିଛି । ଭିଡିଓ ବାର୍ତ୍ତା ଜରିଆରେ ଏ ନେଇ ସ୍ପଷ୍ଟ କରିଛନ୍ତି ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା । ଭିଡିଓରେ ସେ କହିଛନ୍ତି, BSKY ଯୋଜନା ଚାଲୁ ରହିଛି । ଏହି ଯୋଜନାରେ ରୋଗୀ ଚିକିତ୍ସା ଅବ୍ୟାହତ ରହିଛି । BSKY ହିତାଧିକାରୀଙ୍କୁ ହସ୍ପିଟାଲମାନେ ଅବହେଳା କରିପାରିବେନାହିଁ । ଚିକିତ୍ସାରେ ଅବହେଳା କରିପାରିବେନି କି ଡିସ୍ଚାର୍ଜ କରିପାରିବେନି । BSKY କାର୍ଡ ପାଇଁ ରୋଗୀଙ୍କୁ ଫେରାଇ ପାରିବେନି । ନୂଆ ନିଷ୍ପତ୍ତି ନଆସିବା ଯାଏଁ ସେବା ଜାରି ରହିବ । କିଛି ଅସୁବିଧା ହେଲେ ହେଲ୍ପଲାଇନ ନମ୍ବର ୧୦୪ରେ ଜଣାଇ ପାରିବେ । କୌଣସି ହସ୍ପିଟାଲ ଅବମାନନା କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରଦୀପ ଜେନା କହିଛନ୍ତି ।
You Can Read :
ସାଧାରଣ ନିର୍ବାଚନ ଫଳାଫଳ ସମ୍ପର୍କରେ ରାଜ୍ୟପାଳଙ୍କୁ ଅବଗତ କରାଇଲେ CEO