oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଫାଷ୍ଟଫୁଡ୍ ଦୋକାନରୁ ମାଲିକଙ୍କ ମୃତଦେହ ଉଦ୍ଧାର, ତଦନ୍ତ ଆରମ୍ଭ କଲା ପୋଲିସ୍‌
  • ||
  • ରାୟଗଡ଼ା : ଗୁମ୍ମା ଘାଟିରେ ଦୁର୍ଘଟଣା : ସ୍ୱାମୀ ମୃତ, ସ୍ତ୍ରୀ ଏବଂ ପୁଅ ଗୁରୁତର
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୪୯ କୋଭିଡ୍ ପଜିଟିଭ୍
  • ||
  • ମେକ୍ସିକୋ ଧୁଆଁଧାର ଫାୟାରିଂ: ୭ ପୋଲିସ କର୍ମଚାରୀ, ମେୟରଙ୍କ ସମେତ ୧୮ ଜଣଙ୍କ ମୃତ୍ୟୁ
  • ||
  • ଜଲପାଇଗୁଡ଼ିରେ ଦୁର୍ଗା ଭସାଣି ବେଳେ ଫ୍ଲାସ ଫ୍ଲଡ୍, ବନ୍ୟାରେ ଭାସି ୭ ମୃତ
  • ||

କ୍ରେଡିଟ କାର୍ଡରୁ ପୈଠ କଲେ ପେଟ୍ରୋଲ ପମ୍ପରେ ଆଉ ମିଳିବନି କ୍ୟାସ୍ ବ୍ୟାକ୍ ସୁବିଧା, ୧ ଅକ୍ଟୋବରରୁ ବନ୍ଦ ହେବ ବ୍ୟବସ୍ଥା

25/09/2019 at 9:25 PM

ପେଟ୍ରୋଲ ପମ୍ପରେ ଇନ୍ଧନ ବାବଦ ଦେୟ ପୈଠ ଲାଗି କ୍ରେଡିଟ୍, ଡେବିଟ୍ କାର୍ଡ ଓ ଇ-ୱାଲେଟ୍ ବ୍ୟବହାର କଲେ ମିଳୁଥିବା ୦.୭୫ କ୍ୟାସ୍ ବ୍ୟାକ୍ ସୁବିଧା ଆଉ ମିଳିବ ନାହିଁ। ଦେଶରେ ଡିଜିଟାଲ ପୈଠକୁ ପ୍ରୋତ୍ସାହିତ କରିବା ଲାଗି ପ୍ରାୟ ଅଢେଇ ବର୍ଷ ପୂର୍ବେ ଏହି ରିହାତି ବ୍ୟବସ୍ଥା ପ୍ରଚଳନ ହୋଇଥିଲା। ତେବେ ତୈଳ କମ୍ପାନୀମାନଙ୍କ ପରାମର୍ଶ ଅନୁସାରେ ଆସନ୍ତା ଅକ୍ଟୋବର ୧ ତାରିଖରୁ ଏହି କ୍ୟାସ୍ ବ୍ୟାକ୍ ବ୍ୟବସ୍ଥାକୁ ଉଠାଇ ଦିଆଯିବ।

ଏ ନେଇ ଦେଶର ସର୍ବ ବୃହତ୍ତ ବ୍ୟାଙ୍କ ଏସବିଆଇ ଗ୍ରାହକଙ୍କୁ  ଏସଏମଏସ ପଠାଇ ବ୍ୟବସ୍ଥା ବନ୍ଦ ହେଉଥିବା ନେଇ ସୂଚାଇ ଦେଇଛନ୍ତି। ସୂଚନା ଯୋଗ୍ୟଯେ ୨୦୧୬ ମସିହା ଶେଷରେ ନୋଟବନ୍ଦି ଯୋଗୁ ଦେଶରେ ଡିଜିଟାଲ କାରବାରକୁ ପ୍ରୋତ୍ସାହିତ କରିବା ଲାଗି ତୈଳ କମ୍ପାନୀମାନେ କାର୍ଡରେ ପୈଠ କଲେ ୦.୭୫ ପ୍ରତିଶତ ରିହାତି ଦେବାକୁ ଘୋଷଣା କରିଥିଲେ। ସେହି ଅନୁସାରେ ସାର୍ବଜନିକ କ୍ଷେତ୍ରର ତୈଳକମ୍ପାନୀମାନଙ୍କ ଆଉଟ୍ ଲେଟ୍ ରେ କାର୍ଡ ଦ୍ୱାରା ହେଉଥିବା ପୈଠ ଲାଗି ଏହି ରିହାତି ବ୍ୟାଙ୍କ ଆକାଉଣ୍ଟରେ ମିଳୁଥିଲା। ଡିସେମ୍ବର ୨୦୧୬ରୁ ଆରମ୍ଭ ହୋଇଥିବା ଏହି ରିହାତି ଏବେ ତୈଳ କମ୍ପାନୀମାନେ ବନ୍ଦ କରିଛନ୍ତି।

ଏଥିରେ କମ୍ପାନୀମାନେ ରିହାତି ବ୍ୟତୀତ କାର୍ଡ ପୈଠ ଶୁଳ୍କ ବା ମର୍ଚାଣ୍ଟ  ଡିସ୍କାଉଣ୍ଟ ରେଟ୍ (ଏମଡିଆର) ମଧ୍ୟ ନିଜେ ବହନ କରୁଥିଲେ। ଏଥିଲାଗି ୨୦୧୮-୧୯ ବର୍ଷରେ କମ୍ପାନୀମାନେ ବ୍ୟାଙ୍କମାନଙ୍କୁ ୨ ହଜାର କୋଟି ଟଙ୍କା ପୈଠ କରିଛନ୍ତି। ଏହା ପୂର୍ବ ବର୍ଷ ଅର୍ଥାତ ୨୦୧୭-୧୮ରେ ଏଥିଲାଗି ୧ହଜାର ୪୩୧କୋଟି ଟଙ୍କା ପୈଠ ହୋଇଥିଲା। ଏଥିରୁ ଇ-ପୈଠ ଲାଗି ୧,୧୬୫ କୋଟି ଟଙ୍କା ଦିଆଯାଇଥିବା ବେଳେ ଏମଡିଆର ଲାଗି ବ୍ୟାଙ୍କମାନଙ୍କୁ ୨୬୬ କୋଟି ଟଙ୍କା ପୈଠ କରିଥିଲେ। ତେବେ ଗତବର୍ଷ ଅଗଷ୍ଟମାସରୁ କମ୍ପାନୀମାନେ ସବୁ ଫ୍ଲିଟ୍ ଗ୍ରାହକଙ୍କୁ ଦେଉଥିବା ରିହାତିକୁ ୦.୨୫କୁ ହ୍ରାସ କରିଥିଲେ। ଏବେ ଅକ୍ଟୋବର ୧ ତାରିଖରୁ ରିହାତି ସମ୍ପୂର୍ଣ୍ଣ ବନ୍ଦ ହେବ।

   Related Posts