ଲାଞ୍ଜିଗଡ ବିଧାୟକ ପ୍ରାର୍ଥୀ ପ୍ରଦୀପ ଦିଶାରୀଙ୍କ ଗାଡିରୁ ଦୁଇ ଲକ୍ଷରୁ ଅଧିକ ଟଙ୍କା ଜବତ କଲା ଫ୍ଲାଇଂ ସ୍କ୍ବାର୍ଡ

Published By : Prameya-News7 Bureau | April 10, 2019 IST

ଲାଞ୍ଜିଗଡ ୧୦|୪ : ଲାଞ୍ଜିଗଡର ବିଜେଡି ବିଧାୟକ ପ୍ରାର୍ଥୀ ପ୍ରଦୀପ ଦିସାରୀ ଲୋକଙ୍କୁ ଟଙ୍କା ବାଣ୍ଟୁଥିବାବେଳେ ଫ୍ଲାଇଂ ସ୍କ୍ବାର୍ଡ ଧରିଛି । ତାଙ୍କ ଇନୋଭା (ଓଆର୦୨ବିସି ୨୪୪୨)  ଗାଡିରୁ ଦୁଇ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ମଧ୍ୟ ଜବତ କରାଯାଇଛି । ଫ୍ଲାଇଂ ସ୍କ୍ବାର୍ଡର ଅଧିକାରୀ ଶୈଳେନ୍ଦୁ ମହାପାତ୍ର ଜୟପାଟଣାରେ ଟଙ୍କା ବଣ୍ଟା ଯାଉଥିବା ଖବର ପାଇ ପୋଲିସ ସହ ଘଟଣାସ୍ଥଳରେ ପହଞ୍ଚିଥିଲେ । ନିଜେ ବିଜେଡି ପ୍ରାର୍ଥୀ ପ୍ରଦୀପ ଦିସାରୀ ଗାଡିରେ ବସିଥିବାବେଳେ ଟଙ୍କା ବଣ୍ଟା ଯାଉଥିଲା । ଫ୍ଲାଇ ସ୍କ୍ବାର୍ଡ ଗାଡି ଓ ଟଙ୍କା ଜବତ କରିବା ପରେ ପୋଲିସର ଜିମା ଦେଇଛି । ପୋଲିସ ମାମଲାର ତଦନ୍ତ ଜାରି ରଖିଛି ।

{"id":101979}

ସୂଚନାଯୋଗ୍ୟ ଯେ, ୧୧ତାରିଖରେ କଳାହାଣ୍ଡି ଲୋକସଭା ଅନ୍ତର୍ଗତ ଲାଞ୍ଜିଗଡ ଓ ଅନ୍ୟାନ୍ୟ ୬ଟି ବିଧାନସଭା ଆସନ ପାଇଁ ମତ ଗ୍ରହଣ ହେବ । ଗତକାଲି ସନ୍ଧ୍ୟା ୫ଟାରୁ ପ୍ରଚାର ସରିଛି । ଏହାପରେ ପ୍ରାର୍ଥୀମାନଙ୍କ ଅନ୍ଧାରି ବିଜେ ଆରମ୍ଭ ହେବ ବୋଲି ଆଶଙ୍କା କରାଯାଉଥିଲା । ଏହି ଘଟଣା ତାକୁ ପ୍ରମାଣିତ କରୁଛି ।

{"id":101981}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.