ଶିବସେନା ପ୍ରାର୍ଥୀଙ୍କ ପ୍ରଚାର କାର୍ଯ୍ୟାଳୟ ସମ୍ମୁଖରେ ଛିଡା ହୋଇଥିବା ଗାଡିରୁ ନଗଦ ୬୫ ହଜାର ଟଙ୍କା ଜବତ

Published By : Prameya-News7 Bureau | April 29, 2019 IST

ମୁମ୍ବାଇ ୨୯।୪: ନିର୍ବାଚନ ଆୟୋଗ ଫ୍ଲାଇଙ୍ଗ ସ୍କ୍ବାର୍ଡ ମହାରାଷ୍ଟ୍ର ପଲଘର ଜିଲ୍ଲାରେ ଶିବସେନା ପ୍ରାର୍ଥୀ ରାଜେନ୍ଦ୍ର ଗାବିତଙ୍କ ପ୍ରଚାର କାର୍ଯ୍ୟାଳୟ ଉପରେ ଚଢଉ କରିଛନ୍ତି । ଏହି ଚଢଉ ବେଳେ ପ୍ରଚାର କାର୍ଯ୍ୟାଳୟ ବାହାରେ ଛିଡା ହୋଇଥିବା ଏ କଗାଡିରୁ ନଗଦ ୬୪ ହଜାର ୫ଶହ ଟଙ୍କା ମିଳିଥିବା ବେଳେ ସ୍କ୍ବାର୍ଡ ତାକୁ ଜବତ କରିଛନ୍ତି ।

{"id":108677,"width":589,"height":442}

ଶିବସେନା ପ୍ରାର୍ଥୀ ରାଜେନ୍ଦ୍ର ମତଦାତାଙ୍କୁ ଟଙ୍କା ବାଣ୍ଟୁଥିବାର ପୂର୍ବରୁ ଅଭିଯୋଗ ଥିଲା । ସେହି ଅନୁସାରେ ପୋଲିସ ଓ ନିର୍ବାଚନ ଅଧିକାରୀଙ୍କ ଫ୍ଲାଇଙ୍ଗ ସ୍କ୍ବାର୍ଡ ସେଣ୍ଟ୍ରାଲ ପାର୍କ ଅଞ୍ଚଳରେ ଥିବା ରାଜେନ୍ଦ୍ରଙ୍କ ପ୍ରଚାର କାର୍ଯ୍ୟାଳୟ ଉପରେ ଚଢଉ କରିଥିଲେ। ଚଢଉ ବେଳେ ପ୍ରାର୍ଥୀଙ୍କ କାର୍ଯ୍ୟାଳୟରୁ ସେଭଳି କୌଣସି ଆପତିଜନକ ସାମଗ୍ରୀ ମିଳିନଥିଲା । ତେବେ କାର୍ଯ୍ୟାଳୟ ବାହାରେ ଛିଡା ହୋଇଥିବା କାରର ତଲାସି ନିଆଯିବା ବେଳେ ସେଥିରୁ ନଗଦ ଟଙ୍କା ମିଳିଥିଲା। ତେବେ ଏତେ ପରିମାଣର ନଗଦ ଟଙ୍କା କାହାର ଓ କାହିଁକି ରଖିଥିଲେ ସେ ନେଇ କେହି କହିଛି ଆପତ୍ତି ନ କରିବାରୁ ଫ୍ଲାଇଙ୍ଗ ସ୍କ୍ବାର୍ଡ ଟଙ୍କା ଜବତ କରିନେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.