ଆନନ୍ଦପୁର ଅଞ୍ଚଳରୁ ଫ୍ଲାଇଂ ସ୍କ୍ବାର୍ଡ ଦ୍ବାରା ଲକ୍ଷେ ୨୯ ହଜାର ଟଙ୍କା ଜବତ

Published By : Prameya-News7 Bureau | April 03, 2019 IST

ଆନନ୍ଦପୁର ୩|୪ : ଆନନ୍ଦପୁର ନିର୍ବ।ଚନମଣ୍ଡଳୀ ସୋସୋ ଥାନା ଅଂଚଳ କାନପୁର ନିକଟରେ ନିର୍ବ।ଚନୀ ଫ୍ଲାଇଂ ସ୍କ୍ବାର୍ଡ ଗାଡି ଚେକିଂ କରୁଥିବା ବେଳେ ନଗଦ ଏକ ଲକ୍ଷ ୨୧ହଜାର ୨ଶହ ଟଙ୍କା ଜବତ ହୋଇଛି । ଚେକିଂ ସମୟରେ ଜଣେ ଯୁବକଙ୍କ ବାଇକ୍ ଡିକିରୁ ଟଙ୍କା ଜବତ କରାଯାଇଛି । ସଂପୃକ୍ତ ଯୁବକ ସୋସୋ ଗ୍ରାମର ଶ୍ରୀଧତ୍ ଦାସଙ୍କ ପୁଅ ଆଲୋକ ଦାସ। ଟଙ୍କା ଜବତ ସମୟରେ ସଂପୃକ୍ତ ଟଙ୍କା ସମ୍ପର୍କରେ ଫ୍ଲାଇଂ ସ୍କ୍ବାର୍ଡ ନିକଟରେ ଆଲୋକ କୌଣସି ସନ୍ତୋଷଜନକ ଉତ୍ତର ଦେଇପାରିନଥିଲେ । ଫ୍ଲାୟିଂ ସ୍କ୍ବାର୍ଡ ଟିମ୍ ଆଲୋକଙ୍କୁ ଅଟକ ରଖିବା ସହ ଜବତ ଟଙ୍କା ସମ୍ପର୍କରେ ଅଧିକ ଖୋଳତାଡ ଆରମ୍ଭ କରିଛି। ନିର୍ବ।ଚନ କମିଶନରଙ୍କ ନିର୍ଦ୍ଦେଶ ଅନୁସାରେ କୌଣସି ବ୍ୟକ୍ତି ଏହି ସମୟରେ ଏକକାଳୀନ ୫୦ ହଜାରରୁ ଉର୍ଦ୍ଧ୍ବ ଟଙ୍କା ଧରି ଯାତାୟତ କରିପାରିବେନି ବୋଲି ପ୍ରତିବନ୍ଧକ ରହିଛି। ତେବେ ଏତେଗୁଡିଏ ଟଙ୍କା କେଉଁ କାମ ପାଇଁ ନିଆଯାଉଥିଲା ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.