ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ମଧ୍ୟରେ ନିର୍ବାଚନ ଆୟୋଗ ବେଶ୍ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଆୟୋଗ ଅନେକ ସ୍ଥାନରେ ଫ୍ଲାଇଂ ସ୍କ୍ବାଡ ନିୟୋଜିତ କରିଛନ୍ତି। ନିର୍ବାଚନ ସମୟରେ ଯେପରି କୌଣସି ଭାବରେ ବେଆଇନ କାମ ନହେବ ସେଥିପ୍ରତି ବେଶ୍ ସତର୍କ ରହିଛି ଫ୍ଲାଇଂ ସ୍କ୍ବାଡ। ଏହାରି ମଧ୍ୟରେ ଆନ୍ଧପ୍ରଦେଶରେ ନିର୍ବାଚନ ପୂର୍ବରୁ ପୋଲିସ ଏନଟିଆର ଜିଲ୍ଲାର ଏକ ଆନ୍ତଃରାଜ୍ୟ ଚେକ୍ପୋଷ୍ଟ ନିକଟରେ ବିପୁଳ ମାତ୍ରାରେ ନଗଦ ଟଙ୍କା ଜବତ କରିଛି।
#WATCH | Andhra Pradesh: NTR district police seized Rs 8 crores cash at the Garikapadu check post in NTR district. The money was discovered in a pipe-loaded lorry in a separate cabin and two individuals have been detained. The money was being transported from Hyderabad to Guntur.… pic.twitter.com/Sqmpq9EIdc
— ANI (@ANI) May 9, 2024
ସୂଚନା ଅନୁଯାୟୀ, ଚେକ୍ ପୋଷ୍ଟରେ ଏକ ପିଭିସି ପାଇପ୍ ନେଇ ଯାଉଥିବା ଟ୍ରକ୍କୁ ଯାଞ୍ଚ ପାଇଁ ଅଟକାଇଥିଲେ ଅଧିକାରୀ। ଆଉ ଯାଞ୍ଚ ପରେ ଅଧିକାରୀଙ୍କ ଯାହା ଦେଖିଥିଲେ, ସେଥିରେ ତାଜୁବ ହୋଇପଡ଼ିଥିଲେ ଅଧିକାରୀ। ପ୍ରକୃତରେ ଯାଞ୍ଚରେ ଟ୍ରକ୍ରୁ ପାଇପ ସହ ୮.୩୬ କୋଟି ଟଙ୍କା ନଗଦ ମିଳିଥିଲା। ପୋଲିସ ଗାଡ଼ିକୁ ଯାଞ୍ଚ ସମୟରେ ଗାରିକପାଡୂ ଗାଁରେ ଆନ୍ଧ୍ର ପ୍ରଦେଶ ଏବଂ ତେଲେଙ୍ଗାନା ଆନ୍ତଃରାଜ୍ୟ ଚେକ୍ ପୋଷ୍ଟରୁ ଏହି ଟଙ୍କା ଜବତ କରିଛି।