ବ୍ୟବସାୟୀଙ୍କଠାରୁ ଅଢେଇ ଲକ୍ଷ ଟଙ୍କା ଝାମ୍ପିନେଲେ ଦୁର୍ବୃତ୍ତ, କଳା ପଲସରରେ ଆସିଥିଲେ ୨ ଜଣ

Published By : Prameya-News7 Bureau | November 26, 2021 IST

ବେତନଟୀ ୨୬।୧୧: ଦିନ ଦ୍ବିପ୍ରହରରେ ଅଢେଇ ଲକ୍ଷ ଟଙ୍କା ଝାମ୍ପି ନେଲେ ଦୁର୍ବୃତ୍ତ। ବେତନଟୀ ପୋଲିସ ଷ୍ଟେସନରୁ ୨୦୦ ମିଟର ଦୂରରେ କଳା ପଲସରରେ ଆସି ବ୍ୟବସାୟୀଙ୍କଠାରୁ ଛିନତାଇ। ଗୁରୁବାର ଆଦିବାସୀ ଦମ୍ପତ୍ତିଙ୍କଠାରୁ ନଗଦ ୨୫ ହଜାର ଟଙ୍କା ଲୁଟ୍ ହୋଇଥିବା ବେଳେ ଶୁକ୍ରବାର ସମାନ ଭାବରେ କଙ୍କାକାଳିଆ ଛକ ନିକଟରୁ ବ୍ୟବସାୟୀ ଘନଶ୍ୟାମ ଖଣ୍ଡେଲୱାଲଙ୍କ ନିକଟରୁ ଅଢେଇ ଲକ୍ଷ ଟଙ୍କା ଝାମ୍ପି ନେଇଛନ୍ତି । ଏନେଇ ଥାନାରେ ଲିଖିତ ଅଭିଯୋଗ ହୋଇଛି ।

ସୂଚନାଯୋଗ୍ୟ ଯେ, ବେତନଟୀ ବଜାରରେ ଥିବା ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆରୁ ୧ ଲକ୍ଷ ଟଙ୍କା ଓ ବ୍ୟାଙ୍କ ଅଫ ଇଣ୍ଡିଆରୁ ଦେଢ଼ ଲକ୍ଷ ଟଙ୍କା ଉଠାଇ ସ୍କୁଟିରେ ଯାଉଥିବା ସମୟରେ କଳା ପଲସରରେ ଦୁଇ ଜଣ ଦୁର୍ବୃତ୍ତ ଆସି ଟଙ୍କା ବ୍ୟାଗକୁ ଛଡାଇ ଫେରାର ହୋଇଯାଇଥିଲେ । ଏନେଇ ବ୍ୟବସାୟୀ  ଜଣଙ୍କ ବେତନଟୀ ଥାନାରେ ଅଭିଯୋଗ କରିଛନ୍ତି ।  ଅଭିଯୋଗ ଆଧାରରେ ବେତନଟୀ ପୋଲିସ ଉଭୟ ବ୍ୟାଙ୍କର ସିସିଟିଭି ଫୁଟେଜର ସାହାଯ୍ୟ ଓ ପ୍ରତ୍ୟକ୍ଷଦର୍ଶୀଙ୍କ ତଥ୍ୟ ନେଇ ତନାଘନା ଆରମ୍ଭ କରିଥିବା ସୂଚନା ମିଳିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.