Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସିନ୍ଧେକେଲା ଥାନା ଆଇଆଇସି ଗିରଫ, ୨୫ ହଜାର ଲାଞ୍ଚ ନେଉଥିବା ବେଳେ ଧରିଥିଲା ଭିଜିଲାନ୍ସ
  • ||
  • ଧର୍ମଗଡ: ଭାରସାମ୍ୟ ହରାଇ ଗଛରେ ପିଟିଲା ମିନିଟ୍ରକ, ଦୁର୍ଘଟଣାରେ ଜଣେ ମୃତ
  • ||
  • ଜାଡ଼ରେ ଥରୁଛି ରାଜ୍ୟ, କୋରାପୁଟରେ ତଳକୁ ଖସିଲା ପାରଦ
  • ||
  • ମୋହନା: ଗୋଷ୍ଠୀ କେନ୍ଦ୍ର ପଛପଟେ ପଡ଼ିଛି କୁଢ଼ କୁଢ଼ ଔଷଧ, ବୈଧତା ଥାଇ ବି ଫୋପାଡିଦେଲେ
  • ||
  • ପାଟଣା ରେଞ୍ଜରେ ଘୁରି ବୁଲୁଛନ୍ତି ହାତୀପଲ, ଧାନ ଫସଲ ନଷ୍ଟ ସହ ଖାଇଗଲେ ଶହ ଶହ ଧାନ ବିଡା
  • ||
  • ନିଶ୍ଚିତକୋଇଲି: ବିଳମ୍ବିତ ରାତିରେ ମାତିଲେ ଡକାୟତ, ଚୋରି କରିବାକୁ ଆସି ନେଇଗଲେ ଜୀବନ
  • ||

ଦିନ ଦ୍ବିପ୍ରହରରେ ବ୍ୟବସାୟୀଙ୍କ ଠାରୁ ଲୁଟ୍, ୩ ଲକ୍ଷ ୫୦ ହଜାର ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

1/10/2021 at 5:20 PM

କଣ୍ଟାବାଞ୍ଜି ୧।୧୦: ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ସହରରେ ଦିନ ଦ୍ବିପ୍ରହରରେ ବ୍ୟବସାୟୀଙ୍କଠାରୁ ୩ ଲକ୍ଷ ୫୦ ହଜାର ଟଙ୍କା ଲୁଟ୍ । ବ୍ୟବସାୟୀ ଜଣଙ୍କ ବ୍ୟାଙ୍କରୁ ଟଙ୍କା ଉଠାଇ ଘରକୁ ଯାଉଥିବା ବେଳେ ତାଙ୍କଠାରୁ ଟଙ୍କା ବ୍ୟାଗ୍ ଲୁଟ୍ କରି ଲୁଟେରା ଫେରାର ହୋଇଯାଇଥିବା କଣ୍ଟାବାଞ୍ଜି ଥାନାରେ ଅଭିଯୋଗ ହୋଇଛି ।

ଅଭିଯୋଗ ଅନୁସାରେ, କଣ୍ଟାବାଞ୍ଜି ପୁରାନୀ ବସ୍ତିରେ ରହୁଥିବା ବ୍ୟବସାୟୀ କିଷନ ଲାଲ ଅଗ୍ରୱାଲ ଏସବିଆଇ ବଜାର ବ୍ରାଞ୍ଚରୁ ୨ ଲକ୍ଷ ଟଙ୍କା ବାହାର କରିଥିଲେ ।  ପୂର୍ବରୁ ତାଙ୍କ ପାଖରେ ୧ ଲକ୍ଷ ୫୦ ହଜାର ଟଙ୍କା ଥିଲା । ତେବେ ସମୁଦାୟ ୩ ଲକ୍ଷ ୫୦ ହଜାର ଟଙ୍କା ଏକ ବ୍ୟାଗରେ ଭର୍ତ୍ତି କରି ନିଜ ସ୍କୁଟିରେ ଘରକୁ ଯାଉଥିଲେ ।  ଘର ପହଞ୍ଚିବା ପୂର୍ବରୁ ରାସ୍ତାରେ ଏକ ବାଇକରେ ଜଣେ ଥିବା ବେଳେ ଅନ୍ୟ ଜଣେ ଟଙ୍କା ଭର୍ତ୍ତି ବ୍ୟାଗ ଛଡାଇ ଦୁଇ ଜଣ ବାଇକରେ ଫେରାର ହୋଇଯାଇଥିଲେ । କଣ୍ଟାବାଞ୍ଜି ପୋଲିସ ବିଭିନ୍ନ ସ୍ଥାନର ସିସିଟିଭି ଫୁଟେଜ ଯାଞ୍ଚ କରୁଥିବା ବେଳେ ତଦନ୍ତ ଜାରି ରହିଛି ।

   Related Posts