ଏଟିଏମରେ ନାହିଁ ଟଙ୍କା, ଲୋକେ ହନ୍ତସନ୍ତ
14/05/2018 at 7:19 AM

ଏଟିଏମରେ ନାହିଁ ଟଙ୍କା, ଲୋକେ ହନ୍ତସନ୍ତ । ଏ କେଉଁ ଉପାନ୍ତ ଅଞ୍ଚଳ କି ଗାଁର କଥା ନୁହେଁ । ଖୋଦ୍ ରାଜଧାନୀ ଭୁବନେଶ୍ବରରେ ଦେଖିବାକୁ ମିଳିଛି ଏପରି ଅବସ୍ଥା । ରାଜଧାନୀର ଅଧିକାଂଶ ATMରେ ଟଙ୍କା ନଥିବା ଦେଖିବାକୁ ମିଳିଛି । କେଉଁଠି ATM ପୁରା ବନ୍ଦ ଥିବା ବେଳେ କେଉଁଠି ATMକୁ ଅଧା ବନ୍ଦ ରଖି ଟଙ୍କା ନଥିବା କହି ଲୋକଙ୍କୁ ଫେରାଇ ଦେଉଛନ୍ତି ସୁରକ୍ଷାକର୍ମୀ । ରାତି ପାହିଲେ ସାବିତ୍ରୀ । ପୂଜା ସହ ଅନ୍ୟାନ୍ୟ କାର୍ଯ୍ୟା ପାଇଁ ଲୋକେ ଟଙ୍କା ଉଠାଇବାକୁ ଯାଇ ନିରାଶ ହୋଇ ଫେରୁଛନ୍ତି ।