ନୂଆଦିଲ୍ଲୀ୦୬/୧୨: କଂଗ୍ରେସ ସାଂସଦଙ୍କ ଚେୟାର ତଳୁ ମିଳିଲା ବିଡ଼ା ବିଡ଼ା ଟଙ୍କା । ଶୁକ୍ରବାର ଟଙ୍କା ବିଡ଼ାକୁ ନେଇ ହୁଲସ୍ତୁଲ ହୋଇଥିଲା ରାଜ୍ୟସଭା । କାରଣ କଂଗ୍ରେସ ନେତା ଅଭିଷେକ ମନୁ ସିଂହଭିଙ୍କ ଚେୟାର ତଳୁ ଟଙ୍କା ମିଳିଥିବା ଜଣାପଡ଼ିଛି । ଏହା ଜଣାପଡିବା ପରେ ରାଜ୍ୟସଭା ସଭାପତି ଜଗଦୀପ ଧନଖଡ ଏହାକୁ ଗମ୍ଭୀର ଘଟଣା କହିଛନ୍ତି । ସେ କହିଛନ୍ତି କଂଗ୍ରେସ ସାଂସଦଙ୍କ ଚେୟାର ତଳୁ ଟଙ୍କା ବିଡ଼ା ମିଳିବା ନିହାତି ଆଶ୍ଚର୍ଯ୍ୟଜନକ ।
ସେପଟେ ଘଟଣାକୁ ନେଇ ତେଜିଛିି ରାଜନୀତି । କେନ୍ଦ୍ରମନ୍ତ୍ରୀ ଜେପି ନଡ୍ଡା କହିଛନ୍ତି, ମୁଁ ଭାବୁଥିଲି ଏଲଓପି ଜଣେ ବରିଷ୍ଠ ନେତା । ସେ କହିବେ, ମାମଲାର ଯାଞ୍ଚ ହେବା ଦରକାର । ହେଲେ ସେ ଏମିତି କିଛି କହିଲେନି । ତେବେ ମୁଁ ଚାହୁଁଛି ଘଟାଣାର ତଦନ୍ତ ହେବା ସହ ସମ୍ପୂର୍ଣ୍ଣ ତଥ୍ୟ ପଦାକୁ ଆସିବା ଆବଶ୍ୟକ । ଏହାପୂର୍ବରୁ ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖଡଗେ କହିଥିଲେ, ସଭାପତି ଏହି ମାମଲାର ଯାଞ୍ଚ ହେବା ଆବଶ୍ୟକ ।
ଧନଖଡ କହିଛନ୍ତି, ଗତକାଲି ସଂସଦ ସରିବା ପରେ ସୁରକ୍ଷା କର୍ମୀ ମୋତେ ଏ ନେଇ ସୂଚନା ଦେଇଥିଲେ । ସୁରକ୍ଷାକର୍ମୀଙ୍କ ପକ୍ଷରୁ କୁହାଯାଇଥିଲା, ସିଠ ନମ୍ବର ୨୨୨ରେ ଟଙ୍କା ମିଳିଛି । ଏହି ସିଟ୍ ତେଲେଙ୍ଗାନା ସାଂସଦ ଅଭିଷେକ ମନୁ ସିଂଭିଙ୍କୁ ପ୍ରଦାନ କରାଯାଇଛି । ନୀୟମ ଅନୁସାରେ ଏହି ଘଟଣାର ଯାଞ୍ଚ କରାଯାଉଛି ।
My short statement in English to some journalists. pic.twitter.com/k0i4KukJMw
— Abhishek Singhvi (@DrAMSinghvi) December 6, 2024
ଅନ୍ୟପଟେ ଘଟଣା ନେଇ ସଫେଇ ରଖିଛନ୍ତି ସଂହଭି । ସେ କହିଛନ୍ତି ମୁଁ ୫୦୦ ଟଙ୍କା ଧରି ଆସେ । ଟଙ୍କା ବଣ୍ଡଲ ମୋର ନୁହେଁ । ଏହା ନିହାତି ଭାବେ ଷଡଯନ୍ତ୍ର ନିଶ୍ଚୟ ।