ପୋଲିସକୁ ଲୁଟେରାଙ୍କ କଡ୍ଡା ଚ୍ୟାଲେଞ୍ଜ, ଜିଲ୍ଲା ପରିଷଦ ଅଧ୍ୟକ୍ଷାଙ୍କ ଘରୁ ଲୁଟିନେଲେ ସୁନା ଗହଣା ସହ ଲକ୍ଷାଧିକ ଟଙ୍କା

Published By : Prameya-News7 Bureau | March 18, 2022 IST

ବରଗଡ଼ ୧୮/୦୩ : ବରଗଡ ଟାଉନ ପୋଲିସକୁ ଚୋରଙ୍କ କଡା ଚ୍ୟାଲେଞ୍ଜ । ବାରମ୍ବାର ବରଗଡ଼ ଡାଙ୍ଗ ଓ ଖଲିଆପାଲି ଆଞ୍ଚରେ ବଢି ଚାଲିଛି ଚୋରି ଘଟଣା ।

ଗତ କିଛିଦିନ ତଳେ ଡାଙ୍ଗ ରାଣୀ ସତୀ ମନ୍ଦିରରୁ ଲକ୍ଷାଧିକ ଟଙ୍କା ଓ ସୁନାଗହଣା ଚୋରି ସହ ପ୍ରାୟ ୧୨ରୁ ଉର୍ଦ୍ଧ୍ଵ ଚୋରି ଘଟଣା ଲଗାତାର ଘଟିଥିବା ବେଳେ ଗତକାଲି ବିଳମ୍ବିତ ରାତିରେ ପୁଣି ଘଟିଛି ବଡ଼ ଧରଣ ଚୋରି ଘଟଣା । ବରଗଡ଼ ପୂର୍ବତନ ଜିଲା ପରିଷଦ ଅଧ୍ୟକ୍ଷା ମୁକ୍ତା ସାହୁଙ୍କ ଘରୁ ୨ ଲକ୍ଷ ୨୦ ହଜାର ନଗଦ ଟଙ୍କା ଓ ଲକ୍ଷାଧିକ ଟଙ୍କାର ସୁନା ଗହଣା ଚୋରି ହୋଇଥିବା ନେଇ ଟାଉନ ପୋଲିସ ପାଖରେ ଅଭିଯୋଗ ହୋଇଛି ।

ଅଭିଯୋଗ କୁ ଭିତ୍ତି କରି ଟାଉନ ପୋଲିସ ତଦନ୍ତ ଆରମ୍ଭ କରିଛି । ତେବେ ପୋଲିସର ପେଟ୍ରୋଲିଂ ଏବଂ ବାରମ୍ବାର ଚୋରୀ ଘଟଣା ବଢି ଚାଲିଥିବା ବେଳେ ପୋଲିସ ହାତ ଏ ଯାଏଁ ଖାଲି ରହିଛି । ଯାହାକୁ ନେଇ ଏବେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ଦେଖିବାକୁ ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.