ବିଦ୍ରୋହର ୧୨ ଘଣ୍ଟା ମଧ୍ୟରେ ବୁଝାବଣା; ମସ୍କୋ ପହଞ୍ଚିବା ପୂର୍ବରୁ ଫେରିବା ପ୍ରାଇଭେଟ୍ ଆର୍ମି

Published By : Prameya-News7 Bureau | June 25, 2023 IST

ମସ୍କୋ: ଡିଲ୍ ହୋଇଛି ନା ମୁଣ୍ଡ ନୁଆଁଇଲା । ପୁଟିନଙ୍କ ନାଲି ଆଖିକୁ ଡରିଗଲା କି ଓ୍ବାଗନର? ଶକ୍ତିହୀନ ହେଲା କି ପ୍ରାଇଭେଟ୍ ଆର୍ମି ? ବୁଝାବଣା ହୋଇଛି ନା ଅନ୍ୟ କିଛି । ୨୪ ଘଣ୍ଟା ନପୁରୁଣୁ ୟୁ-ଟର୍ଣ୍ଣ । ଗୃହଯୁଦ୍ଧରୁ ବର୍ତ୍ତିଗଲା ଋଷ୍ । ମସ୍କୋ ପହଞ୍ଚିବାକୁ ଆଉ ମାତ୍ର ୩୭୦ କିଲୋମିଟର ବାକି ଥିଲା । ରାଜପଥକୁ ଓହ୍ଲାଇ ଆସି ସାରିଥିଲା ଯୁଦ୍ଧ ଟ୍ୟାଙ୍କ । ରଷ୍ ରାଜଧାନୀ ମୁହାଁ ହୋଇଥିଲେ ୨୫ ହଜାର ପ୍ରାଇଭେଟ୍ ଆର୍ମି । କେଇ ଘଣ୍ଟାରେ  ମଧ୍ୟରେ କବଜା ହୋଇଥାନ୍ତା ମସ୍କୋ । ହେଲେ ୧୨ ଘଣ୍ଟା ମଧ୍ୟରେ ସବୁକିଛି ଶାନ୍ତ ପଡ଼ିଯାଇଛି । ଋଷ ଆକାଶରେ ଘନେଉଥିବା ଯୁଦ୍ଧର କଳାବାଦଳ ଶୀଥଳି ଯାଇଛି । ଓ୍ବାଗନର ଚିଫ୍ ୟଭଗୋନି ପ୍ରିଗୋଝିନ ନିଜ ସେନାକୁ ୟୁ-ଟର୍ଣ୍ଣ ମାରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ରାଜଧାନୀ ମସ୍କୋ ଉପରେ ହମଲା ନିଷ୍ପତ୍ତିକୁ ଫେରାଇ ନେଇଛନ୍ତି ।

wp:html /wp:html

କେମିତି ଥମିଲା ଏକ ରକ୍ତାକ୍ତ ଯୁଦ୍ଧ ? ପୁଟିନଙ୍କୁ ଗାଦିଚ୍ୟୁତ୍ କରିବା ନିଶା ଓ୍ବାଗନର ଥମିଯାଇଛି । ୧୨ ଘଣ୍ଟା ମଧ୍ୟରେ ଋଷର ସଶକ୍ତ ସରକାର ବୁଝାବଣା କରିଛନ୍ତି । ବେଲାଋଷ ରାଷ୍ଟ୍ରପତିଙ୍କ ପାଇଁ ଏହା ସମ୍ଭବ  ହୋଇଛି । ଆଲେକ୍ସଜାଣ୍ଡର ଲୁକାସେଙ୍କୋଙ୍କ ପାଇଁ ସମାଧାନର ବାଟ ଫିଟିଛି । ଶନ୍ତିପୂର୍ଣ୍ଣ ଆଲୋଚନା ପାଇଁ ସହମତି ପ୍ରକାଶ କରି ଓ୍ବାଗନର ନିଜ ସେନାକୁ ଅଧାବାଟରୁ ଫେରାଇ ନେଇଛି ।

ଓ୍ବାଗନର ମୁଖ୍ୟ ୟଭଗୋନି ପ୍ରିଗୋଝିନଙ୍କ ବିରୋଧରେ ସଶସ୍ତ୍ର ବିଦ୍ରୋହର ଅଭିଯୋଗ ପରେ ଗୃହଯୁଦ୍ଧ ଆରମ୍ଭ ହୋଇଥିଲା । ପ୍ରାଇଭେଟ୍ ଆର୍ମିର ୨୫ ହଜାର ସୈନ୍ୟ, ଋଷର ତିନୋଟି ସହରକୁ କବଜା କରିନେଇଥିଲା । ଯୁଦ୍ଧ ବିମାନ ଓ ହେଲିକପ୍ଟର ନଷ୍ଟ କରିଦେଇଥିଲେ । ସେପଟେ ଋଷ୍ ରାଷ୍ଟ୍ରପତି ପୁଟିନ ମଧ୍ୟ ମସ୍କୋରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିବାକୁ ନିର୍ଦ୍ଦେଶ ଦେଇଥିଲେ । ହାଇ-ଆଲର୍ଟରେ ରହିଥିଲା ପୂରା ରାଜଧାନୀ । ବିଦ୍ରୋହୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଥିଲେ ପୁଟିନ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.