ଯାତ୍ରା ଟାଇଗର ଦୈତାରୀଙ୍କ ବିରୋଧରେ ୪୯୩/୪୧୭ ଏବଂ ୫୦୬ ଧାରାରେ ମାମଲା ରୁଜୁ

Published By : Prameya-News7 Bureau | November 06, 2018 IST

ଭଦ୍ରକ ୬/୧୧ : ଯାତ୍ରା ଜଗତର ଟାଇଗର ଦୈତାରୀ ପଣ୍ଡାଙ୍କ ବିରୋଧରେ ଶିମୁଳିଆ ଥାନାରେ ମାମଲା ରୁଜୁ ହୋଇଛି । ଭାରତୀୟ ପିଙ୍ଗଳ କୋର୍ଡର ୪୯୩/୪୧୭ ଏବଂ ୫୦୬ ଧାରାରେ ମାମଲା ରୁଜୁ ହୋଇଛି । ବର୍ଷିଆନ୍ ଯାତ୍ରା ଅଭିନେତ୍ରୀ ଲତା ମଣ୍ଡଳଙ୍କ ଅଭିଯୋଗ ଆଧାରରେ ଏହି ମାମଲା ରୁଜୁ ହୋଇଛି । ଦୈତାରୀ ପଣ୍ଡା ତାଙ୍କୁ ୨୮ ବର୍ଷ ତଳେ ଗାନ୍ଧର୍ବ ମତରେ ପୁରୀ ମନ୍ଦିରରେ ବିବାହ କରିଥିଲେ ବୋଲି ଲତା ଦାବି କରିବା ସହ ତାଙ୍କ ୨୩ ବର୍ଷ ବୟସ୍କ ପୁଅକୁ ପିତାର ପରିଚୟ ପ୍ରଦାନ ପାଇଁ ଗଣମାଧ୍ୟମ ଆଗରେ ଦାବି କରିଥିଲେ । ଏହାପରେ ତାଙ୍କୁ ବାରମ୍ୱାର ଧମକପୂର୍ଣ୍ଣ ଫୋନ କଲ୍ ଆସୁଥିବା ଲତା ଅଭିଯୋଗ କରିଛନ୍ତି । ଏଥିସହିତ ବିବାହିତ ଥାଇ ମଧ୍ୟ ଦୈତାରୀ ପଣ୍ଡା ପୁଣି ତାଙ୍କ ସହ ବିବାହ କରି ବିଶ୍ୱାସଘାତକତା କରିଥିବା ସେ ଅଭିଯୋଗ କରିଛନ୍ତି । ଏନେଇ ବିହିତ କାର୍ଯ୍ୟାନୁଷ୍ଠାନ ନେବାପାଇଁ ସେ ପୋଲିସକୁ ନିବେଦନ କରିଥିଲେ । ଏହି ଆଧାରରେ ପୋଲିସରେ ମାମଲା ରୁଜୁ ହୋଇଛି । ଦୈତାରୀଙ୍କ ବୋରୋଧରେ ପୋଲିସ ଯେଉଁ ଦଫା ସବୁ ଲଗାଇଛି ସେ ଗୁଡ଼ିକର ବିଶ୍ଳେଷଣ ହେଲା ୪୯୩- ବିବାହିତ ହୋଇ ମଧ୍ୟ ପୁଣି ଆଉଜଣଙ୍କୁ ବିବାହ କରିବା, ୪୧୭- ଠକିବା, ୫୦୬- ଧମକ ଦେବା । ଏହି ମାମଲା ରୁଜୁ ହେବାପରେ ଯାତ୍ରା ଟାଇଗରଙ୍କ ଅଡ଼ୁଆ ବଢିବ ବୋଲି ଆଶଙ୍କା କରାଯାଉଛି । ସୂଚନାଯୋଗ୍ୟ ଯେ, ୨୮ ବର୍ଷ ତଳେ ଲତା ମଣ୍ଡଳ  ତାରିଣୀ ଗଣନାଟ୍ୟର ନାଟକ- ଜିଅନ୍ତା ଶବର ନାୟିକା ଭୂମିକାରେ ଅଭିନୟ କରୁଥିଲେ । ଆଉ ସେହି ନାଟକ ଦର୍ଶକ ମାନଙ୍କ  ନିକଟରେ ତାଙ୍କର ପରିଚୟ ସୃଷ୍ଟି କରିଥିଲା ।  ଦୈତାରୀ ପଣ୍ଡାଙ୍କୁ ସେହି ନାଟକ ମଧ୍ୟ ପରିଚୟ ଦେଇଥିଲା । ସେହିଠୁ ପ୍ରେମ , ଆଉ ପରେ ବିବାହ । ଦୁଇଟି ପିଲାର ମାଆ ବି ହଲେ । ବଡ ପୁଅ ମରି ଯାଇଛି । ଆଉ ସାନ ପୁଅ ସୋମନାଥକୁ ଏବେ ୨୩ ବର୍ଷ ବୟସ୍କ । ତବେ ପତି ପାଇଁ ନୁହେଁ, ପିତୃତ୍ବର ପରିଚୟ ପାଇଁ ସେ ଏବେ ଆଇନର ଆଶ୍ରୟ ନେଇଥିବା ଲତା କହିଛନ୍ତି । ରିପୋର୍ଟ -  ସର୍ବେଶ୍ବର ନାଥ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.