ବିବାଦ ଘେରରେ 'ଗଙ୍ଗୁବାଇ କାଠିଆୱାଡି': ସଞ୍ଜୟ ଲୀଳା ଭନସାଲି ଓ ଆଲିଆ ଭଟ୍ଟଙ୍କ ବିରୋଧରେ ମାମଲା ଦାୟର କଲେ ଗଙ୍ଗୁବାଇଙ୍କ ପରିବାର

Published By : Prameya-News7 Bureau | December 23, 2020 IST

ମୁମ୍ବାଇ ୨୩/୧୨ : ସଞ୍ଜୟ ଲୀଲା ଭନସାଲୀଙ୍କ ଫିଲ୍ମ 'ଗଙ୍ଗୁବାଇ କାଠିଆୱାଡି' କୁ ନେଇ ଏକ ବଡ଼ ଖବର ଆସିଛି | ଫିଲ୍ମ 'ଗଙ୍ଗୁବାଇ କାଠିଆୱାଡି' କୁ ନେଇ ବିବାଦ ଲାଗି ରହିଛି। ଫିଲ୍ମକୁ ନେଇ ଗଙ୍ଗୁବାଇଙ୍କ ପରିବାର ସଞ୍ଜୟ ଲୀଲା ଭନସାଲୀ ଏବଂ ଆଲିଆ ଭଟ୍ଟଙ୍କ ବିରୋଧରେ ବମ୍ବେ ସିଟି ସିଭିଲ କୋର୍ଟରେ ମାମଲା ଦାୟର କରିଛନ୍ତି। ଗାଙ୍ଗୁବାଇଙ୍କ ପରିବାର ଫିଲ୍ମର କାହାଣୀକୁ ବିରୋଧ କରିଛନ୍ତି। ଫିଲ୍ମ ନିର୍ଦ୍ଦେଶନା ଦେଉଛନ୍ତି ସଞ୍ଜୟ ଲୀଲା ଭନସାଲୀ।

{"id":381569,"sizeSlug":"large","linkDestination":"none"}

ସୂଚନା ଅନୁଯାୟୀ, ହୁସେନ୍ ଜୈଦି ନାମକ ଜଣେ ବ୍ୟକ୍ତି ସଞ୍ଜୟ ଲୀଲା ଭନସାଲୀ ଏବଂ ଆଲିଆ ଭଟ୍ଟଙ୍କ ବିରୋଧରେ ଡିସେମ୍ବର ୨୨ ତାରିଖରେ ମାମଲା ଦାୟର କରିଛନ୍ତି। ଏହି ମାମଲାରେ ତିନି ସେଲିବ୍ରେଟିଙ୍କୁ ୨୦୨୧ ଜାନୁଆରୀ ୭ ତାରିଖ ସୁଦ୍ଧା କୋର୍ଟରେ ଜବାବ ଦେବାକୁ ହେବ।

{"id":381567,"width":569,"height":319,"sizeSlug":"large","linkDestination":"none"}

ଏହି ଚଳଚ୍ଚିତ୍ରଟି ପ୍ରସିଦ୍ଧ ଲେଖକ ହୁସେନ୍ ଜୈଦିଙ୍କ ବହି 'ମାଫିଆ କୁଇନ୍ସ ଅଫ୍ ମୁମ୍ବାଇ' ଉପରେ ଆଧାରିତ। ଫିଲ୍ମ ସୁଟିଂ ଜାରି ରହିଛି। ଇତି ମଧ୍ୟରେ ଏହି ନୂତନ ବିବାଦ ନିର୍ମାତାଙ୍କ ପାଇଁ ସମସ୍ୟା ସୃଷ୍ଟି କରିପାରେ।

ଗଙ୍ଗୁବାଇ ୬୦ ଦଶକରେ ମୁମ୍ବାଇ ମାଫିଆର ଏକ ବଡ ନାଁ ଥିଲା। ତାଙ୍କୁ ତାଙ୍କ ସ୍ୱାମୀ ମାତ୍ର ପାଞ୍ଚଶହ ଟଙ୍କା ପାଇଁ ବିକ୍ରି କରିଦେଇଥିଲେ ବୋଲି କୁହାଯାଏ। ସେବେଠାରୁ ସେ ବେଶ୍ୟାବୃତି ଜଡିତ ହୋଇଥିଲେ। ସେ ଅସହାୟ ଯୁବତୀଙ୍କ ପାଇଁ ମଧ୍ୟ ବହୁତ କାମ କରିଥିଲେ।

{"id":381570,"sizeSlug":"large","linkDestination":"none"}

ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ଆଲିଆ ଭଟ୍ଟ ନଜର ଆସିବେ। ଆଲିଆ ଏଥିରେ ଏକ ଗ୍ୟାଙ୍ଗଷ୍ଟର ଭୂମିକାରେ ଅଭିନୟ କରିଛନ୍ତି। ଆଲିଆ ଭଟ୍ଟ ପ୍ରଥମଥର ପାଇଁ ଏଭଳି ଚରିତ୍ରରେ ଅଭିନୟ କରିବାକୁ ଯାଉଛନ୍ତି। ଏହା ପୂର୍ବରୁ ସେ 'ଗଲି ବଏ'ରେ ସାମାନ୍ୟ ଆଗ୍ରେସିଭ୍ ଚରିତ୍ରରେ ଅଭିନୟ କରିଥିଲେ। ତାଛଡା ଆଲିଆ ପ୍ରଥମଥର ପାଇଁ ସଞ୍ଜୟ ଲୀଲା ଭନସାଲୀଙ୍କ ସହ କାମ କରୁଛନ୍ତି।

ଫିଲ୍ମରେ ଅଜୟ ଦେବଗନଙ୍କ ଅଭିନୟ ମଧ୍ୟ ଦେଖିବାକୁ ମିଳିବ। ଚଳଚ୍ଚିତ୍ରଟି ଦୁଇଟି ଭିନ୍ନ ଟାଇମ ଜୋନରେ ସେଟ୍ ହୋଇଛି। ଗୋଟିଏ ବିଭାଜନ ପୂର୍ବର ଏବଂ ଅନ୍ୟଟି ଅଷ୍ଟମ ଦଶକରେ ସେଟ୍ ହୋଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.