ପିଟିପିଟି ଯୁବତୀଙ୍କୁ ହତ୍ୟା କଲେ ଶ୍ବଶୁର ଘର ଲୋକେ : ଜ୍ବାଇଁ ସମେତ ୬ଜଣଙ୍କ ବିରୋଧରେ ହତ୍ୟା ଅଭିଯୋଗ

Published By : Prameya-News7 Bureau | January 01, 2020 IST

ଇସଲାମପୁର ୧/୧: ଇସଲାମପୁର ଥାନା ଅନ୍ତର୍ଗତ ବେଲେ ଗାଁରେ ଯୌତୁକ ପାଇଁ ବିବାହିତାଙ୍କୁ ହତ୍ୟା କରି ଦିଆଯାଇଛି। ପରିବାରଲୋକଙ୍କ ସୂଚନା ପାଇ ପୋଲିସ୍ ସୋମବାର ରାତି ଚିତାରୁ ଅର୍ଦ୍ଧଦଗ୍ଧ ଶବ ଜବତ କରି ପୋଷ୍ଟମର୍ଟମ ପାଇଁ ସଦର ହସ୍ପିଟାଲକୁ ନିଆଯାଇଛି।

ପୋଲିସ ଖବର ଶୁଣି ଶ୍ବଶୁର ଘର ଲୋକେ ଚିତାକୁ ଛାଡ଼ି ଫେରାର ହୋଇଯାଇଥିଲେ। ମୃତକ ହେଉଛନ୍ତି ରାଜେଶ ରବିଦାସଙ୍କ ପତ୍ନୀ ବିଭା କୁମାରୀ। ଜାହାନାବାଦ ଜିଲ୍ଲାର ଡିହରୀ ଗାଁ ବାସିନ୍ଦା ବାପା ନକୁଳ ଦାସ ଜ୍ବାଇଁ ସମେତ ୫ଜଣ ଶ୍ବଶୁରଘର ଲୋକଙ୍କୁ ଅଭିଯୁକ୍ତ ସାବ୍ୟସ୍ତ କରି ଯୌତୁକ ଜନିତ ହତ୍ୟା ମାମଲା ଦାୟର କରିଛନ୍ତି।

ତାଙ୍କ ଅଭିଯୋଗ ଅନୁସାରେ ୩ବର୍ଷ ତଳେ ସେ ତାଙ୍କ ଝିଅର ବିବାହ କରାଇଥିଲେ। ବିବାହ ପରେ ଶ୍ବଶୁର ଘର ଲୋକେ ନଗଦ ଦେଢ଼ ଲକ୍ଷ ଟଙ୍କା,ସୁନା ଚେନ୍ ଏବଂ ମୁଦି ପାଇଁ ମହିଳାଙ୍କୁ ନିର୍ଯ୍ୟାତନା ଦେଉଥିଲେ। ୬ମାସ ତଳେ ବିବାହିତା ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ କିନ୍ତୁ ଦୁଇ ଦିନ ପରେ ଶିଶୁର ମୃତ୍ୟୁ ହୋଇଯାଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.