oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁରୀ ଜେଲରେ ପୁଣି ଜଣେ କଏଦୀର ଆତ୍ମହତ୍ୟା
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୮୦ କୋଭିଡ୍ ପଜିଟିଭ୍
  • ||
  • ଭୁବନେଶ୍ୱର : ଭିଜିଲାନ୍ସ ଜାଲରେ IDCO ସହକାରୀ ନିର୍ଦ୍ଦେଶକ, ଏକାସାଙ୍ଗେ ୭ଟି ସ୍ଥାନରେ ଚାଲିଛି ଚଢାଉ
  • ||
  • ମୁମ୍ବାଇ : ଏକତା କପୁରଙ୍କ ବଢିଲା ଅଡୁଆ, ଗିରଫ ୱାରେଣ୍ଟ ଜାରି କଲେ ବିହାର କୋର୍ଟ
  • ||
  • ଭୁବନେଶ୍ୱର : ଗୁରୁବାରଠୁ ରାଜ୍ୟରେ ବର୍ଷା, ୧୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
  • ||

ବନ୍ଦ ହେବ ବିଗ୍‌ ବସ୍‌-୧୩ ! ସୁପ୍ରିମ କୋର୍ଟରେ ମାମଲା

8/10/2019 at 3:42 PM

ନୂଆଦିଲ୍ଲୀ – ବିଗ୍‌ ବସ୍‌ ୧୩ରେ ଅନେକ ଅଶ୍ଲୀଳତା ଦର୍ଶାଯାଉଥିବା ଅଭିଯୋଗ ହେଉଛି। ପାରିବାରିକ ସୋରେ ଏପରି ଅଶୀଳ୍ଲତା ଆଦୌ ଗ୍ରହଣୀୟ ନୁହେଁ ବୋଲି ଅନେକ ଦାବି କରିଛନ୍ତି । ଏହାକୁ ନେଇ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଅନେକ ମନ୍ତବ୍ୟ ଦେଇଛନ୍ତି । କେବଳ ସେତିକି ନୁହେଁ ଅଲ ଇଣ୍ଡିଆ ଟ୍ରେଡର୍ସ -କ୍ୟାଟ (Confederation Of All India Traders) ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାବେଡକରଙ୍କୁ ପତ୍ର ଲେଖି କଲର୍ସ ଟେଲିଭିଜନରେ ଚାଲୁଥିବା ବିଗ୍‌ବସ୍‌ ୧୩କୁ ତୁରନ୍ତ ବନ୍ଦ କରିବା ପାଇଁ ଦାବି କରିଛନ୍ତି ।

ଏହି ପ୍ରସଙ୍ଗରେ ସୁପ୍ରିମକୋର୍ଟରେ ଏକ ମାମଲା ରୁଜୁ କରାଯାଇଛି । ଲୋକଙ୍କ ମଧ୍ୟରେ ଏହି ସୋକୁ ନେଇ ଆକ୍ରୋଶ ଦେଖା ଦେଇଛି । ସୁପ୍ରିମକୋର୍ଟ ଏହି ମାମଲାକୁ ଗ୍ରହଣ କରି ନେଇଛନ୍ତି । ଏବେ ଏହି ମାମଲାର ଶୁଣାଣୀ ହେବ । ବିଗ୍‌ବସର ଉପସ୍ଥାପକ ତଥା ସଞ୍ଚାଳକ ସଲମନ୍‌ ଖାନଙ୍କ ଏହି କାର୍ଯ୍ୟକ୍ରମ ଅଶୀଳ୍ଳତାର ପ୍ରସାର କରୁଥିବା ଅଭିଯୋଗ ହୋଇଛି । ଏହି କାରଣରୁ ପରିବାର ଓ ଛୋଟ ପିଲାଙ୍କ ସହ ବସି କାର୍ଯ୍ୟକ୍ରମ ଦେଖିବା ସମ୍ଭବ ନୁହେଁ ବୋଲି ଅଖିଳ ଭାରତୀୟ କ୍ଷତ୍ରୀୟ ଯୁବା ମହାସଭା ଅଧ୍ୟକ୍ଷ ଅଭିଯୋଗ କରିବା ସହ ସୁପ୍ରିମକୋର୍ଟରେ ମାମଲା ରୁଜୁ କରିଛନ୍ତି । ବିଗ୍‌ବସ୍‌ ୧୩ର ପ୍ରସାରଣ ବନ୍ଦ କରିବା ପାଇଁ ଏଥିରେ ଦାବି କରାଯାଇଛି ।


ଅଖିଳ ଭାରତୀୟ କ୍ଷତ୍ରୀୟ ଯୁବା ମହାସଭା ଅଧ୍ୟକ୍ଷ ଅଭିଷେକ୍‌ ସୋମ ଏହି ସୋରେ ଅଶୀଳ୍ଲତା ଓ ଅନୈତିକ ପ୍ରଚାର ପ୍ରବଳ ମାତ୍ରାରେ କରାଯାଉଥିବା ଅଭିଯୋଗ ହୋଇଛି । ଏପରି କାର୍ଯ୍ୟକ୍ରମ ଦେଖି ଯୁବପୀଢି ନିଜର ସଂସ୍କାର ଭୁଲି ଯିବା ସହ ପଥଭ୍ରଷ୍ଟ ହେଉଥିବା ଅଭିଯୋଗ ହୋଇଛି ।

   Related Posts