ନୂଆଦିଲ୍ଲୀ ୧।୩ : ବଲିଉଡ୍ ଅଭିନେତ୍ରୀ ସ୍ବରା ଭାସ୍କର ସାମାଜିକ ପ୍ରସଙ୍ଗ ଉପରେ ନିଜ ରାୟ ଦେବାରେ କେବେହେଲେ ପଛକୁ ହଟିନାହାନ୍ତି । କେତେକ ସମୟରେ ସେ ଏଥିପାଇଁ ବିବାଦରେ ମଧ୍ୟ ଫସିଛନ୍ତି । ଏଥର ଅଭିନେତ୍ରୀ ସ୍ବରା ଭାସ୍କରଙ୍କ ମୁସ୍କିଲ ଆହୁରି ବଢିଯାଇଛି । ସ୍ବରା ଭାସ୍କରଙ୍କ ବିରୋଧରେ ଲୋକଙ୍କୁ ଧର୍ମାନ୍ତିକରଣ କରିବା ନେଇ ଆବେଦନ ଦାଖଲ କରାଯାଇଛି ।
ଫିଲ୍ମ ଅଭିନେତ୍ରୀ ସ୍ବରା ଭାସ୍କରଙ୍କ ବିରୋଧରେ କାନପୁର କୋର୍ଟରେ ଆବେଦନ ଦାଖଲ କରାଯାଇଛି । ଆବେଦନକାରୀ ବିଜୟ ବକ୍ସି, ସ୍ବରା ଭାସ୍କରଙ୍କ ବିରୋଧରେ ଜାତି, ଧର୍ମ ଏବଂ ସମୁଦାୟକୁ ବିଭକ୍ତି କରିବା ସହ ଅବିଶ୍ବାସ ଜନ୍ମାଇବା ଅଭିଯୋଗ କରିଛନ୍ତି । ଆବେଦନରେ ବିଜୟ ବକ୍ସି ବିଦ୍ବେଷ ସୃଷ୍ଟି କରାଇବା, ଜାତି-ଧର୍ମ ଏବଂ ସମୁଦାୟକୁ ବିଭକ୍ତ କରିବାଇବା ନେଇ ଅଭିଯୋଗ ଲଗାଇଛନ୍ତି ।
ବିଜୟ ବକ୍ସିଙ୍କ ସୂଚନା ଅନୁଯାୟୀ, ସ୍ବରା ଭାସ୍କର ଜଣେ ଅଭିନେତ୍ରୀ ସହ ଜଣେ ପ୍ରସିଦ୍ଧ ବ୍ୟକ୍ତିତ୍ବ ମଧ୍ୟ । ସେ ନିଜ କଥାଶୈଳୀ, ଭାଷଣ ଏବଂ ଟ୍ବିଟ୍ ମାଧ୍ୟମରେ ବେଳେ ବେଳେ ଭାରତ ସରକାର, ସୁପ୍ରିମକୋର୍ଟ, ସୁରକ୍ଷା ସଂସ୍ଥା ବିରୋଧରେ ଟିପ୍ପଣୀ ଦେବା ଏବଂ ସମାଜରେ ଭେଦଭାବ ସୃଷ୍ଟି କରାଇବାର କାମ ମଧ୍ୟ କରୁଛନ୍ତି । ଏହାଦ୍ବାରା ଦେଶର ଚିତ୍ର ଖରାପ ହେବା ସହ ଅନ୍ତର୍ଜାତୀୟ ସ୍ତରରେ ମଧ୍ୟ ଚିତ୍ର ଖରାପ ହେଉଛି । ଏହି ଆବେଦନର ଶୁଣାଣି ମାର୍ଚ୍ଚ ୨୦ ତାରିଖରେ ହେବ ।