Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଠଗଡ: ହଟିଲା କଟକଣା, ନୂଆ ବର୍ଷରୁ ବାବା ଧବଳେଶ୍ୱରଙ୍କୁ ଦର୍ଶନ କରିବେ ଭକ୍ତ
  • ||
  • ଭୁବନେଶ୍ୱର: ସନ୍ଧ୍ୟା ସୁଦ୍ଧା ବାତ୍ୟାର ରୂପନେବ ଗଭୀର ଅବପାତ, ବର୍ଷାରେ ଭିଜିବ ଦକ୍ଷିଣ ଓଡିଶା
  • ||
  • ୧୭ ଜଣିଆ ରଣଜୀ ଟିମ୍ ଘୋଷଣା : ଶୁଭ୍ରାଂଶୁ ସେନାପତି ଅଧିନାୟକ, ୪ ନୂଆ ମୁହଁ
  • ||
  • ପୋଲିସକୁ ସଫଳତା, ନକଲି ସୁନା ଦେଇ ଋଣ କରି ୫୨ ଲକ୍ଷ ଟଙ୍କା ଠକେଇ ଘଟଣାର ପର୍ଦାଫାସ
  • ||
  • ଖଲ୍ଲିକୋଟ ଉଚ୍ଚ ବିଦ୍ୟାଳୟରେ ରାଗିଂ ଘଟଣା, ୭ ଛାତ୍ରଙ୍କୁ ବହିଷ୍କାର କଲେ ଅଧ୍ୟକ୍ଷ
  • ||

ସୋନିଆ ଗାନ୍ଧୀଙ୍କ ବ୍ୟକ୍ତିଗତ ସଚିବଙ୍କ ବିରୋଧରେ ମାମଲା ରୁଜୁ; ଦୁଷ୍କର୍ମ ଅଭିଯୋଗ ଆଣିଲେ ଦଳିତ ମହିଳା

27/06/2022 at 7:49 PM

ନୂଆଦିଲ୍ଲୀ ୨୭/୦୬ : ଭାରତୀୟ ଜାତୀୟ କଂଗ୍ରେସର ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ବ୍ୟକ୍ତିଗତ ସଚିବଙ୍କ ନାଁରେ ଦୁଷ୍କର୍ମ ଅଭିଯୋଗ। ଜଣେ ଦଳିତ ମହିଳା ଏହି ଦୁଷ୍କର୍ମ ଅଭିଯୋଗ କରିଛନ୍ତି। ସୋନିଆଙ୍କ ବ୍ୟକ୍ତିଗତ ସଚିବ ପିପି ମାଧବନଙ୍କ ବିରୋଧରେ ଏହି ଅଭିଯୋଗ କରାଯାଇଛି। ଏହି ଅଭିଯୋଗ ପରେ ଅନେକ ପ୍ରଶ୍ନବାଚି ସୃଷ୍ଟି ହୋଇଛି।

ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ମାଧବନ ଜଣେ ଦଳିତ ମହିଳାଙ୍କୁ ଚାକିରି ଦେବେ ବୋଲି କହି ତାଙ୍କ ସହିତ ଦୁଷ୍କର୍ମ କରିଥିଲେ। ମାଧବନଙ୍କ ବିରୋଧରେ ଚାକିରି ଓ ବିବାହ କରିବା ପ୍ରତଶୃତିରେ ଦୁଷ୍କର୍ମ କରିବାର ଅଭିଯୋଗ ହୋଇଛି। ଏନେଇ ଦିଲ୍ଲୀର ଉତ୍ତମନଗର ଥାନାରେ ଏକ ମାମଲା ରୁଜୁ କରାଯାଇଛି।

ସୂଚନାଥାଉକି, ପୀଡି଼ତା ମହିଳାଙ୍କ ସ୍ୱାମୀ କଂଗ୍ରେସ କାର୍ଯ୍ୟାଳୟରେ ହୋର୍ଡିଙ୍ଗ ଲଗାଉଥିଲେ। ୨୦୨୦ ରେ ମହିଳାଙ୍କ ସ୍ୱାମୀଙ୍କର ମୃତ୍ୟୁ ହୋଇଥିଲା। ପରେ ତାଙ୍କୁ ଚାକିରି ଦିଆଯିବ ବୋଲି କୁହାଯାଇଥିଲା। ପୀଡ଼ିତା ମହିଳାଜଣଙ୍କ ଦଳିତ ବୋଲି ଜଣା ପଡ଼ିଛି।

ଜୁନ୍‌ ୨୬ରେ ଦିଲ୍ଲୀର ଉତ୍ତମନଗର ଥାନାରେ ଦୁଷ୍କର୍ମ ଧାରା ଅଧୀନରେ ମାମଲା ରୁଜୁ କରାଯାଇଛି।ଏହା ସହିତ ଡିଡିୟୁ ଡାକ୍ତରଖାନାରେ ପୋଲିସ ମହିଳାଙ୍କର ଡାକ୍ତରିମାଇନା କରିଛି। ଫେବୃଆରୀ ୨୦୨୨ରେ ତାଙ୍କ ସହିତ ଦୁଷ୍କର୍ମ କରାଯାଇଛି ବୋଲି ମହିଳା ଅଭିଯୋଗରେ କହିଛନ୍ତି।

   Related Posts