ନିଶ୍ଚିନ୍ତ କୋଇଲି - ବିବାଦ ପପୁଙ୍କର ପିଛା ଛାଡୁନି । କେବେ କାଷ୍ଟିଂ କାଉଚ ତ କେତେ ବେଳେ ତୁଳସୀଙ୍କ ନାଁରେ ଅପମାନ ସୂଚକ ମନ୍ତବ୍ୟ, ଆଉ କେତେ ବେଳେ ବିବାଦୀୟ ପୋଷ୍ଟର, ଏବେ କଣ୍ଠଶିଳ୍ପୀ ରାନୁ ମଣ୍ଡଳଙ୍କ କମେଡି ଭିଡିଓ କରି ପପୁ ବିବାଦରେ ଫସିଯାଇଛନ୍ତି । ଏନେଇ ତାଙ୍କୁ ଅନେକ ଲୋକ ସମାଲୋଚନା ବି କରିଛନ୍ତି ।
ରାନୁ ମଣ୍ଡଳନାମରେ କମେଡି କରିବା ଯୋଗୁଁ ପପୁ ପମ୍ପମ୍ଙ୍କ ନାମରେ ମାମଲା ରୁଜୁ କରାଯାଇଛି । ନିଶ୍ଚିନ୍ତ କୋଇଲି ଥାନାରେ ଏ ନେଇ ମାମଲା ରୁଜୁ ହୋଇଛି। ନିଶ୍ଚିନ୍ତ କୋଇଲି ନାଗରିକ ମଞ୍ଚ ପକ୍ଷରୁ ପପୁଙ୍କ ନାମରେ ମାମଲା ରୁଜୁ କରାଯାଇଛି ।
ଏକ ଭିଡିଓ ପୋଷ୍ଟ କରି ପପୁ ପମ୍ପମ୍ କ୍ଷମା ପ୍ରାର୍ଥନା କରିଛନ୍ତି। ଏପରି କରି କାହାରି ମନରେ କଷ୍ଟ ଦେଇଥିଲେ ସେ କ୍ଷମା ପ୍ରାର୍ଥନା କରୁଛନ୍ତି ବୋଲି କହିଛନ୍ତି ।