ଏଲନ ମସ୍କଙ୍କ ବିରୋଧରେ ମାମଲା ରୁଜୁ, ଛଟେଇରେ ମହିଳାଙ୍କୁ ଟାର୍ଗେଟ କରିବା ନେଇ ଅଭିଯୋଗ

Published By : Prameya-News7 Bureau | December 09, 2022 IST

ନୂଆଦିଲ୍ଲୀ, ୯/୧୨: ଟ୍ବିଟରର ମାଲିକାନା ନିଜ ହାତକୁ ନେବା ପରଠାରୁ ଏଲନ ମସ୍କ ଅନେକ ବଡ଼ ନିଷ୍ପତ୍ତି ନେଇଥିଲେ। ଯେଉଁଥିରେ କର୍ମଚାରୀଙ୍କୁ କମ୍ପାନୀରୁ ବାହାର କରାଯିବା ସବୁଠୁ ବଡ଼ ନିଷ୍ପତ୍ତି ଥିଲା । କିନ୍ତୁ ଏବେ ଏଭଳି ଜଣାପଡ଼ୁଛି ଯେ ଏହି ନିଷ୍ପତ୍ତି ତାଙ୍କ ଉପରେ ହିଁ ଭାରି ପଡ଼ୁଛି।

ଟ୍ବିଟର ଅଧିଗ୍ରହଣ ପରେ ଛଟେଇ ନେଇ କଠୋର ନିଷ୍ପତ୍ତି ଯୋଗୁଁ କମ୍ପାନୀରେ କାମ କରୁଥିବା ହଜାର ହଜାର କର୍ମଚାରୀ ଚାକିରି ହରାଇଥିଲେ। କିନ୍ତୁ ଏମାନଙ୍କ ମଧ୍ୟରୁ ଦୁଇ ମହିଳା ଏବେ ଆମେରିକାର ଏକ କୋର୍ଟରେ ଏଲନ ମସ୍କଙ୍କ ବିରୋଧରେ ମକଦ୍ଧମା ରୁଜୁ କରିଛନ୍ତି।

ଟ୍ବିଟରରେ କାମ କରିଥିବା ଏହି ଦୁଇ ମହିଳା ଅଭିଯୋଗ କରିଛନ୍ତି ଯେ ହଠାତ୍ ଏତେ ସଂଖ୍ୟକ କର୍ମଚାରୀଙ୍କ ଛଟେଇ ଫଳରେ ମହିଳା କର୍ମଚାରୀଙ୍କ ଉପରେ ଏହାର ଗଭୀର ପ୍ରଭାବ ପଡ଼ିଛି। ସେମାନେ କହିଛନ୍ତି ଯେ, ଏମିତି କରି ବଡ଼ମାତ୍ରାରେ ହୋଇଥିବା ଛଟେଇରେ ମହିଳା କର୍ମଚାରୀଙ୍କୁ ଟାର୍ଗେଟ କରାଯାଇଛି। ମହିଳା ଅଭିଯୋଗ କରିଛନ୍ତି ଛଟେଇ ପୂର୍ବରୁ ଟ୍ବିଟର ଅଧିକ ପୁରୁଷ କର୍ମଚାରୀଙ୍କୁ ଭର୍ତ୍ତି କରିଥିଲା ଏବଂ ଛଟେଇ ସମୟରେ ୫୭ ପ୍ରତିଶତ ମହିଳା କର୍ମଚାରୀଙ୍କୁ ଚାକିରିରୁ ବାହାର କରିଦେଇଛି ଯାହା ବାହାର କରାଯାଇଥିବା ପୁରୁଷଙ୍କ ତୁଳାନାରେ ବହୁତ କମ୍।

ଏକ ରିପୋର୍ଟ ଅନୁଯାୟୀ, ମହିଳାଙ୍କ ଦ୍ବାରା ଦାୟର ହୋଇଥିବା ମକଦ୍ଧମାରେ ଏକଥା ଅଭିଯୋଗ ଲଗାଯାଇଛି ଯେ ଛଟେଇ ଯେଉଁ ମହିଳାଙ୍କ ଆଘାତ ପହଞ୍ଚାଇଛି। ସେମାନେ ନିଜ ପିଲା ଏବଂ ପରିବାରର ଅନ୍ୟ ସଦସ୍ୟଙ୍କ ଦାୟିତ୍ବ ରହିଛି। କିନ୍ତୁ ଛଟେଇ ନିଷ୍ପତ୍ତି ପରେ ଏବେ ଏହି ସବୁ ଦାୟିତ୍ବ ତୁଲାଇବା ସେମାନଙ୍କ ପାଇଁ ମୁସ୍କିଲ ହୋଇପଡ଼ିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.