ଧର୍ମୀୟ ଭାବନାକୁ ଆହତ ପହଞ୍ଚାଇଥିବା ଅଭିଯୋଗରେ ଓୱେସୀ ଓ ଅଖିଳେଶ ଯାଦବଙ୍କ ନାଁରେ ଥାନାରେ ମାମଲା ରୁଜୁ

Published By : Prameya-News7 Bureau | May 23, 2022 IST

ନୂଆଦିଲ୍ଲୀ: ଧାର୍ମିକ ଭାବନାକୁ ଆହତ ପହଞ୍ଚାଇଥିବା ଅଭିଯୋଗରେ AIMIM(ମଜଲିସ-ଇ-ଇତ୍ତେହାଦୁଲ ମୁସ୍ଲିମୀନ) ମୁଖ୍ୟ ଅସଦୁଦ୍ଦିନ ଓୱେସୀ ଓ ସମାଜବାଦୀ ପାର୍ଟି ନେତା ଅଖିଳେଶ ଯାଦବଙ୍କ ନାଁରେ ମାମଲା ରୁଜୁ।  

ଏନେଇ ଓକିଲ ହରିଶଙ୍କର ପାଣ୍ଡେ ସୂଚନା ଦେଇ କହିଛନ୍ତି ଯେ ଏହି ଦୁଇ ନେତା କାଶୀ ବିଶ୍ୱନାଥ ମନ୍ଦିର ଓ ଜ୍ଞାନବାପୀ ମସ୍‌ଜିଦ୍‌କୁ ନେଇ ଲୋକଙ୍କ ଧର୍ମୀୟ ଭାବନାକୁ ଆହତ ପହଞ୍ଚାଉଛନ୍ତି। ବାରାଣସୀର ପରିବେଶ ନଷ୍ଟ କରୁଛନ୍ତି। ଏଣୁ କୋର୍ଟ ଏହା ଉପରେ ଗୁରୁତ୍ୱାରୋପ କରିବା ଉଚିତ ବୋଲି ପାଣ୍ଡେ କହିଛନ୍ତି।ସେ ଆହୁରି ମଧ୍ୟ କହିଛନ୍ତି ଯେ ସୁପ୍ରିମକୋର୍ଟ ଏହି ମାମଲାରେ କିଛି କହୁନଥିବା ସତ୍ତ୍ୱେ ବି ଏହି ନେତାମାନେ ଭୋଟ ପାଇଁ ଲୋକମାନଙ୍କୁ ଉକ୍‌ସାଉଛନ୍ତି।

ସୂଚନା ଥାଉକି, ଜ୍ଞାନବାପୀ ମସ୍‌ଜିଦକୁ ନେଇ ଏହି ନେତାମାନଙ୍କର ବୟାନ ଉପରେ ଅସନ୍ତୋଷ ପ୍ରକାଶ କରିଥିଲା ବଜରଙ୍ଗ ଦଳର କର୍ମୀ। ଏଥିପାଇଁ ଗତ ସପ୍ତାହରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ କାନପୁରରେ ଅଖିଳେଶ ଯାଦବ, ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲୋଟ ଏବଂ ଅସଦୁଦ୍ଦିନ ଓୱେସୀଙ୍କୁ କୁଶପୁତ୍ତଳିକା ଦାହ କରିଥିଲେ କର୍ମୀ।

କଣ କହିଥିଲେ ନେତା ?

ସମାଜବାଦୀ ପାର୍ଟି ନେତା ଅଖିଳେଶ ଯାଦବ- ବିଜେପି ସମାଜକୁ ସାମ୍ପ୍ରଦାୟରେ ଭାଗ ଭାଗ କରିବାକୁ ଚାହୁଁଛି। ତା ସହିତ ମୁସଲମାନ ମଧ୍ୟରେ ଭୟ ସୃଷ୍ଟି କରିବାକୁ ଚାହୁଁଛି।
ଅଶୋକ ଗେହେଲୋଟ- ବାରାଣସୀର ଜ୍ଞାନବାପୀ ମସ୍‌ଜିଦ୍‌ ଉପରେ ବିଜେପି ଦେଶରେ ନୂଆ ଡ୍ରାମା ଆରମ୍ଭ କରିଦେଇଛି।
ଅସଦୁଦ୍ଦିନ ଓୱେସୀ- ସୋମବାର ମାମଲାରେ ପ୍ରତିକ୍ରିୟା ଦେଇ ଓୱେସୀ କହିଛନ୍ତି ଯେ ଆମେ ଜ୍ଞାନବାପୀ ମସ୍‌ଜିଦ୍‌କୁ ବାବ୍ରି ମସ୍‌ଜିଦ୍ ଭଳି ଅବସ୍ଥା ହେବାକୁ ଦେବୁ ନାହିଁ। ଯାହାକୁ ୩୦ ବର୍ଷ ତଳେ ଭାଙ୍ଗି ଦିଆଯାଇଥିଲା ଦେଶରେ ହିଜାବ, ଲଭ ଜିହାଦ ଭଳି ଘଟଣା କରି ଗଡେସ୍‌ଙ୍କର ଭକ୍ତମାନ ଦେଶରେ ମୁସଲମାନ ବିରୋଧରେ ହିଂସା ସୃଷ୍ଟି କରିବାକୁ ଚେଷ୍ଟା କରୁଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.