scan steel
web-baneer-728x90
WhatsApp Image 2023-12-06 at 12.52.17
krs-728-90-banner english-2
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ମହଙ୍ଗା ପଡିଲା ଚନ୍ଦ୍ରାୟନ-୩ ମିଶନକୁ ପରିହାସ କରିବା, ଅଭିନେତା ପ୍ରକାଶ ରାଜ୍‌ଙ୍କ ବିରୋଧରେ ମାମଲା

22/08/2023 at 4:03 PM

ମୁମ୍ୱାଇ ୨୨/୦୮: ବଢିବ ଚଳଚ୍ଚିତ୍ର ଅଭିନେତା ପ୍ରକାଶ ରାଜଙ୍କ ଅଡୁଆ । ଚନ୍ଦ୍ରୟାନ-୩ ବିରୋଧରେ ପୋଷ୍ଟ କରିବା ନେଇ ରୁଜୁ ହୋଇଛି ମାମଲା । ଏବେ ପ୍ରଶ୍ନ ହେଉଛି ସେ କଣ ଏମିତି କଲେ ଯେ, ମାମଲା ଏତେ ବଢିଗଲା । ପୋଲିସର ସୂଚନାଅନୁସାରେ, ଅଭିଯୋଗକାରୀ ପ୍ରକାଶ ରାଜ ଉପରେ ଚନ୍ଦ୍ରୟାନ-୩ ମିଶନକୁ ପରିହାସ କରିଛନ୍ତି ।

ବଗଲାକୋଟ ପୋଲିସ କହିଛି ଯେ ଅଭିଯୋଗରେ ସେ ସାର୍ଟ ଏବଂ ଲୁଙ୍ଗି ପିନ୍ଧିଥିବା ବ୍ୟକ୍ତିଙ୍କ କାର୍ଟୁନକୁ ସେୟାର କରିଥିଲେ । ଯେଉଁଥିରେ ଜଣେ ବ୍ୟକ୍ତି ଚା ଢାଳୁଛନ୍ତି । ଚିତ୍ର ସେୟାର କରିବାବେଳେ ଲେଖାଥିଲା ଯେ ଚନ୍ଦ୍ରାୟନର ପ୍ରଥମ ଦୃଶ୍ୟ । ଏହା ପରଠୁ ଅନେକ ସମାଲୋଚନାର ସମ୍ମୁଖୀନ ହୋଇଥିଲେ ପ୍ରକାଶ ରାଜ । ଲୋକେ କହିଥିଲେ ଯେ ଚନ୍ଦ୍ରଯାନ-୩ ମିଶନ ଦେଶର ଗର୍ବ ସହିତ ଜଡିତ । ଏହାକୁ ପରିହାସ କରାଯିବା ଉଚିତ ନୁହେଁ ।

ସୋସିଆଲ ମିଡିଆ ଆକ୍ରୋଶର ଶିକାର ହେଉଥିବା ପ୍ରକାଶ ରାଜ X ରେ ସ୍ପଷ୍ଟ କରି କହିଥିଲେ ଯେ, ତାଙ୍କର ଟିପ୍ପଣୀ କେବଳ ଥଟ୍ଟା । ଆଉ କିଛି ନୁହେଁ । ଘୃଣା କେବଳ ଘୃଣା ଦେଖେ … ମୁଁ ଆର୍ମଷ୍ଟ୍ରଙ୍ଗଙ୍କ ସମୟରୁ ଆମର କେରଳ ଚାଏ ୱାଲା ଉତ୍ସବ ପାଳନ କରୁଥିବା ବିଷୟରେ କହିଥିଲି । ଟ୍ରୋଲଗୁଡିକ କେଉଁ ଚାଏ ବାଲାଙ୍କୁ ଦେଖିଲେ ମୁଁ ଜାଣିନି । ଯଦି ଆପଣ ଥଟ୍ଟା ବୁଝିପାରୁନାହାଁନ୍ତି ।

ସେପଟେ ସୋସିଆଲ ମିଡିଆର ଫଲୋଅର୍ସମାନେ କହିଛନ୍ତି ଯେ ଏତେ ବଡ ଅଭିନେତା ଏପରି କାର୍ଯ୍ୟରୁ ନିବୃତ୍ତ ହେବା ଉଚିତ୍ । ବିରୋଧ ତାଙ୍କ ସ୍ଥାନରେ ରହିଛି। ଆପଣ ଦେଶର ଯେକୌଣସି ବ୍ୟକ୍ତିତ୍ୱ ବିରୋଧକୁ ବିରୋଧ କରିପାରିବେ, କିନ୍ତୁ ଚନ୍ଦ୍ରାୟନ ମିଶନ ଜଣେ ବ୍ୟକ୍ତିଙ୍କ ପାଇଁ ଉତ୍ସର୍ଗୀକୃତ । ବରଂ ଏହାର ସଫଳତା ସମସ୍ତଙ୍କ ପାଇଁ ଗର୍ବର ବିଷୟ ।

you can also read…

   Related Posts