ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ଯାଜପୁର: ଶୌଚ ହେବାକୁ ଯାଇ ନଦୀକୁ ଡେଇଁଲେ ମହିଳା, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ମାଲକାନଗିରିରେ କମ୍ୱିଂ ବେଳେ ପୋଲିସକୁ ସଫଳତା, ମାଓ କ୍ୟାମ୍ପ ଠାବ
  • ||

ମୁସଲମାନ ଓ ଇସ୍ଲାମ ଉପରେ ବୟାନ ଦେଇ ବିବାଦରେ ରାମଦେବ ବାବା, ବାଡମେରରେ ମକଦ୍ଦମା ରୁଜୁ

5/02/2023 at 5:16 PM

ବାଡମେର ୫।୨: ଯୋଗ ଗୁରୁ ରାମଦେବଙ୍କ ବିରୋଧରେ ରାଜସ୍ଥାନର ବାଡମେର ଜିଲ୍ଲାରେ କେସ୍‌ ରୁଜୁ ହୋଇଛି। ଯୋଗ ଗୁରୁ ମୁସଲମାନଙ୍କ ଧାର୍ମିକ ଭାବନାକୁ ଆହତ କରିଥିବା ନେଇ ଚୌହଟନ ଥାନାରେ ଏତଲା ରୁଜୁ କରାଯାଇଛି। ଉଲ୍ଲେଖଯୋଗ୍ୟ ଯେ ଗତ ଫେବୃଆରୀ ୨ ତାରିଖ ଦିନ ବାଡମେରରେ ଏକ ଧାର୍ମିକ କାର୍ଯ୍ୟକ୍ରମ କାଳରେ ରାମଦେବ ମୁସଲମାନ ଓ ଇସ୍ଲାମକୁ ନେଇ ଏକ ବୟାନ ଦେଇଥିଲେ। ରାମଦେବ ଙ୍କ ବିରୋଧରେ ରୁଜୁ ଏତଲାରେ ରାମଦେବ ଜାଣିଶୁଣି ମୁସଲମାନଙ୍କ ଧାର୍ମିକ ଭାବନାକୁ ଆହତ କରିବା ଲାଗି ଏପରି ବୟାନ ଦେଇଥିବା ଅଭିଯୋଗ କରାଯାଇଛି।

ଫେବୃଆରୀ ୨ ତାରିଖ ଦିନ ବାଡମେରରେ ଅନୁଷ୍ଠିତ ଧାର୍ମିକ କାର୍ଯ୍ୟକ୍ରମରେ ଲୋକଙ୍କୁ ସମ୍ବୋଧିତ କରି ରାମଦେବ କହିଥିଲେ ଯେ ମୁସଲମାନଙ୍କ ଲାଗି ଇସ୍ଲାମର ଅର୍ଥ ହେଉଛି କେବଳ ନମାଜ ପଢ, ତେଣିକି ଯାହାବି କର। ଚାହେ ଆତଙ୍କବାଦୀ ହୁଅ କି ଅପରାଧୀ ହୁଅ ଅଥବା ହିନ୍ଦୁଙ୍କ ଝିଅ ଉଠାଅ ଯାହାବି କର କିନ୍ତୁ ଦିନକୁ ୫ ଥର ନମାଜ ନିଶ୍ଚିତ ପଢ।  ସ୍ୱାମୀ ରାମଦେବ ମୁସଲମାନଙ୍କ ସହିତ ଇସାୟୀ ସମୂଦାୟ ବିରୋଧରେ ମଧ୍ୟ ବିବାଦୀୟ ବୟାନ ଦେଇଥିଲେ। ରାମ ଦେବ କହିଥିଲେ ଯେ ଇସାୟୀ ଦିନରେ ଚର୍ଚ୍ଚକୁ ଯାଇ ମହମବତୀ ଜଳାନ୍ତି ଓ ଭାବନ୍ତି ସେମାନଙ୍କ ପାପ ଧୋଇ ହୋଇଗଲା।

ସ୍ୱାମୀ ରାମଦେବଙ୍କ ଏହି ବୟାନ ପରେ ସାରା ଦେଶରେ ତାଙ୍କ ବିରୋଧରେ ମାମଲା ରୁଜୁ କରାଯାଉଛି। ଏହି କ୍ରମରେ ରବିବାର ବାଡମେର ଜିଲ୍ଲା ଚୌହଟନ ଥାନାରେ ରାମଦେବଙ୍କ ବିରୋଧରେ ଧାର୍ମିକ ଭାବନା ଆହତ କରିବା ଭଳି ବୟାନ ନେଇ ଏକ ଏତଲା ରୁଜୁ ହୋଇଛି। ଚୌହଟନର ପଠାଇ ଖାନ ରାମଦେବଙ୍କ ବିରୋଧରେ ଏତଲା ଦେଇଥିବା ବେଳେ ଇସ୍ଲାମ ଧର୍ମ ଓ ଏହାର ଅନୁଗାମୀ ତଥା ଇସ୍ଲାମ ଧର୍ମରେ ଆସ୍ଥା ଓ ବିଶ୍ୱାସ ରଖୁଥିବା ଲୋକଙ୍କୁ ନେଇ ସେ ଜାଣିଶୁଣି ଏପରି ବୟାନ ଦେଇଥିବା କହିଛନ୍ତି। ଯେପରି ଇସ୍ଲାମ ଧର୍ମ ପ୍ରତି ଅନ୍ୟ ଧର୍ମ ଓ ସମୂଦାୟର ଘୃଣା ଓ ଅସୂୟା ଭାବ ସୃଷ୍ଟି ହୁଏ ସେଥି ପାଇଁ ସେ ଏପରି ବୟାନ ଦେଇଥିବା ଖାନ କହିଛନ୍ତି।

ଏତଲାରେ ଏହା ମଧ୍ୟ ଅଭିଯୋଗ କରାଯାଇଛି ଯେ ବାବା ରାମଦେବ ପୂର୍ବରୁ ବି ଏପରି ଅନେକ ବୟାନବାଜୀ କରିଛନ୍ତି ଯାହା ଲୋକଙ୍କ ଧାର୍ମିକ ଭାବନାକୁ ଆହତ କରିଛି । ଏହି ଏତଲା ମିଳିବା ପରେ ଚୌହଟନ ଥାନା ପୋଲିସ ଭାରତୀୟ ଦଣ୍ଡ ବିଧି ଆଇନର ଧାରା ୧୫୩-ଏ, ୨୯୫-ଏ ଓ ୨୯୮ରେ ମୋକଦ୍ଦମା ରୁଜୁ ହୋଇଛି। ପୋଲିସ ମାମଲାରେ ଦନ୍ତ ଆରମ୍ଭ କରିଛି।

   Related Posts