କେନ୍ଦ୍ରମନ୍ତ୍ରୀଙ୍କ ବିରୋଧରେ ମିଛ ପ୍ରଚାର ଅଭିଯୋଗରେ ଶଶି ଥରୁରଙ୍କ ବିରୋଧରେ ମାମଲା ରୁଜୁ

Published By : Prameya-News7 Bureau | April 21, 2024 IST

indiatoday

ଥିରୁଭବନ୍ତପୁରମ: ବରିଷ୍ଠ କଂଗ୍ରେସ ନେତା ତଥା ଥିରୁଭନନ୍ତପୁରମ ଲୋକସଭା ପ୍ରାର୍ଥୀ ଶଶି ଥରୁରିଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ଥରୁର ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ଓ ତଥା କେନ୍ଦ୍ରମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖରଙ୍କ ବିରୋଧରେ ମିଛ ପ୍ରଚାର କରିଥିବା ଅଭିଯୋଗରେ ଥାନାରେ ମାମଲା ହୋଇଛି। ରବିବାର ଏନେଇ ପୁଲିସ ସୂଚନା ଦେଇଛି। 

ଏପ୍ରିଲ ୧୫ ତାରିଖରେ ସାଇବର ପୁଲିସ ଥରୁରଙ୍କ ବିରୋଧରେ ମାମଲା ରୁଜୁ କରିଥିଲେ ବି ରବିବାର ଘଟଣା ସାମ୍ନାକୁ ଆସିଛି। ପୁଲିସର ସୂଚନା ଅନୁସାରେ,ବିଜେପି ନେତା ଜେଆର୍ ପଦ୍‌ମକୁରାମ ଶଶି ଥରରୁଙ୍କ ବିରୋଧରେ ମାମଲା ରୁଜୁ କରିଛନ୍ତି। ଏକ ଟିଭି କାର୍ଯ୍ୟକ୍ରମେ ଥରୁର କେନ୍ଦ୍ରମନ୍ତ୍ରୀଙ୍କ ବିରୋଧରେ ମିଛ ପ୍ରଚାର କରିଥିଲେ। କେନ୍ଦ୍ରମନ୍ତ୍ରୀ ଉପକୂଳବର୍ତ୍ତି ଭୋଟରଙ୍କୁ ପ୍ରଭାବିତ କରିବା ସମ୍ପର୍କରେ ଥରୁର ମିଛ ପ୍ରଚାର କରିଥିବା ଅଭିଯୋଗରେ ଦର୍ଶାଯାଇଛି।  

ପଢ଼ନ୍ତୁ- ବିଜେପି ହାଇଦ୍ରାବାଦ ପ୍ରାର୍ଥୀ ମାଧବୀ ଲତାଙ୍କ ବିରୋଧରେ ମାମଲା ରୁଜୁ
ଆଇପିସି ଧାରା ୧୭୧ଜି ଏବଂ ଆଇଟି ଆକ୍ଟ ସେକ୍‌ସନ୍‌ ୬୫ ଆଧାରରେ ସାଇବର ପୁଲିସ ଥରୁରଙ୍କ ବିରୋଧରେ ମାମଲା ରୁଜୁ କରିଛି। ମାମଲାରେ ତଦନ୍ତ ଜାରି ରହିଛି ବୋଲି ପୁଲିସ କହିଛି। କେରଳର ଥିରୁଭନନ୍ତପୁରମ ଲୋକସଭା ଆସନରୁ ନିର୍ବାଚନ ଲଢ଼ୁଥିବା ଥରୁର କିନ୍ତୁ ଏ ବିଷୟରେ କୌଣସି ପ୍ରତିକ୍ରିୟା ଦେଇ ନାହାନ୍ତି।  

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.