ଭାରତ ଯୋଡୋ ଯାତ୍ରାରେ KGF-2 ଗୀତ ବ୍ୟବହାର ନେଇ ରାହୁଲ ଗାନ୍ଧୀଙ୍କ ସମେତ ୩ କଂଗ୍ରେସ ନେତାଙ୍କ ବିରୋଧରେ ମାମଲା ରୁଜୁ

Published By : Prameya-News7 Bureau | November 04, 2022 IST

ବେଙ୍ଗାଲୁରୁ: କଂଗ୍ରେସର ଭାରତ ଯୋଡ଼ ଯାତ୍ରାରେ କେଜିଏଫ୍-୨ ଗୀତ ବ୍ୟବହାର ହେବାରୁ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ବିରୋଧରେ ମାମଲା ରୁଜୁ। ବେଙ୍ଗାଲୁରୁ ସ୍ଥିତ ଏମ୍‌ଆର୍‌ଟି ମ୍ୟୁଜିକ କମ୍ପାନୀ କପିରାଇଟ୍ ଉଲ୍ଲଂଘନ ନେଇ ରାହୁଲ ଗାନ୍ଧୀ, ସୁପ୍ରିୟା ଶ୍ରୀନ୍ତେ ଏବଂ ଜୟରାମ ରମେଶଙ୍କ ଉପରେ ମାମଲା ରୁଜୁ କରିଛି।   

କମ୍ପାନୀ ତା ଅଭିଯୋଗରେ ଦର୍ଶାଇଛି ଯେ କେଜିଏଫ୍-୨ର ହିନ୍ଦୀରେ ଗୀତ ରାଇଟ୍ ପାଇବା ପାଇଁ ବହୁତ ଟଙ୍କା ଲାଗିଛି। ହେଲେ କଂଗ୍ରେସ ବିନା ଅନୁମତିରେ ଫିଲ୍ମରୁ ଗୀତ ନେଇ ଭାରତ ଯୋଡ଼ ଯାତ୍ରାରେ କରାଯାଇଥିବା ଭିଡିଓରେ ଯୋଡ଼ିଛି। ଏହି ଭିଡିଓ ରାହୁଲ ଗାନ୍ଧୀଙ୍କୁ ନେଇ କରାଯାଇଛି।  

ଏନେଇ କଂଗ୍ରେସ ଦଳ ସହିତ ୩ ନେତାଙ୍କ ବିରୋଧରେ ଆପିସି ଧାରା ଧାରା ୪୦୩(ଅସାଧୁ ଉପାୟରେ ସମ୍ପତ୍ତିରେ ଠକେଇ), ୪୬୫(ଠକେଇ ପାଇଁ ଦଣ୍ଡ), ୧୨୦ ଓ ୩୪ ଓ ଆଇଟି ଆକ୍ଟ ଓ କପିରାଇଟ ଆକ୍ଟ ଧାରା ୬୩ରେ ମାମଲା ରୁଜୁ ହୋଇଛି। ନରସିହ୍ମନ ସମ୍ପତ ଏହି ସୂଚନା ଦେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.