scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଜାତୀୟ ସଂଗୀତକୁ ଅପମାନ କରିବା ଅଭିଯୋଗରେ ୧୨ ବିଜେପି ବିଧାୟକ ବିରୋଧରେ ମାମଲା ରୁଜୁ

30/11/2023 at 10:10 PM

BJP MLAs for 'insulting National Anthem

କୋଲକାତା: ଜାତୀୟ ସଂଗୀତକୁ ଅପମାନିତ କରିବା ଅଭିଯୋଗରେ ୧୨ ବିଜେପି ବିଧାୟକ ବିରୋଧରେ ମାମଲା ରୁଜୁ କଲା କୋଲକାତା ପୁଲିସ। ଏହି ୧୨ ବିଧାୟକଙ୍କ ମଧ୍ୟରେ ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀ ମଧ୍ୟ ରହିଛନ୍ତି। ରାଜ୍ୟ ବିଧାନସଭାରେ ଆନ୍ଦୋଳନ ବେଳେ ଏହି  ନେତାମାନେ ଜାତୀୟ ସଂଗୀତକୁ ଅପମାନିତ କରିଛନ୍ତି ବୋଲି ଅଭିଯୋଗ ହୋଇଛି।  

ପୁଲିସର ସୂଚନା ଅନୁସାରେ, ଭାରତୀୟ ପିଙ୍ଗଳ କୋର୍ଟ ଓ ଜାତୀୟ  ସମ୍ମାନକୁ ଅପମାନ ନିରୋଧ ଆଇନର ବିଭିନ୍ନ ଧାରରେ ବିଧାୟକମାନଙ୍କ ବିରୋଧରେ ମାମଲା ହୋଇଛି। ମମତା ବାନାର୍ଜୀଙ୍କ ନେତୃତ୍ୱେରେ ଟିଏମ୍‌ସି ନେତାମାନେ ବିଧାନସଭାରେ ଆନ୍ଦୋଳନ କରୁଥିବା ବେଳେ ନଭେମ୍ବର ୨୯ରେ ବିଜେପି ଏହାକୁ ବିରୋଧ କରି କାଉଣ୍ଟର ପ୍ରୋଟେଷ୍ଟ କରିଥିଲେ। ଟିଏମ୍‌ସି ବିଧାୟକ ଅଭିଯୋଗ କରିବା ପରେ ଏମାନଙ୍କ ବିରୋଧରେ ମାମଲା ହୋଇଛି।

କେନ୍ଦ୍ର ସରକାର ରାଜ୍ୟ ଭାଗରେ ପଡ଼ୁଥିବା ମନେରେଗା ପାଣ୍ଠିକୁ ଅଟକ ରଖିଥିବାରୁ ଟିଏମ୍‌ସି ଏହାକୁ ବିରୋଧ କରି ଆନ୍ଦୋଳନ କରିଥିଲା। ଜାତୀୟ ସଂଗୀତ ଗାନ ସହ ଆନ୍ଦୋଳନ ଶେଷ ହୋଇଥିଲା। ହେଲେ ବିଜେପି ନେତାମାନେ ଜାତୀୟ ସଂଗୀତ ମଝିରେ ହିଁ ହୋହଲ୍ଲା କରି ଟିଏମ୍‌ସି ବିରୋଧରେ ନାରା ଲଗାଇଥିଲେ ଜାତୀୟ ସଂଗୀତକୁ ଅପମାନିତ କରିଥିଲେ।

ପଢ଼ନ୍ତୁ-ଆମେ ୭୦ରୁ ଅଧିକ ଆସନ ସହିତ ପୁଣି ଶାସନକୁ ଫେରିବୁ: କେ.ଟି ରାମାରାଓ

ଏହାପରେ ଟିଏମ୍‌ସି ନେତାମାନେ ଏନେଇ ବାଚସ୍ପତିଙ୍କ ପାଖରେ ଲିଖିଥ ଅଭିଯୋଗ କରିଥିଲେ। ଟିଏମ୍‌ସି କାର୍ଯ୍ୟକ୍ରମ ବେଳେ ବିଜେପି ନେତାମାନେ ଜାତୀୟ ସଂଗୀତର ଅପମାନ କରିଛନ୍ତି ବୋଲି ଅଭିଯୋଗ କରିଥିଲେ। ପରେ ମାମଲା ଥାନାରେ ପହଞ୍ଚିଥିଲା। ପୁଲିସ ଆହୁରି କହିଛି ଜାତୀୟ ସଂଗୀତ ଚାଲିଥିବା ବେଳେ ବିଜେପି ନେତାମାନେ ଶାନ୍ତି ଭଙ୍ଗ କରିଥିଲେ ବୋଲି ଟିଏମ୍‌ସି ଅଭିଯୋଗ ଆଣିଛି।

ଏହାପରେ ବିଧାନସଭା ସଚିବ ସୁର୍ଯ୍ୟକୁମାର ରୟ ବିଜେପି ସଦସ୍ୟଙ୍କ ବିରୋଧରେ ଔପଚାରିକ ଭାବେ ମାମଲା ରୁଜୁ କରିଥିଲେ। ମାମଲାକୁ ନେଇ ବିରୋଧୀ ଦଳର ନେତା ଶୁଭେନ୍ଦ ଅଧିକାରୀ କହିଛନ୍ତି “ଏହା ବେଆଇନ ମାମଲା। ଏହି ମାମଲାକୁ ଖାରଜ କରିବାକୁ ଆମେ କୋର୍ଟକୁ ଯିବୁ। ମମତା ତାଙ୍କ କ୍ଷମତାର ଦୁରୁପଯୋଗ କରି ମାମଲା ରୁଜୁ କରିଛନ୍ତି। ଆମେ ଜାତୀୟ ଦଳ। ଆମେ ଏହାକୁ କୋର୍ଟରେ ଚ୍ୟାଲେଞ୍ଜ କରିବୁ।”

ତେବେ ଏହିସବୁ ବିବାଦ ଆରମ୍ଭ ହୋଇଥିଲା ବାଚସ୍ପତି ବିମନ ବନ୍ଦୋପାଧ୍ୟାୟ ଶୁଭେନ୍ଦୁ ଅଧିକାରୀଙ୍କୁ ନିଲମ୍ବିତ କରିବା ପରେ। ଶୁଭେନ୍ଦୁ ତାଙ୍କ ବିରୋଧରେ ଅପମାନଜନକ ଟିପ୍ପଣୀ ଦେଇଥିଲେ। ଏଥିପାଇଁ ସେ ତାଙ୍କୁ ସମ୍ପୂର୍ଣ୍ଣ ଶୀତକାଳୀନ ଅଧିବେଶନରୁ ନିଲମ୍ବିତ କରିଥିଲେ। ଏହାପରେ ପୂରା ବିବାଦ ଆରମ୍ଭ ହୋଇଥିଲା।  

   Related Posts