ସୋଆରେ ଗାଜର ଘାସ ନିରାକରଣ ସଚେତନତା ସପ୍ତାହ: ପ୍ରଶ୍ନୋତ୍ତର ଏବଂ ପ୍ରବନ୍ଧ ପ୍ରତିଯୋଗିତାରେ ଛାତ୍ରଛାତ୍ରୀ ପୁରସ୍କୃତ

Published By : Prameya-News7 Bureau | August 24, 2022 IST

ଭୁବନେଶ୍ୱର ୨୪/୦୮: ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ ଦ୍ୱାରା (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ ଅଫ ଏଗ୍ରିକଲଚରାଲ ସାଇନ୍ସସେସ୍‌ରେ ସୋମବାର ଗାଜର ଘାସ ନିରାକରଣ ସଚେତନତା ସପ୍ତାହ ପାଇଁ ପ୍ରଶ୍ନୋତ୍ତର ଏବଂ ପ୍ରବନ୍ଧ ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି। ଏହି ସମାପନ ଉତ୍ସବରେ ସୋଆର ଉପ-କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ, ଆଡିସନାଲ ଡିନ୍‌ (ରିସର୍ଚ୍ଚ) ପ୍ରଫେସର ପ୍ରିୟବ୍ରତ ପଟ୍ଟନାୟକ, ଆଇଏଏସର ଡିନ୍‌ ପ୍ରଫେସର ବିଜୟ କୁମାର ସାହୁ, ଆଡିସନାଲ ଡିନ ପ୍ରଫେସର ସନ୍ତୋଷ କୁମାର ରାଉତ ଏବଂ ପ୍ରଫେସର ସରୋଜ କୁମାର ମହାନ୍ତି ଇତ୍ୟାଦି ଅତିଥି ଭାବେ ଯୋଗଦେଇ କୃତି ଛାତ୍ରଛାତ୍ରୀଙ୍କୁ ମାନପତ୍ର ସହିତ ପୁରସ୍କାର ଦେଇଥିଲେ। 

ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଛାତ୍ରଛାତ୍ରୀମାନଙ୍କ ବୈଷୟିକ ଜ୍ଞାନକୌଶଳ କିପରି ଭାବେ ବଢ଼ିବ ସେ ବିଷୟରେ  ଆଲୋଚନା କରିଥିଲେ। ଅନ୍ୟ ଅତିଥିମାନେ ଗାଜର ଘାସର କ୍ଷତିକାରକ ପ୍ରଭାବ ଓ ଏହାର ସମନ୍ୱିତ ନିରାକରଣ ବିଷୟରେ ଆଲୋଚନା କରିଛନ୍ତି।

ଏଥିରେ ଡକ୍ଟର ଶୁଭପ୍ରଦ ଦାଶ, ପ୍ରଫେସର ସରୋଜ କୁମାର ମହାନ୍ତି, ପ୍ରଫେସର ବାସୁଦେବ ବେହେରା ଏବଂ ସତ୍ୟ ନାରାୟଣ ଶତପଥିଙ୍କ ଲିଖିତ ପ୍ରଚାର ପତ୍ରିକା ଉନ୍ମୋଚନ କରାଯାଇଛି। ପ୍ରଶ୍ନୋତ୍ତର ପ୍ରତିଯୋଗିତାରେ ତେଜସ୍ୱିନୀ ମଲ୍ଲିକ ପ୍ରଥମ, ଅନ୍ୱେଷା ପଣ୍ଡା ଦ୍ୱିତୀୟ ଓ ସମୀକ୍ଷା ପରିଡ଼ା ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ସେହିପରି ପ୍ରବନ୍ଧ ପ୍ରତିଯୋଗିତାରେ ଅତୁଲ୍ୟ ଅରୁଣ ସେଠୀ ପ୍ରଥମ, ତ୍ରୟମ୍ବକ ପଟ୍ଟନାୟକ ଦ୍ୱିତୀୟ ଏବଂ ଜୟଦୀପ ପଣ୍ଡା ତୃତୀୟ ସ୍ଥାନ ଅଧିକାର କରି ଅତିଥିଙ୍କ ଠାରୁ ମାନପତ୍ର ସହିତ ପୁରସ୍କାର ଗ୍ରହଣ କରିଛନ୍ତି। ଭାରତୀୟ ତୃଣକ ବିଜ୍ଞାନ ସମାଜ (ଇଣ୍ଡିଆନ ସୋସାଇଟି ଅଫ ଉଇଡ ସାଇନ୍‌ସେସ) ଏବଂ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ ଅଫ ଏଗ୍ରିକଲଚରାଲ ସାଇନ୍‌ସେସ୍‌ର ମିଳିତ ସହଯୋଗରେ ଏହି କାର୍ଯ୍ୟକ୍ରମ କରାଯାଇଥିଲା।

ଏହି କାର୍ଯ୍ୟକ୍ରମକୁ ସଂଯୋଜକ ପ୍ରଫେସର ସରୋଜ କୁମାର ମହାନ୍ତି ପରିଚାଳନା କରିଥିଲେ। ସେହିପରି ପ୍ରଶ୍ନୋତ୍ତର ଏବଂ ପ୍ରବନ୍ଧ ପ୍ରତିଯୋଗିତାକୁ ଡକ୍ଟର ସ୍ତୁତି ଦେବପ୍ରିୟା ବେହେରା, ଡକ୍ଟର ଜଗଦୀଶ ଜେନା, ଡକ୍ଟର ବିଷ୍ଣୁପ୍ରିୟା ପାତ୍ର, ଡକ୍ଟର ମନତୋଷ ଦାସ ବୈରାଗ୍ୟ, ଜିତେନ୍ଦ୍ର କୁମାର ନାୟକ, କୁମାର ସମ୍ଭବ ଗିରି, ଶ୍ୱେତା ରଥ ଏବଂ ଶୁଭମ ଆଚାର୍ଯ୍ୟ ପରିଚାଳନା କରିଥିଲେ। ଏଥିରେ  ଅନ୍ୟମାନଙ୍କ ମଧ୍ୟରେ ପ୍ରଫେସର ବାସୁଦେବ ବେହେରା, ପ୍ରଫେସର ବିଜୟ କୁମାର ମିଶ୍ର ଏବଂ ଅନ୍ୟାନ୍ୟ ଅଧ୍ୟାପକମାନେ  ଉପସ୍ଥିତ ଥିଲେ। ସଭା ଶେଷରେ ପ୍ରଫେସର ସନ୍ତୋଷ କୁମାର ରାଉତ  ସମସ୍ତଙ୍କୁ ଧନ୍ୟବାଦ ଦେଇ ସଭା ଶେଷ କରିଥିଲେ। ଏହି ରେ ୧୦୦ରୁ ଅଧିକ ଛାତ୍ରଛାତ୍ରୀ  ଅଂଶଗ୍ରହଣ କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.