କରୋନା ଜାହାଜରେ ଫସି ରହିଛନ୍ତି ଓଡ଼ିଆ ଯୁବକ ଶିବାଶୀଷ-ଭାଇର ସରୁକ୍ଷା ପାଇଁ ଠାକୁରାଣୀଙ୍କ ଶରଣରେ ଭଉଣୀ

Published By : Prameya-News7 Bureau | February 20, 2020 IST

ମାଲକାନଗିରି/ ବ୍ରହ୍ମପୁର ୨୦।୦୨ -ଜାପାନର ୟୋକୋହାମା ବନ୍ଦରରେ ଲାଗିଥିବା କରୋନା ଜାହାଜରେ ଫସି ରହିଛନ୍ତି ଓଡ଼ିଆ ଯୁବକ ଶିବାଶୀଷ ନାୟକଙ୍କ ସହ ଶତାଧିକ ଭାରତୀୟ। ସେ ତାଙ୍କର ସ୍ଥିତି ସଂପର୍କରେ ନ୍ୟୁଜ୍‌ 7କୁ ସୂଚନା ଦେଇଛନ୍ତି । ଏପଟେ ସେ ସୁରକ୍ଷିତ ଭାବେ ଫେରିଆସିବା ପାଇଁ ତାଙ୍କ ଘର ଲୋକେ ସରକାରଙ୍କ ଠାରୁ ଆରମ୍ଭ କରି ଭଗବାନଙ୍କ ପର୍ଯ୍ୟନ୍ତ ଚାରିଆଡ଼େ ଗୁହାରୀ କରୁଛନ୍ତି।…

ଭାଇର ସରୁକ୍ଷା ପାଇଁ ଠାକୁରାଣୀଙ୍କ ଶରଣରେ ଭଉଣୀ। ମା ମାହୁଲି କରୁଣା କର, ସୁଦୂର ଜାପାନରୁ ଭାଇକୁ ନେଇ ଆସ । ଜାପାନ କରୋନା ଜାହାଜରେ ଭାଇ ଫସି ରହିଛି। ଏ ହେଉଛନ୍ତି ଡାଇମଣ୍ଡ ପ୍ରିନ୍ସେସ୍‌ ଜାହାଜରେ ଥିବା ଓଡ଼ିଆ ଯୁବକ ଶିବାଶୀଷ ନାୟକଙ୍କ ଭଉଣୀ ସିମ୍ରନ। ମାଲକାନଗିରିରେ ରହୁଥିବା ସିମ୍ରନ ନିଜ ପରିବାର ସହିତ ଯାଇ ମାହୁଲି ମାଆଙ୍କ ମାର୍ଜନା କରିଛନ୍ତି ।ଭାଇର ସୁରକ୍ଷିତ ଉଦ୍ଧାର ପାଇଁ କାମନା କରିଛନ୍ତି।

{"id":226852,"sizeSlug":"large"}

ଶିବାଶୀଷଙ୍କ ସମେତ ଜାହାଜରେ ଥିବା ଶତାଧିକ ଭାରତୀୟ ସେମାନଙ୍କୁ ଉଦ୍ଧାର କରିବା ଲାଗି ଆକୁଳ ନିବେଦନ କରିଛନ୍ତି। ଆଜି ମଧ୍ୟ ଶିବାଶୀଷ ନ୍ୟୁଜ ସେଭେନ ଜରିଆରେ ରାଜ୍ୟ ସରକାରଙ୍କୁ ଅନୁରୂପ ନିବେଦନ କରିଛନ୍ତି ।ସେମାନଙ୍କୁ ଉଦ୍ଧାର କରିବା ଲାଗି କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ଅନୁରୋଧ କରିଛନ୍ତି। ଜାହାଜରେ ୩ ହଜାର ଯାତ୍ରୀଙ୍କ ମଧ୍ୟରୁ ୪୫୪ଶହ କରୋନାରେ ଆକ୍ରାନ୍ତ ହୋଇସାରିଲେଣି। କରୋନା ପଜିଟିଭ୍‌ ଯାତ୍ରୀ ଙ୍କୁ ବାହାରକୁ ନିଆଯାଇ ଚିକିତ୍ସା କରାଯାଉଛି । ଆଉ ଶିବାଶୀଷଙ୍କ ଭଳି ଯେଉଁ ମାନେ ଏବେ ସୁସ୍ଥ ଅଛନ୍ତି ସେମାନଙ୍କୁ ବାହାରକୁ ଯିବାକୁ ଦିଆଯାଉନାହିଁ ।ସେମାନଙ୍କୁ ଗୋଟିଏ ଲେଖାଏଁ ଥର୍ମୋମିଟର ଦିଆଯାଇଛି ।ଜ୍ବର ହେଲେ କିମ୍ବା ଅନ୍ୟ କିଛି ଅସୁସ୍ଥତା ଅନୁଭବ କଲେ ତୁରନ୍ତ ଜଣାଇବାକୁ ନିର୍ଦ୍ଦେଶ ଦିଆଯାଇଛି ।…

ଶିବାଶୀଷଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିବା ଲାଗି ଅନୁରୋଧ କରିଛନ୍ତି  ବ୍ରହ୍ମପୁର ପନ୍ଦରାସାହିରେ ରହୁଥିବା ତାଙ୍କ ପରିବାର। ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ ମଧ୍ୟ ବୈଦେଶିକ ମନ୍ତ୍ରାଳୟକୁ ଏଥିପାଇଁ ଚିଠି ଲେଖିଛନ୍ତି ।ସେପଟେ ସାନଖେମୁଣ୍ଡି ଆଦର୍ଶ ବିଦ୍ୟାଳୟର ଜଣେ ସ୍କୁଲ ଛାତ୍ର ବି ରାଷ୍ଟ୍ରପତିଙ୍କୁ ଚିଠି ଲେଖି ତୁରନ୍ତ ଶିବାଶୀଷଙ୍କୁ ଉଦ୍ଧାର କରିବାକୁ ନିବେଦନ କରିଛନ୍ତି।  

{"id":226853,"sizeSlug":"large"}

ଜାହାଜରେ ଥିବା ଅନ୍ୟ ଦେଶର ଯାତ୍ରୀଙ୍କୁ ସେସବୁ ଦେଶ ଏୟାର ଲିଫ୍ଟ କରିବାକୁ ବ୍ୟବସ୍ଥା କରିଛନ୍ତି ଏନେଇ ଭାରତ ସରକାର ପଦକ୍ଷେପ ନେବାକୁ ବିଭିନ୍ନ ମହଲରେ ଦାବି ହେଉଥିବା ବେଳେ ବୈଦେଶିକ ମନ୍ତ୍ରଣାଳୟ ଉଦ୍ୟମ ଆରମ୍ଭ କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.