କୋଲକାତାରେ କରୋନା ଆକ୍ରାନ୍ତ- ବେଲିଆଘାଟ ହସ୍‌ପିଟାଲ୍‌ରେ ଚାଲିଛି ଚିକିତ୍ସା

Published By : Prameya-News7 Bureau | February 13, 2020 IST

ନୂଆଦିଲ୍ଲୀ ୧୩।୦୨ - ଭାରତରେ ଆଉ ୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।ଥାଇଲାଣ୍ଡର ବ୍ୟାଙ୍କକରୁ କୋଲକାତା ଆସିଥିବା ୨ ଜଣ ଲୋକଙ୍କ ଠାରେ କରୋନା ଭାଇରସ୍‌ ଚିହ୍ନଟ ହୋଇଛି ।ସେମାନଙ୍କୁ କୋଲକାତାର ବେଲିଆଘାଟା ହସ୍ପିଟାଲରେ ରଖି ଚିକିତ୍ସା କରାଯାଉଛି ।ପୂର୍ବରୁ କେରଳରେ ୩ ଜଣଙ୍କ ଠାରେ କରୋନା ଭାଇରସ୍ ଚିହ୍ନଟ ହୋଇଥିଲେ ।ସେମାନଙ୍କ ମଧ୍ୟରୁ ଜଣେ ସଂପୂର୍ଣ୍ଣ ସୁସ୍ଥ ହୋଇଛନ୍ତି ।ଆଜି କେନ୍ଦ୍ରର ଏକ ମନ୍ତ୍ରିସ୍ତରୀୟ କମିଟି ଭାରତରେ କରୋନା ମୁକାବିଲା ନେଇ ସ୍ଥିତି ସମୀକ୍ଷା କରିଛନ୍ତି ।ପ୍ରଧାନମନ୍ତ୍ରୀ ମୋଦି ବ୍ୟକ୍ତିଗତ ଭାବେ ଦେଶରେ କରୋନା ମୁକାବିଲାର ସମୀକ୍ଷା କରୁଥିବା କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ କହିଛନ୍ତି ।…

{"id":218147,"sizeSlug":"large"}

ଚୀନ୍‌ରେ କରୋନା ପ୍ରକୋପ ଦିନକୁ ଦିନ ଉତ୍କଟ ରୂପ ନେବାରେ ଲାଗିଛି ।ମୃତ୍ୟୁ ସଂଖ୍ୟା ୧୩ ଶହ ଟପିଛି ।୬୦ ହଜାରରୁ ଅଧିକ ଲୋକ ଆକ୍ରାନ୍ତ ହୋଇଛନ୍ତି ।ତେବେ ଚିନ୍ତାର ବିଷୟ ହେଉଛି ଏବେ ଅନ୍ୟ ଦେଶ ଗୁଡ଼ିକରେ ମଧ୍ୟ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଛି ।ଭାରତରେ ଆଜି କୋଲକାତାରେ ୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ ଆଜି ପରିସ୍ଥିତିର ସମୀକ୍ଷା କରି ବ୍ୟାଙ୍କକ, ସିଙ୍ଗାପୁର, କ୍ବାଲାଲୁମ୍ପୁର୍ ଓ ହଂକଂରୁ ଆସୁଥିବା ବିମାନ ଯାତ୍ରୀ ମାନଙ୍କୁ ଯାଞ୍ଚ କରାଯିବ ବୋଲି କହିଛନ୍ତି ।

ଚୀନ୍‌ରେ ମହାମାରୀ ରୂପ ନେଇଛି କରୋନା ।ପ୍ରତିଦିନ ବଢ଼ିଚାଲିଛି ମୃତକଙ୍କ ସଂଖ୍ୟା ।ଗତକାଲି ଗୋଟିଏ ଦିନରେ ୨୪୨ ଜଣଙ୍କର ମୃତ୍ୟୁ ଘଟିଲାଣି ।ଦିନକରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୫ ହଜାର ବୃଦ୍ଧି ପାଇଛି ।ଚୀନ୍‌ରେ ଆକ୍ରାନ୍ତଙ୍କ ସଂଖ୍ୟା ୬୦ ହଜାର ଟପିଯାଇଛି ।କରୋନାକୁ ବିଶ୍ବ ସଙ୍କଟ ଘୋଷଣା କରିଛି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ।ଚୀନ୍‌ ହୁବେଇ ପ୍ରଦେଶରେ କରୋନା ଚିହ୍ନଟର ମାନଦଣ୍ଡ ପରିବର୍ତ୍ତନ କରିଥିବାରୁ ଆକ୍ରାନ୍ତଙ୍କ ସଂଖ୍ୟାରେ ଏହି ବୃଦ୍ଧି ପାଇଛି ।ଚୀନ୍ ସରକାର ପ୍ରକୃତ ଆକ୍ରାନ୍ତଙ୍କ ସଂଖ୍ୟା ଲୁଚାଉଥିବା ଅନ୍ତର୍ଜାତୀୟ ସ୍ବାସ୍ଥ୍ୟ ବିଶେଷଜ୍ଞ ମାନେ କହିଛନ୍ତି ।…

{"id":218106,"sizeSlug":"large"}

ସେପଟେ ଜାପାନର ୟୋକୋହାମା ବନ୍ଦରରେ ଅଟକିଥିବା କ୍ରୁଜ୍‌ ସିପ୍ ଡାଇମଣ୍ଡ ପ୍ରିନ୍‌ସେସରେ ଆହୁରି ୪୪ ଜଣଙ୍କ ଠାରେ କରୋନା ଭାଇରସ୍‌ ଚିହ୍ନଟ ହୋଇଛି ।କ୍ରୁଜ୍‌ ସିପ୍‌ରେ ଥିବା ୩୭୦୦ ଜଣଙ୍କ ମଧ୍ୟରୁ ୨୧୮ ଜଣ ଏବେ କରୋନାରେ ଆକ୍ରାନ୍ତ ।ସେମାନଙ୍କୁ ସେହି କ୍ରୁଜ୍‌ ସିପ୍‌ରେ ରଖି ଚିକିତ୍ସା କରାଯାଉଛି ।ଏହି ଜାହାଜରେ ଥିବା ଭାରତୀୟ କ୍ରିୟୁ ମେମ୍ବର ମାନେ ସେମାନଙ୍କୁ ଉଦ୍ଧାର କରିବା ପାଇଁ ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରିଥିଲେ ।ଏହାପରେ ସେମାନଙ୍କୁ ଉଦ୍ଧାର କରିବା ପାଇଁ ପଦକ୍ଷେପ ନିଆଯାଉଛି ।

ଚୀନ୍‌ରେ ସ୍ଥିତି ଅଣାୟତ୍ତ ହୋଇପଡ଼ିଛି ।ଏପରି ସ୍ଥିତିରେ ଭାରତ ଚୀନ୍‌କୁ ମାନବିକତା ଦୃଷ୍ଟିକୋଣରୁ କେତେକ ସହାୟତା ଯୋଗାଇ ଦେଇଛି ।କଂଗ୍ରେସ ନେତା ରାହୁଲ ଗାନ୍ଧି ଗତକାଲି ଟ୍ବିଟ୍ କରିଥିଲେ ଯେ କେନ୍ଦ୍ର ସରକାର କରୋନା ସଂକ୍ରମଣ ରୋକିବାକୁ ଯେଉଁଭଳ ପଦକ୍ଷେପ ନିଆଯିବା କଥା ତାହା ନେଇ ନାହାନ୍ତି ।ଏହା ଭାରତୀୟ ଜନସାଧାରଣ ଏବଂ ଅର୍ଥନୀତି ପାଇଁ ବଡ଼ ବିପଦ ବୋଲି ରାହୁଲ ଟ୍ବିଟ୍ କରିଥିଲେ ।…

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.