AKK 2023
Hari omm 2
AKK2023
hari om films
WEB_F-8
HARI-OMM_728X90_B
WEB_F-9
Showcase2022
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଝାରସୁଗୁଡାରେ କ୍ରାଇମବ୍ରାଞ୍ଚ ତନାଘନା, ଗୁଳିମାଡ଼ ସ୍ଥାନରେ ମେଟାଲ ଡିଟେକ୍ଟର ଯାଞ୍ଚ
  • ||
  • କଟକ: ସବ ରେଜିଷ୍ଟ୍ରାର ଅଫିସରେ ଅଗ୍ନିକାଣ୍ଡ, ରେକର୍ଡ ରୁମ୍‌ରେ ଲାଗିଲା ନିଆଁ
  • ||
  • ଭୁବନେଶ୍ୱର: ଜେଲ୍‌ରେ ପରୀକ୍ଷା ଦେବେ ଅର୍ଚ୍ଚନା, ଅନୁମତି ଦେଇଥିଲେ କୋର୍ଟ
  • ||

କୋଇଲା ଖାଦାନରେ କାମ କରୁଥିଲେ ପିତା, କ୍ରିକେଟର ନୁହେଁ ସେନାବାହିନୀରେ ଯୋଗ ଦେବାକୁ ଚାହୁଁଥିଲେ ଉମେଶ ଯାଦବ

30/04/2020 at 3:11 PM

ଲକ୍ଷ୍ନୌ, ୩୦|୦୪: ନିଜ ବୋଲିଂରେ ବ୍ୟାଟସମ୍ୟାନଙ୍କୁ ହଇରାଣ କରୁଥିବା ଭାରତୀୟ ଦଳର ଦ୍ରୁତ ବୋଲର ଉମେଶ ଯାଦବଙ୍କ କ୍ରିକେଟ କ୍ୟାରିଅର ଆକର୍ଷଣୀୟ ରହିଛି । ସେ ଘରୋଇ କ୍ରିକେଟରେ ବିଦର୍ଭ ତରଫରୁ ଖେଳିଥାନ୍ତି । ସେ ଏବେ ଅଧିକାଂଶ ଟେଷ୍ଟ୍ ମ୍ୟାଚ ଖେଳୁଛନ୍ତି । ୧୯୮୭ ଅକ୍ଟୋବର ୨୫ରେ ସେ ଦେବାରିଆରେ ଜନ୍ମ ହୋଇଥିଲେ । ତାଙ୍କ ପିତା ଉତ୍ତର ପ୍ରଦେଶରେ ରହୁଥିଲେ । ସେ ଖାପରଖେଡାରେ କୋଲ ଲିମିଟେଡ୍ କଲୋନୀରେ ରହିବା ସହ କୋଇଲା ଖାଦାନରେ କାମ କରୁଥିଲେ । ସେଠାରେ ଉମେଶ ପିଲାଦିନୁ ବଡ ହୋଇଥିଲେ ।

ଉମେଶ ଘରୋଇ କ୍ରିକେଟରେ ବିଦର୍ଭ ତରଫରୁ ଖେଳିଥାନ୍ତି । ସେ ବିଦର୍ଭର ପ୍ରଥମ ଖେଳାଳି ଯିଏ ଭାରତୀୟ ଦଳ ପକ୍ଷରୁ ଟେଷ୍ଟ୍ ମ୍ୟାଚ ଖେଳିଛନ୍ତି । ନିଜ କ୍ରିକେଟ କ୍ୟାରିଅର ପୂର୍ବରୁ ସେ ସେନା କିମ୍ବା ପୋଲିସରେ ଚାକିରୀ କରିବାକୁ ଚାହୁଁଥିଲେ । ସେ ସିପାହୀ ହେବାକୁ ଚାହୁଁଥିଲେ । ଏହାପରେ ସେ କ୍ରିକେଟ ଖେଳିଥିଲେ । ପ୍ରଥମେ ସେ ଟେନିସ୍ ବଲରେ ଖେଳିଥିଲେ । ବିଦର୍ଭର ଅଧିନାୟକ ପ୍ରିତମ ଗନ୍ଧେ ଉମେଶଙ୍କ କ୍ଷମତା ବୁଝି ତାଙ୍କୁ ଆଗକୁ ବଢିବା ପାଇଁ ସୁଯୋଗ ଦେଇଥିଲେ ।

ତାଙ୍କ ବ୍ୟକ୍ତିଗତ ଜୀବନି ଉପରେ ନଜର ପକାଇଲେ ତାଙ୍କ ପିତା ଉତ୍ତରପ୍ରଦେଶର ଏକା ଗ୍ରାମର କୋଇଲା ଖଦାନରେ କାମ କରୁଥିଲେ । ସେ ଏପ୍ରିଲ ୧୬, ୨୦୧୩ରେ ଦିଲ୍ଲୀରେ ରହୁଥିବା ଫ୍ୟାସନ୍ ଡିଜାଇନର୍ ତାନ୍ୟା ବାଧବାଙ୍କୁ ବିବାହ କରିଥିଲେ । ସେ ପ୍ରାୟ ଘଣ୍ଟା ପ୍ରତି ୧୪୦ କିମି ବେଗରେ ବୋଲିଂ କରିଥାନ୍ତି । ସେ ସ୍ୱିଂ ଓ ବାଉନସର୍ ବୋଲିଂ କରିଥାନ୍ତି । ସେ ଦୁଲୀପ ଟ୍ରଫିରେ ରାହୁଲ ଦ୍ରାବିଡ ଓ ଭଭିଏସ ଲକ୍ଷ୍ଣଣଙ୍କୁ ଆଉଟ କରି ଏକ ସ୍ୱତନ୍ତ୍ର ପରିଚୟ ପାଇଥିଲେ ।

ସେ ୪୩ଟି ଟେଷ୍ଟ ମ୍ୟାଚ ଖେଳି ୧୩୦ଟି ଓ୍ୱିକେଟ୍ ହାସଲ କରିଛନ୍ତି । ସେହିପରି ୭୫ଟି ଦିନିକିଆ ମ୍ୟାଚରେ ୧୦୬ଟି ଓ୍ୱିକେଟ୍ ନେଇଥିଲା ।

   Related Posts