Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ‘ମାଣ୍ଡସ୍’ ପ୍ରଭାବ, ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା
  • ||
  • ନୟାଗଡ: ଫତେଗଡ ଥାନା ପୋଲିସକୁ ସଫଳତା, ଧରାପଡିଲେ ଦୁଇ ଆନ୍ତରାଜ୍ୟ ଲୁଟେରା
  • ||
  • ଭୁବନେଶ୍ୱର: ରିମାଣ୍ଡର ୬ ଦିନ ପରେ ବି ମୁହଁ ଖୋଲୁନାହାଁନ୍ତି ଅର୍ଚ୍ଚନା, ପଚାରି ପଚାରି ହାଲିଆ ଇଡି
  • ||

କ୍ୟାରିୟର୍ ୩୬୦ ରାଙ୍କିଙ୍ଗସ୍‌: ଆଇଏମ୍‌ଏସ୍ ଆଣ୍ଡ୍ ସମ୍ ହସ୍ପିଟାଲ୍ ଦେଶର ଶ୍ରେଷ୍ଠ ୧୨ ତମ ମେଡିକାଲ୍ କଲେଜ

27/08/2022 at 6:56 PM

ଭୁବନେଶ୍ୱର, ୨୭/୦୮: ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ଫ୍ୟାକଲ୍ଟି ଅଫ୍ ମେଡିକାଲ୍ ସାଇନ୍‌ସେସ୍‌ ଏବଂ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ ଦେଶର ଶ୍ରେଷ୍ଠ ୧୨ ତମ ମେଡିକାଲ୍ କଲେଜ ଭାବେ ମାନ୍ୟତା ହାସଲ କରିଛି । ୨୦୨୨-୨୩ ବର୍ଷ ନିମନ୍ତେ ନିକଟରେ ପ୍ରକାଶିତ କ୍ୟାରିୟର୍ ୩୬୦ ରାଙ୍କିଙ୍ଗ୍‌ସରେ ଏହି ସ୍ଥାନ ହାସଲ କରିଛି ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ ।

ରାଙ୍କିଙ୍ଗ ଅନୁଯାୟୀ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ ଓଡ଼ିଶାର ଶ୍ରେଷ୍ଠ ମେଡିକାଲ୍ କଲେଜ ଭାବେ ସମ୍ମାନ ହାସଲ କରିଛି । ସେହିପରି ସୋଆର ଫ୍ୟାକଲ୍ଟି ଅଫ୍ ଡେଂଟାଲ୍ ସାଇନ୍‌ସେସ୍‌, ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଡେଂଟାଲ୍ ସାଇନ୍‌ସେସ୍ ଏହି ରାଙ୍କିଙ୍ଗ୍‌ସରେ ଦେଶର ଶ୍ରେଷ୍ଠ ୭ମ ଡେଂଟାଲ୍ କଲେଜର ମାନ୍ୟତା ହାସଲ କରିଛି । ଏହି ରାଙ୍କିଙ୍ଗସ୍‌ରେ ବିଶ୍ୱବିଦ୍ୟାଳୟର ଫ୍ୟାକଲ୍ଟି ଅଫ୍ ଇଞ୍ଜିନିୟରିଂ, ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର୍‌) ଏଏଏଏ+ ରେଟିଂ ହାସଲ କରିଛି । ଛାତ୍ରଛାତ୍ରୀମାନଙ୍କ ଗୁଣାବତା, ଶିକ୍ଷା ପଦ୍ଧତି, ଗବେଷଣା, ଭିତ୍ତି ଭୂମି ଓ ଏହାର ପ୍ରଭାବ ଭଳି ବିଭିନ୍ନ ମାପଦଣ୍ଡକୁ ନେଇ ଏହି ରାଙ୍କିଙ୍ଗ୍‌ସ ପ୍ରସ୍ତୁତ କରାଯାଇଥିଲା ।

   Related Posts