ମୁହଁ ଖୋଲିଲେ କେୟାର ଟେକର, କହିଲେ ମୃତ୍ୟୁ ପୂର୍ବରୁ ମାନସ ଲେଖିଥିଲା ୩ ପୃଷ୍ଠାର ଚିଠି

Published By : Prameya-News7 Bureau | March 25, 2022 IST

ଭୁବନେଶ୍ୱର ୨୫/୦୩ :ଦିନକୁ ଦିନ ରହସ୍ୟ ଘେରକୁ ଠେଲି ହୋଇଯାଉଛି ମାନସ ହତ୍ୟା ମାମଲା । ଏବେ ଘଟଣାରେ ମୁହଁ ଖୋଲିଛନ୍ତି ଦୟାଲ ଆଶ୍ରମର କେୟାର ଟେକର । ସେ କହିଛନ୍ତି ମୃତ୍ୟୁ ପୂର୍ବରୁ ମାନସ ଲେଖିଥିଲା ତିନି ପୃଷ୍ଠାର ଗୁପ୍ତ ଚିଠି । ମୁଁ ସେ ଗୁପ୍ତ ଚିଠିଟି ପଢିଛି ।

ଅପହରଣ ପରେ ମାନସ ଲେଖଥିଲା ଚିଠି । ଚିଠି ସମ୍ପର୍କରେ ପୋଲିସକୁ ମୁଁ କହିଛି । ବନ୍ଦ ଘରେ କିଭଳି ନିର୍ଯାତନା ଦେଉଥିଲେ ଚିଠିରେ ଉଲ୍ଲେଖ କରିଥିଲା ପୋଲିସ । ପାପି ମାନଙ୍କ ହାତରେ ମୃତଦେହ ନ ଦେବାକୁ ଚିଠିରେ ଲେଖିଥିଲା ମାନସ । ତେବେ ସେ ଚିଠି ଦେଖିବା ପରେ ଶର୍ମିଷ୍ଠା ହାତରୁ ଛଡାଇ ନେଇଥିଲା ବୋଲି କେୟାର ଟେକର କରିଛି ।

ତେବେ କୁଆଡେ ଗଲା ମାନସ ସ୍ବାଇଁଙ୍କ ହାତଲେଖା ଚିଠି ସେନେଇ ଉଠିଛି ପ୍ରଶ୍ନ । କ୍ରାଇମବ୍ରାଞ୍ଚ ହାତରେ ଲାଗିବ ମାନସର ସେଇ ହାତଲେଖା ଚିଠି ତାହା ଏବେ ବଡ ପ୍ରଶ୍ନ । କାରଣ ଏହି ଚିଠି ହିଁ ଖୋଲିବ ମାନସ ହତ୍ୟାର ରହସ୍ୟ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.