ପୁରୁଷଙ୍କ ପାଇଁ ବରଦାନ ହୋଇଥାଏ ଅଳେଇଚ : ଜାଣନ୍ତୁ ଏହାର ଫାଇଦା
21/08/2019 at 12:20 PM

ଆଜି ଆମେ ଆପଣଙ୍କୁ ଅଳେଇଚର ଏପରି ଫାଇଦା ବିଷୟରେ କହିବୁ ଯାହାକୁ ଅବଲମ୍ବନ କଲେ ଆପଣ ନିଜର ସମସ୍ତ ଶାରିରୀକ ସମସ୍ୟାରୁ ମୁକ୍ତି ପାଇପାରିବେ। ଖାସ୍ କରି ଯେଉଁ ପୁରୁଷଙ୍କୁ ଦୁର୍ବଳତା ଅନୁଭବ ହୋଇଥାଏ ତାଙ୍କ ପାଇଁ ଅଳେଇଚଠୁ ଉତ୍କୃଷ୍ଟ ରାମବାଣ ଚିକିତ୍ସା ଆଉ କିଛି ହୋଇପାରିନଥାଏ।

୧. ପାଟିରୁ ବାହାରୁଥିବା ଦୁର୍ଗନ୍ଧକୁ ମଧ୍ୟ ଅଳେଇଚ ଖାଇବା ଦ୍ବାରା ଦୂର କରାଯାଇଥାଏ। ଏହା ଖାଇବା ଦ୍ବାରା ତଣ୍ଟି ବସିଯାଇଥିଲେ ଏଥିରୁ ମୁକ୍ତି ମିଳିଥାଏ।

୨. ଛୋଟ ଅଳେଇଚ ସେବନ କଲେ ରକ୍ତଚାପ ନିୟନ୍ତ୍ରଣ ହୋଇଥାଏ। ମନୁଷ୍ୟ ଶରୀରରେ ଅଧିକାଂଶ ରୋଗ ରକ୍ତଚାପ କାରଣରୁ ହୋଇଥାଏ। ଯଦି ଆପଣ ମଧ୍ୟ ପ୍ରତିଦିନ ଦୁଇରୁ ତିନୋଟି ଅଳେଇଚ ଖାଉଛନ୍ତି ତେବେ ଜୀବନ ସାରା ଆପଣଙ୍କ ରକ୍ତଚାପ ନିୟନ୍ତ୍ରଣରେ ରହିବ।

୩. ଅଳେଇଚ ଖାଇବା ଦ୍ବାରା ଶରିରୀକ ଦୁର୍ବଳତା ଦୂର ହୋଇଥାଏ। ଏହାକୁ ପ୍ରତିଦିନ ନିଜ ଖାଦ୍ୟରେ ସାମିଲ କଲେ ଧୀରେ ଧୀରେ ଆପଣଙ୍କ ଓଜନ ବଢ଼ିବାକୁ ଲାଗିବ। ଆପଣ ଅଳେଇଚ ପାଉଡର କିମ୍ବା ଏହାକୁ ଏମିତି ମଧ୍ୟ ଖାଇ ପାରିବେ।

୪. ଅଳେଇଚ ଖାଇଲେ ପାଚନ ଶକ୍ତି ବୃଦ୍ଧି ପାଇଥାଏ। ନିୟମିତ ଭାବେ ଅଳେଇଚ ଖାଇଲେ ପାଚନ ସମ୍ବନ୍ଧୀୟ ସମସ୍ୟାରୁ ସହଜରେ ମୁକ୍ତି ମିଳିଥାଏ। ଏହା ବ୍ୟତୀତ ପେଟ ସମ୍ବନ୍ଧୀୟ ସମସ୍ୟା ଯେପରିକି ଭୋକ,ଅମ୍ଳ ,ଗ୍ୟାସ୍,ଛାତିରେ ଜ୍ବଳନ,ଫୁଲା,କୋଷ୍ଠକାଠିନ୍ୟ ଆଦି ପାଇଁ ଅଳେଇଚ ଲାଭଦାୟକ ହୋଇଥାଏ।