କୁକୁରଙ୍କ ଶବରେ ପରସ୍ତେ ଚଟାଣ; ଭୋକରେ ରଖି ୧୦୦୦ କୁକୁରଙ୍କୁ ହତ୍ୟା କଲା ଅପରାଧି
8/03/2023 at 9:58 PM

ସିଓଲ: କୁକୁର ପ୍ରତି ଏମିତି ପାଶବିକ ଅତ୍ୟାଚାର ବୋଧହୁଏ ଆପଣ କେବେ ଶୁଣି ନଥିବେ। ଗୋଟିଏ ନୁହେଁ କି ଦୁଇଟି ନୁହେଁ ଏକାଥରକେ ୧୦୦୦ କୁକୁରକୁ ଓପାସରେ ରଖି ମାରିଦେଲା ଅତ୍ୟାଚାରୀ ମଣିଷ। ଏଭଳି ଦୁଃଖଦ ଘଟଣା ଘଟିଛି ଦକ୍ଷିଣ କୋରିଆର ଗ୍ୟୋଙ୍ଗୀ ରାଜ୍ୟର ୟାଙ୍ଗପ୍ୟୋଙ୍ଗ ଠାରେ। ଦକ୍ଷିଣ କୋରିଆର ବିଭିନ୍ନ ଗଣମାଧ୍ୟମରେ ଏହି ରିପୋର୍ଟ ପ୍ରକାଶ ପାଇଛି।
ଜଣେ ୬୦ ବର୍ଷର ବ୍ୟକ୍ତି କୁକୁରମାନଙ୍କୁ ଆଣି ଗୋଟିଏ ଘରେ ବୋରା ନ ହେଲେ ରବର ବାକ୍ସରେ ପୂରାଇ ଚାବି ଦେଇ ବନ୍ଦ କରି ରଖୁଥିଲା। ଶେଷରେ ଭୋକ ଉପାସରେ ଦିନ ଦିନ ଆର୍ତ୍ତ ଚିକ୍ତାର କରିବା ପରେ କୁକୁରଗୁଡ଼ିକର ମୃତ୍ୟୁ ହେଉଥିଲା। ସେଇ ଘରେ ଗୋଟିଏ ପରେ ଗୋଟିଏ ଏମିତି ୧୦୦୦ କୁକୁରଙ୍କ ଶବ ପଡ଼ି ଚଟାଣର ଏକ ପରସ୍ତ ତିଆରି ହୋଇଯାଇଥିଲା।
ନିକଟରେ ଜଣେ ମାଲିକ ତାଙ୍କ ହଜିଯାଇଥିବା କୁକୁର ଖୋଜି ଖୋଜି ଆସିବା ପରେ ଆତତାୟୀର ଏଭଳି କାଣ୍ଡ ବିଷୟରେ ଜାଣିବାକୁ ପାଇଥିଲେ। ଏନେଇ ସେ ପୁଲିସକୁ ଜଣାଇବା ପରେ ମାମାଲର ତଦନ୍ତ ହୋଇଥିଲା।
ପଶୁ ଅଧିକାରୀ କର୍ମୀଙ୍କ ସୂଚନା ଅନୁସାରେ ବ୍ୟକ୍ତି ଜଣଙ୍କ ଡ୍ରଗ୍ ବ୍ରିଡର( ଅପ୍ରାକୃତିକ ଉପାୟର କୁକୁର ଛୁଆ ଜନ୍ମ କରାଉଥିବା ବ୍ୟବସାୟୀ)ମାନଙ୍କ ଠାରୁ କୁକୁର ଆଣୁଥିଲା। ଯେଉଁ କୁକୁରମାନଙ୍କର ପ୍ରଜନନ କ୍ଷମତା କମିଯାଇଥିବା କିମ୍ବା ବୟସାଧିକ କାରଣରୁ ବ୍ୟବସାୟିକ ଦୃଷ୍ଟିରୁ ସେମାନଙ୍କର ମୂଲ୍ୟ କମିଯାଇଥିବ ସେହିଭଳି କୁକୁରୁ ବ୍ୟବସାୟୀମାନେ ଅଭିଯୁକ୍ତ ଦେଉଥିଲେ। କୁକୁର ଯତ୍ନ ନେବା ପାଇଁ ବ୍ୟକ୍ତିକୁ କୁକୁର ପ୍ରତି ୧୦ ହଜାର ଟଙ୍କା ଦେଉଥିଲେ। ୨୦୨୦ରୁ ସେ ଏମିତି ବ୍ରିଡରମାନଙ୍କ ଠାରୁ କୁକୁର ଓ ଟଙ୍କା ଆଣି ସେମାନଙ୍କୁ ଭୋକରେ ରଖି ମାରିଦେଉଥିଲା।
ୟାଙ୍ଗପ୍ୟୋଙ୍ଗ ସରକାରରଙ୍କ କହିବା ଅନୁସାରେ, ଏହି ସପ୍ତାହରେ ଶବ ଗୃହରୁ ମୃତ କୁକୁରମାନଙ୍କର ଗଳିତ ଶବ ଉଦ୍ଧାର କରାଯିବ। ତେବେ ତା ପୂର୍ବରୁ ୪ଟି ଜୀବନ୍ତ କୁକୁରକୁ ଉଦ୍ଧାର କରାଯାଇ ଚିକିତ୍ସା କରାଯାଉଥିବା ବେଳେ ଦୁଇ ଜଣଙ୍କ ଅବସ୍ଥା ଗୁରୁତର ରହିଛି।
ସୂଚନା ଥାଉକି ଦକ୍ଷିଣ କୋରିଆରେ ପଶୁ ସୁରକ୍ଷା ନେଇ କଡ଼ା ଆଇନ ରହିଛି। ପଶୁଙ୍କୁ ଓପାସରେ ରଖି ହତ୍ୟା କଲେ ଅପରାଧିଙ୍କୁ ୩ ବର୍ଷ ଜେଲ୍ ଦଣ୍ଡ ସହ ୩୦ ମିଲିୟନ ଦଣକ୍ଷି କୋରିଆ ମୁଦ୍ରା ଫାଇନ କରିବାର ଦଣ୍ଡବିଧାନ ରହିଛି।