ଭୁବନେଶ୍ୱର ୨୭।୦୮: ଦିନକୁ ୬୦ ଲକ୍ଷ ଟନ୍ ଅଙ୍ଗାରକାମ୍ଳ ଗ୍ୟାସ ମିଶୁଛି ଭୁବନେଶ୍ବର ବାୟୁମଣ୍ଡଳରେ । କେବଳ ଗାଡି ଧୂଆଁରୁ ଏତିକି । ଗାଡି ସଂଖ୍ୟା ହୁ ହୁ ହୋଇ ବଢୁଛି । ତାସାଙ୍ଗକୁ ବାୟୁମଣ୍ଡଳରେ ଅଙ୍ଗାରକାମ୍ଳ ପରିମାଣ ବି ବଢୁଛି ।
ଆକଳନ ଅନୁଯାୟୀ, ଗୋଟିଏ ଯାନ ବର୍ଷକୁ ଯେତିକି ଅଙ୍ଗାରକାମ୍ଳ ନିର୍ଗତ କରୁଛି, ତାକୁ ଶୋଷିବାକୁ ୮୮ଟି ବଡ଼ ଗଛ ଦରକାର । ବର୍ଷକୁ ପାଖାପାଖି ୪୪ ହଜାର ଗାଡି ଯୋଡି ହେଉଛି । ଏଥିପାଇଁ ପାଖାପାଖି ୩୯ଲକ୍ଷ ଗଛ ଲଗାଯିବା ଦରକାର । ହେଲେ ଗଛ ସଂଖ୍ୟା ବଢିବା ବଦଳରେ କମୁଛି । ବିଭିନ୍ନ ପ୍ରକଳ୍ପ ପାଇଁ ଗଛ କଟା ଚାଲିଛି । ଏପଟେ ଯେଉଁ ହାରରେ ଗାଡି ସଂଖ୍ୟା ବଢୁଛି, ଆଗକୁ ରୁନ୍ଧି ହୋଇଯିବ ଭୁବନେଶ୍ବର । ଏଭଳି ଆଶଙ୍କା ହେଲାଣି । ସରକାରୀ ତଥ୍ୟରୁ ଏକଥା ଜଳଜଳ ହେଲାଣି ।
wp:html /wp:htmlସେପଟେ ମେଟ୍ରୋ ପ୍ରକଳ୍ପ ପାଇଁ ପ୍ରସ୍ତୁତ ହୋଇଥିବା ଡିପିଆର କହୁଛି ଏବେ ଭୁବନେଶ୍ବର ଜନସଂଖ୍ୟାକୁ ଟପିଗଲାଣି ସହରର ଯାନବାହନ ସଂଖ୍ୟା । ଏବେ ରାଜଧାନୀରେ ଜନସଂଖ୍ୟା ୯ଲକ୍ଷ ୪୬ହଜାର । ବର୍ଷକୁ ଲୋକ ସଂଖ୍ୟା ବଢୁଛି ପ୍ରାୟ ୧ପ୍ରତିଶତ ହାରରେ । ହେଲେ ଗାଡି ସଂଖ୍ୟା ଛୁଇଁଲାଣି ୧୦ଲକ୍ଷ । ବର୍ଷକୁ ବଢୁଛି ୪.୪ ପ୍ରତିଶତ । ବର୍ତ୍ତମାନ ବର୍ଷକୁ ଜନସଂଖ୍ୟା ବଢୁଛି ୯ହଜାର ୪୬୪ । ଗାଡି ପଞ୍ଜୀକରଣ ବଢୁଛି ବର୍ଷକୁ ୪୩ ହଜାର ୮୫୪ । ଆଗାମୀ ୫ବର୍ଷ ପରେ ଭୁବନେଶ୍ବର ଜନସଂଖ୍ୟା ବଢି ୯ଲକ୍ଷ ୯୪ ହଜାରରେ ପହଞ୍ଚିବ । ସେତେବେଳକୁ ଗାଡି ସଂଖ୍ୟା ୧୨ ଲକ୍ଷ ଡେଇଁ ଯାଇଥିବ । ଏବେ ଦୁଇ ଚକିଆ ଯାନ ସଂଖ୍ୟା ୭ଲକ୍ଷ, କାର ସଂଖ୍ୟା ପ୍ରାୟ ୨ଲକ୍ଷ ୨୭ହଜାର । ବସେ ସଂଖ୍ୟା ମାତ୍ର ୧ହଜାର ୨୮ । ପଞ୍ଜୀକୃତ ଇ-ରିକ୍ସା ମାତ୍ର ୨୮୧ ।
wp:embed {"url":"https://www.prameyanews7.com/world-athletics-championships-sunday-javelin-throw-final-fight-sunday/","type":"wp-embed","providerNameSlug":"prameya-news-7"}