ସମ୍ବଲପୁର ରାସ୍ତା ନିଧିପୁର ଗଡାରେ କାର୍ ସହ ଭାସିଗଲେ ୪, ଅଳ୍ପକେ ବର୍ତ୍ତିଲା ଜୀବନ

Published By : Prameya-News7 Bureau | August 16, 2022 IST

ଆଠଗଡ଼ ୧୬/୦୮: ଭାସିଗଲା କାର୍ । ଅଳ୍ପକେ ବର୍ତ୍ତିଗଲେ ୪ ଜଣ । ସୂଚନା ଥାଉକି, ଗତକାଲି ବିଳମ୍ବିତ ରାତିରେ ପୁରୁଣା କଟକ ସମ୍ବଲପୁର ରାସ୍ତା ନିଧିପୁର ଗଡାରେ କାରରେ ୪ ଜଣ ବ୍ୟକ୍ତି କେଉଁଆଡେ ଯାଉଥିଲେ । ତେବେ ପାଣିର ସ୍ରୋତ ପ୍ରଖର ଥିବାରୁ ହଠାତ୍ ଭାରସାମ୍ୟ ହରାଇ କାରଟି ଭାସିଯାଇଥିଲେ ।

ତେବେ ସେମାନେ ଭାସିଯାଉଥିବା ଦେଖିବାକୁ ପାଇଥିଲେ ୪ ଜଣ । ଫଳରେ ସ୍ଥାନୀୟ ଲୋକ ଓ ଅଗ୍ନୀଶମ ବିଭାଗର ମିଳିତ ପ୍ରୟାସରେ ୪ ଜଣଙ୍କୁ କାର ଭିତରୁ ଉଦ୍ଧାର କରାଯାଇଥିଲା । ସମସ୍ତେ ସୁରକ୍ଷିତ ଥିବା ଜଣାପଡିଛି । ଭାସି ଯାଉଥିବା ଚାରିଜଣ ଲୋକଙ୍କୁ ଘନ୍ତିଖାଲ ଏବଂ କଖଡି ଗାଁର ଲୋକ ମିଳିତ ସହଯୋଗରେ ଫାୟାର ବୋଟ୍‌ ରେ ଉଦ୍ଧାର କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.