ଚକ ଫାଟିଯିବାରୁ ଭାରସାମ୍ୟ ଶ୍ରୀ କେନାଲ ଭିତରେ ଓଲଟି ପଡିଲା କାର; ୩ ଆହତ
21/10/2018 at 5:47 PM

ନିଶ୍ଚିନ୍ତକୋଇଲି ୨୧/୧୦ : ଆଜି କଟକ-ପଟ୍ଟାମୁଣ୍ଡାଇ କେନାଲର ମାହାଙ୍ଗା ଜଳେଶ୍ବରପୁର ଠାରେ ସଡକ ଦୁର୍ଘଟଣା ହୋଇଛି । କାରର ଆଗ ଚକ ଫାଟିବାରୁ ଭାରସାମ୍ୟ ହରାଇ କାର ଓଲଟି କେନାଲ ଭିତରେ ପଡିଯାଇଥିଲା । କାରରେ ଥିବା ୨ ଜଣ ଯାତ୍ରୀଙ୍କ ସମେତ ୨ ବର୍ଷର ଏକ ଶିଶୁ ଗୁରୁତର ଆହତ ହୋଇଛନ୍ତି । ସମସ୍ତ ଗୁରୁତରଙ୍କୁ କେନାଲ ପାଣିରୁ ଉଦ୍ଧାର କରି ସ୍ଥାନୀୟ ଏକ ଘରୋଇ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ ସ୍ଥାନୀୟ ଲୋକେ । ଅଗ୍ନିଶମ କର୍ମଚାରୀଙ୍କ ଦ୍ଵାରା କାର ଉଦ୍ଧାର କରାଯାଇଥିଲା । କାରଟି କଟକରୁ ଡେରାବିଶ ଥାନା ପଲେଇକୁ ଯାଉଥିଲା । ଆହାତମାନେ ହେଲେ କାର ଡ୍ରାଇଭର ବିଜୟ ପଣ୍ଡା, ତାଙ୍କ ସ୍ତ୍ରୀ ଦେବସ୍ମିତା ପଣ୍ଡା ଓ ୨ ବର୍ଷର ଶିଶୁ ପୁତ୍ର ବିଶ୍ବପ୍ରକାଶ ପଣ୍ଡା । ସୂଚନା ଅନୁସାରେ ସମସ୍ତଙ୍କ ଅବସ୍ଥା ଏବେ ଭଲ ଅଛି ।
Related Posts
ଘରୁ ମିଳିଲା ସ୍ୱାମୀ-ସ୍ତ୍ରୀଙ୍କ ଝୁଲନ୍ତା ମୃତଦେହ, ପୋଲିସ ଖୋଜୁଛି କାରଣ
28 January 2023
ଖଣ୍ଡଗିରି ପୋଲିସକୁ ସଫଳତା, ୫ ପେସାଦାର ଅପରାଧୀ ଗିରଫ
28 January 2023