ଚଳନ୍ତା କାର୍‌ରେ ଲାଗିଗଲା ନିଆଁ; ଜୀବନ୍ତ ଅବସ୍ତାରେ ଜଳି ୬୧ ବର୍ଷୀୟ ବ୍ୟକ୍ତିଙ୍କ ମୃତ୍ୟୁ

Published By : Prameya-News7 Bureau | April 26, 2022 IST

ଚଣ୍ଡୀଗଡ଼ ୨୬/୦୪ : ଫରିଦକୋର୍ଟରେ ଗୋଟିଏ କାର୍‌ରେ ନିଆଁ ଲାଗିଯିବାରୁ ଜଣେ ୬୧ ବର୍ଷିୀୟ ବ୍ୟକ୍ତି ଜୀବନ୍ତ ଜଳିଯାଇଥିବାରୁ ତାଙ୍କର ମୃତ୍ୟୁ ହୋଇଛି । ହରିନ୍ଦର ନଗରରେ ରହୁଥିବା ହରମିନ୍ଦର ସିଂହ ଜଣେ ସ୍ଥାନୀୟ କମିଶନ ଏଜେଣ୍ଟ ଥିଲେ। ସେ ଅହି ଅଗ୍ନି କାଣ୍ଡର ଶୀକାର ହୋଇଛନ୍ତି । ଏହି ଘଟଣା ଅପରାହ୍ଣ ୩ ଟାରେ ହୋଇଛି ବୋଲି ପୋଲିସ କହିଛି । ହରମିନ୍ଦର ସିଂହ ନିଜ ମାରୁତି ସ୍ୱିଫ୍ଟ ଡିଜାୟାର୍‌ କାର୍‌ରେ କୋଟକାପୁରରୁ ଫେରୁଥିଲେ।

ଜଣେ ପୋଲିସ ଅଧିକାରୀ କହିଛନ୍ତି “ହରମିନ୍ଦର ଯେତେବେଳେ ଦେଖିଥିଲେ ତାଙ୍କ କାର୍‌ରେ ନିଆଁ ଲାଗିଯାଇଛି ସେ କାର୍‌ର ଡୋର୍‌ ଖୋଲି ବାହାରକୁ ଆସିବା ପାଇଁ ଚେଷ୍ଠା କରିଥିଲେ। କିନ୍ତୁ ନିଆଁ ଲାଗିଯାଇଥିବାରୁ କାର୍‌ର ଡୋର ଜାମ୍‌ ହୋଇଯାଇଥିଲା। ସେଥିପାଇଁ ସେ କାର୍‌ ବାହାରକୁ ବାହାରିପାରି ନଥିଲେ’’।

wp:html /wp:html

ଘଟଣାସ୍ଥଳରେ ଅଗ୍ନିଶମ କର୍ମଚାରୀମାଙ୍କୁ ପହଞ୍ଚିବା ପାଇଁ ୩୦ ମିନିଟ ସମୟ ଲାଗିଥିଲା। କାର୍‌ରେ ନିଆଁ ଲାଗିବାର କାରଣ ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ। ସେଠାକାର ବରିଷ୍ଠ ଏସ୍‌ପି ଅବନୀତ ସିଦ୍ଧୁ କହିଛନ୍ତି ପ୍ରତ୍ୟକ୍ଷ ଦର୍ଶୀମାନଙ୍କ ଅନୁସାରେ ରାସ୍ତାରେ ଯାଉଥିବା ସମୟରେ କାର୍‌ରେ ହଠାତ ନିଆଁ ଲାଗିଯାଇଥିଲା।  ଗାଡ଼ିଟି ପୁରା ପୁରି ଭାବେ ଜଳିଯାଇଛି। ଗାଡ଼ିର ନମ୍ୱରରୁ କାର୍‌ ମାଲିକଙ୍କର ପରିଚୟ ଜଣାପଡ଼ିଛି । ଫରେନ୍ସିକ ଟିମ୍‌ ମଧ୍ୟ ଘଟଣା ସ୍ଥଳରେ ପହଞ୍ଚିଛନ୍ତି । କାର୍‌ର କେମିତି ନିଆଁ ଲାଗିଲା ଜାଣିବା ପାଇଁ ଏବେ ଚେଷ୍ଠା କରାଯାଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.