ତିନି ଦିନ ହେବ ରାସ୍ତାରେ ଥୁଆ ହୋଇଛି କାର୍: ସ୍ଥାନୀୟ ଅଞ୍ଚଳରେ ଆତଙ୍କ, ପୋଲିସର ଯାଞ୍ଚ

Published By : Prameya-News7 Bureau | June 11, 2022 IST

ସାଲେପୁର ୧୧/୦୬: ତିନିଦିନ ହେବ ରାସ୍ତାରେ ଥୁଆ ହୋଇଛି ଦାମୀ କାର । ତେବେ କିଏ କାହିଁକି ଛାଡିଗଲା ସେନେଇ କିଛି ଜଣାପଡିନି । ଯାହା ଅନୁମାନ କରାଯାଉଛି ଯେ, ଗାଡିଟିକୁ କେହି ଥୋଇ ଦେଇ କେଉଁଆଡେ ଫେରାର୍ ହୋଇଯାଇଛି । ସାଲେପୁର ଥାନା ମାଛୁଆତି ତାରିଣୀ ଛକ ରାସ୍ତାରେ ଥୁଆ ହୋଇଥିବା ଏହି କାର ।

ଗାଡିଟିରେ ଲାଗିଥିବା ନମ୍ବରପ୍ଲେଟରୁ ତଥ୍ୟ ଜଣାପଡୁଛି ଗାଡିର ମାଲିକଙ୍କ ନାମ ଶେଖ ସୁଲତାନ । ENDEAVOUR ଗାଡିଟିର ଭୁବନେଶ୍ୱରରର ରେଜିଷ୍ଟ୍ରେସନ ହୋଇଥିଲାବେଳେ RC ଆକ୍ଟିଭ ଥିବା ନମ୍ବର ପ୍ଲେଟରୁ ଜଣାପଡୁଛି ।

ହେଲେ ଗୋଟିଏ ଜାଗାରେ ଗାଡିଟି ୩ ଦିନ ହେବ ଥୁଆ ହୋଇଥିବାକୁ ନେଇ ସ୍ତାନୀୟ ଅଂଚଳରେ ଗୁଞ୍ଜରଣ ସୃଷ୍ଟିହୋଇଛି । ଏହା ଖାଲି ଗାଡି ନାଁ ଏଥିରେ କିଛି ଅଛି ତାହା ଜଣାପଡିନି । ପୋଲିସ ଯଦି ଘଟଣା ସ୍ଥଳରେ ପହଞ୍ଚି ପ୍ରକୃତ କାଗଜପତ୍ର ଯାଞ୍ଚ କରିବ ତେବେ ହୁଏତ ଘଟଣାରେ ସତ୍ୟାସତ୍ୟ ଜଣାପଡିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.