କାର୍‌ ଚାଲିଛି ପଛେଇ ପଛେଇ, ପାରି ହେଉଛି ରାସ୍ତା; କେହି କିଛି ଭାବିବା ପୂର୍ବରୁ କାର୍‌ ଟି ନଈରେ

Published By : Prameya-News7 Bureau | April 23, 2022 IST

ନୂଆଦିଲ୍ଲୀ ୨୩/୦୪:ଏକ ନାଲି ରଙ୍ଗର କାରଟି ପାର୍କିଂରୁ ବାହାରି ଯାଉଛି। ଆଉ କେହି କିଛି ଭାବିବା ପୂର୍ବରୁ  କାର୍ ଟି ଧିରେ ଧିରେ ଯାଇ ନଦୀରେ ଭାସୁଛି।  ଲତାଭିଆ ରାଜଧାନୀ ରିଗାରେ ଘଟିଛି ଆଶ୍ଚର୍ଯ୍ୟକର ଘଟଣା । ଦୌଗାଭା ନଦୀରେ ଭାସମାନ ନାଲି କାରର ଭିଡିଓ ଭାଇରାଲ୍‌।

ଭିଡିଓ ଦେଖି ମନେରେ ଆସୁଥିବ ଅନେକ ପ୍ରଶ୍ନ। କଣ ଆଉ କେମିତି ହେଲା? ତେବେ କଥା ହେଉଛି କାର୍‌ ଟି ପାର୍କିଂରେ ଥିଲା। ଆଉ ପରେ ହଠାତ୍‌ ଧିରେ ଧିରେ ଗାଡିଟି ପଛେଇ ପଛେଇ ବାହାରିଥିଲା। ପାର୍କିଂ ପ୍ଲେସ୍‌ ରୁ ପାର୍ ହେଲା ରାସ୍ତା। ଘାଟର ପାହାଚ ଦେଇ ପଶିଲା ନଦୀରେ।    ପାର୍କିଂ ସ୍ଲଟରୁ ନଈ ପର୍ଯ୍ୟନ୍ତ କେମିତି ଯାଉଛି ଗାଡି ତାର ପୂରା ଭିଡିଓ  ସିସିଟିଭି ରେ କଏଦ୍‌।  ଯାହା ଏବେ ହେଉଛି ଭାଇରାଲ୍‌।

wp:html /wp:html

ଟ୍ୱିଟରରେ ଏହି ଭିଡିଓଟିକୁ ସେଆର୍‌  କରାଯାଇଛି। ଯେଉଁଥିରେ ଦେଖିବାକୁ ମିଳିଛି, ପାର୍କି ସ୍ଲଟରୁ ଧୀରେ ଧୀରେ ପଛକୁ ଗତି କରୁଛି ଗାଡ଼ିଟି। ଧକ୍କା ହେବା ଭୟରେ ଅନ୍ୟ ଗାଡ଼ିମାନେ ରାସ୍ତା ଛାଡ଼ି ଦେଉଥିଲେ। ଆଉ ବିନା ବାଧାରେ କାର୍‌ ଟି ଚାଲିଛି।   ଖୁବ୍ ସଚେତନତା ଅବଲମ୍ବନ କରୁଛନ୍ତି।  ଲାଲ୍‌ ରଙ୍ଗର ଗାଡ଼ିଟି ରାସ୍ତା ପାର୍‌ ହେଉଥିବା ଭାବି ଏକ ଧଳା ରଙ୍ଗର କାର୍‌  ସେଠାରେ କିଛି ସମୟ ଅଟକି ବି ରହିଲା। କିନ୍ତୁ କେହି କିଛି ଭାବିବା ପୂର୍ବରୁ କାର୍‌ ଟି ସିଧା ଯାଇ ନଈରେ।  ଆଉ ଶେଷରେ କାରଟି ପାଣିରେ ଭାସୁଥିବା ଦେଖିବାକୁ ମିଳିଥିଲା। ଭାଗ୍ୟବଶତଃ ଗାଡ଼ିରେ କେହି ବି ନଥିଲେ।

ଭାଇରାଲ୍‌ ହୋଇଥିବା ଏହି କ୍ଲିପକୁ ଏପର୍ଯ୍ୟନ୍ତ ୩ ଲକ୍ଷରୁ ଅଧିକ ଲୋକେ ଦେଖି ସାରିଲେଣି। ସମସ୍ତଙ୍କୁ  ଏହି ଦୃଶ୍ୟ କରିଛି ଆଶ୍ଚର୍ଯ୍ୟ।  ଜଣେ କମେଣ୍ଟ ବକ୍ସରେ ଲେଖିଛନ୍ତି। 'OMG, ସେ କଣ କରୁଛନ୍ତି? ଆତ୍ମହତ୍ୟା? ' ।

ରିପୋର୍ଟ ଅନୁଯାୟୀ, ଏପ୍ରିଲ୍ ୧୪ରେ ଏହି ଘଟଣା ଘଟିଥିଲା। ଦୁଇ ଜଣ ଲୋକ ପାର୍କିଂ କରିବା ପରେ  ହ୍ୟାଣ୍ଡବ୍ରେକ୍‌ ଲଗାଇବା ଭୁଲି ଯାଇଥିଲେ। ପାର୍କିଂର ୧୦ ମିନିଟ୍‌ ପରେ ଗାଡ଼ିଟି ଗଡ଼ିଯାଇଥିଲା। ଆଉ ନଦୀରେ ପଡ଼ିଥିଲା।  ଆଉ ଏପ୍ରିଲ୍‌୧୫ରେ ଗାଡ଼ିଟିକୁ ଦୌଭାଗା ନଦୀରୁ ଉଦ୍ଧାର କରାଯାଇଥିଲା। ଚମତ୍କାର ଦୃଶ୍ୟ ଠିକ୍‌ ହିନ୍ଦୀ  ସିନେମାର ଦ ୱଣ୍ଡର କାର୍‌  ଭଳି। ବିନା ଚାଳକରେ ପାର୍କିଂରୁ ନଦୀରେ ପହଁରୁଛି ନାଲି କାର୍‌।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.