ମୁଖା ପିନ୍ଧି ଯୁବତୀଙ୍କୁ କାର୍‌ରେ ଗଣଦୁଷ୍କର୍ମ, ରାତିସାରା ଘଟାଇଲେ ପାଶବିକ କାଣ୍ଡ

Published By : Prameya-News7 Bureau | September 17, 2020 IST

ରାଉରକେଲା ୧୭।୦୯ : ପୁଣି ଲଜ୍ଜା । ଇସ୍ପାତ ନଗରୀ ରାଉରକେଲାରୁ ଆସିଛି ଏକ ସଙ୍ଗୀନ ଘଟଣା । ଯାହାକି ଆପଣ ଶୁଣିଲେ , ଆପଣଙ୍କ ଛାତି ଥରିଯିବ । ଜଣେ ଦୁର୍ଘଟଣାଗ୍ରସ୍ତ ମହିଳାଙ୍କୁ ରାତିସାରା ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ଆସିଛି । ଦୁଷ୍କର୍ମ ପରେ ରାସ୍ତାକଡ଼ରେ ମହିଳାଙ୍କୁ ଫିଙ୍ଗିଦେଲେ ଅଭିଯୁକ୍ତ । ଯାହାପରେ ପୁରା ଅଞ୍ଚଳରେ ଆଲୋଡନା ସୃଷ୍ଟି ହୋଇଛି । ଛେଣ୍ଡ ପୋଲିସ ମାମଲାର ତଦନ୍ତ ଜାରି ରଖିଥିବା ବେଳେ ବିଶେଷ କିଛି କହିବାକୁ କରିଦେଇଛନ୍ତି ।    

ମିଳିଥିବା ଖବରଅନୁଯାୟୀ, ଗୁରୁଣ୍ଡିଆ ଥାନା ଅଞ୍ଚଳରେ ରହୁଥିବା ଜଣେ ଯୁବତୀ ନିଜ ସଂପର୍କୀୟଙ୍କ ସହିତ କୌଣସି କାମରେ ବାହାରକୁ ଯାଇଥିଲେ । କିନ୍ତୁ ସେମାନେ ବାଇକ୍‌ରେ ଫେରିବା ସମୟରେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ । ରାସ୍ତାରେ ମହିଳାଜଣଙ୍କ ଗୁରୁତର ଅବସ୍ଥାରେ ପଡିରହିଥିଲେ । ଠିକ୍‌ ସେହି ରାସ୍ତା ଦେଇ ଆସୁଥିବା ବୋଲେରୋଟି ଘଟଣାସ୍ଥଳରେ ଆସି ପହଞ୍ଚିଥିଲା । ଦୁର୍ଘଟଣାରେ ଆହତ ହୋଇ ପଡିରହିଥିବା ମହିଳାଙ୍କୁ ଦୁର୍ବୃତ୍ତମାନେ ଦୁଇଟି ବୋଲେରୋ ଯୋଗେ ଅପହରଣ କରି ରାଉରକେଲା ନେଇ ଆସିଥିଲେ। ରାଉରକେଲା ପହଞ୍ଚିବା ପରେ ଛେଣ୍ଡ୍‌ ଥାନା ଅଧୀନରେ ଆସୁଥିବା ଏକ ନିଛାଟିଆ ସ୍ଥାନରେ ଦୁର୍ବୃତ୍ତମାନେ ବୋଲେରୋ ଭିତରେ ସମ୍ପୃକ୍ତ ଯୁବତୀଙ୍କୁଦୁଷ୍କର୍ମ କରିଥିଲେ। ଦୁର୍ବୃତ୍ତମାନେ ମୁଖା ପିନ୍ଧି ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି ।

ତେବେ ନିଛାଟିଆ ଅନ୍ଧାରିଆ ସ୍ଥାନରେ ଦୁଇଟି ବୋଲେରୋ ଛିଡ଼ା ହୋଇଥିବା ସ୍ଥାନୀୟ ଲୋକେ ଦେଖି ସେଠାକୁ ଯାଇଥିଲେ। ଦୁର୍ବୃତ୍ତମାନେ ସମ୍ପୃକ୍ତ ଯୁବତୀଙ୍କୁ ଅସଦାଚରଣ କରିବା ସହ ଅନୈତିକ କାର୍ଯ୍ୟରେ ଲିପ୍ତ କରାଇଥିବା ନେଇ ବିରୋଧ କରିଥିଲେ । ଫଳରେ ଦୁର୍ବୃତ୍ତମାନେ ସ୍ଥାନୀୟ ଲୋକଙ୍କୁ ଗାଳିଗୁଲଜ କରିବା ସହ ମାରଣାସ୍ତ୍ର ଦେଖାଇ ଭୟଭୀତ କରାଇ ସେଠାରୁ ଛୁ ମାରିଥିଲେ । ଘଟଣା ସମ୍ପର୍କରେ ସ୍ଥାନୀୟ ଲୋକେ ପୁଲିସ୍‌କୁ ସୂଚନା ଦେବା ପରେ ପୁଲିସ୍‌ ପିସିଆର ଭ୍ୟାନ୍‌ ଘଟଣା ସ୍ଥଳରେ ପହଞ୍ଚି ଯୁବତୀଙ୍କୁ ଉଦ୍ଧାର କରି ଛେଣ୍ଡ ପୁଲିସ୍‌କୁ ଜିମା ଦେଇଛି । ଘଟଣାସଂପର୍କରେ ପରିବାର ପକ୍ଷରୁ ଥାନାରେ ଲିଖିତ ଅଭିଯୋଗ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.